ମୋ ଜଟଣୀ" ପାର୍କ ଠାରେ ନିର୍ମାଣ ହେବ "ମଡେଲ ଶୌଚାଳୟ
ଜଟଣୀ :-ସ୍ଥାନୀୟ ପୋଷ୍ଟ ଅଫିସ ଛକ "ମୋ ଜଟଣୀ "ପାର୍କ ଠାରେ ଜନ ସାଧାରଣଙ୍କ ସୁବିଧା ନିମନ୍ତେ ଏକ ନୂତନ ମଡ଼େଲ ଶୈଚାଳୟ ନିର୍ମାଣ ହେବ l ଏହି ପରିପ୍ରେକ୍ଷୀରେ ପୌରପରିଷଦ ପକ୍ଷରୁ ବୁଧବାର ବିତ୍ତି ପ୍ରସ୍ତର ସ୍ଥାପନ ହୋଇଯାଇଅଛି l ଏହି ଶୌଚାଳୟ ୬ ସିଟ ବିଶିଷ୍ଟ ଶୌଚାଳୟ ହେବ l ଏହି ଉତ୍ସବ ରେ ପୌରପାରିଷଦ ଅଧକ୍ଷ ଆନ୍ତନ୍ତ ବେହେରା,ଉପାଧ୍ୟାକ୍ଷା ଆରତୀ ରାଉତ, ସ୍ଥାନୀୟ ୱାର୍ଡ କାଉନସିଲର ନୀଳିମା ସ୍ୱାଇଁ, ପୂର୍ବତନ କାଉନ ସିଲର ଲକ୍ଷ୍ମୀଧର ସ୍ୱାଇଁ,ପୋଷ୍ଟ ଅଫିସ ଛକ ବ୍ୟବସାୟୀ ସଂଘର ସଭାପତି ହେମନ୍ତ କୁମାର ସୁନ୍ଦରାୟ, ଉପଦେଷ୍ଟା ନିମାଇ ଚରଣ ଦାସ, କୋଷାଧକ୍ଷ ଅକ୍ଷୟ ବଳିଆର ସିଂହ,ବିଭୁତି ପ୍ରସାଦ ମହାନ୍ତି, ରବୀନ୍ଦ୍ର ନାୟକ, ସତ୍ୟ ବ୍ରତ ନାୟକ, ବିଜେଡି ଯୁବ ନେତା ଆଶୁତୋଷ ପ୍ରତାପ ସିଂ ପ୍ରମ୍ମୁଖ ଉପସ୍ଥିତ ଥିଲେ l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୨/୨/୨୦୨୬--+୮,୨୦ Sakhigopal News,12/2/2026
