ads

Breaking News

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଏକ ବିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ


ଜଟଣୀ :--ଓଡିଶା ବିଦ୍ୟା ବିକାଶ ପରିଷଦ ସଂସ୍ଥାର "ଓଁ"ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ହାଟବଜାର ଏବଂ "ମା" ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବରପଦା ର ଏକ ବିଂଶତମ ବାର୍ଷିକ ଉତ୍ସବ  ସ୍ଥାନୀୟ ବକ୍ସି ଜଗବନ୍ଧୁ ଇନଷ୍ଟିଚ୍ୟୁତ ଠାରେ ପାଳିତ ହୋଇଯାଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତା ଏବଂ ସମାଜ ବିଜ୍ଞାନୀ ଡ଼ଃ. ଋଷି ପଟ୍ଟନାୟକ, ପୂର୍ବତଟ ରେଳବାଇ ଭାରତ ସ୍କାଉଟ ଏବଂ ଗାଇଡ୍ସର ସାଙ୍ଗଠନିକ କମିଶନର ଶ୍ରୀ ରଞ୍ଜିତ ଦାସ, ଡେଲାଙ୍ଗ ବ୍ଲକର ଅଧ୍ୟକ୍ଷା ବାସନ୍ତୀ ସାହୁ, ଡେଲାଙ୍ଗ ବ୍ଲକର ଭାଇସି ଚେୟାର ମ୍ୟାନ ଯୋଗ ଦେଇଥିଲେ l ଉତ୍ସବର ମୁଖ୍ୟ ଅତିଥି  ଡ଼ଃ. ଋଷି ପଟ୍ଟନାୟକ ସାମ୍ପ୍ରତିକ ଆଧୁନିକ ସମାଜର ଶିଶୁଙ୍କ ଚରିତ୍ର ଗଠନ କାର୍ଯ୍ୟ ବିଶେଷ ଭାବରେ ଶିଶୁ ମନ୍ଦିରରୁ ହିଁ ଗଢି ଉଠିଥାଏ ଏବଂ ଶିଶୁର ଅଭିଭାବକ ମାନେ ଶିଶୁଙ୍କୁ ଚାପମୁକ୍ତ କରି ଗଢିଲେ ସେହି ଶିଶୁ ନୂତନ ସର୍ଜନା କରିବାର ସୁଯୋଗ ପାଇ ପାରିବେ ବୋଲି ନିଜର ବକ୍ତବ୍ୟ ରଖିଥିଲେ l ଅନ୍ୟତମ ଅତିଥି ଭାରତୀୟ ସ୍କାଉଟ ଏଣ୍ଡ ଗାଇଡ୍ସର କମିଶନର ଶ୍ରୀ ରଞ୍ଜିତ ଦାସ ସମାଜ ଉପଯୋଗୀ ଉତ୍ତମ ରାଷ୍ଟ୍ରଭକ୍ତ ନିର୍ମାଣ କରିବାରେ ଶିଶୁ ବିଦ୍ୟାମନ୍ଦିରର ଭୂମିକା ପ୍ରଶଂସନୀୟ  ବୋଲି ମତବ୍ୟକ୍ତ କରିଥିଲେ l  ଉତ୍କଳ କେଶରୀ ବଳିୟାରସିଂ ଶିଶୁଙ୍କୁ ଚାପମୁକ୍ତ କରି ଗଢିଲେ ସେ ନୂତନ ସର୍ଜନା କରିବାର ସୁଯୋଗ ପାଇ ପାରିବେ ବୋଲି ବକ୍ତବ୍ୟ ରଖିଥିଲେ l ବିଦ୍ୟାଳୟର ସଭାପତି ମିହିର କୁମାର ମହାନା ସ୍ୱାଗତ ଭାଷଣ ଓ ପରିଚୟ ପ୍ରଦାନ କରିଥିଲେ l ବିଦ୍ୟାଳୟର ଗୁରୁମା ମମତା ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିଲେ l ଉତ୍ସବରେ ବାର୍ଷିକ କ୍ରୀଡାର କୃତି ଶିଶୁ ମାନଙ୍କୁ ପୁରସ୍କୃତ କରାଯାଇଥିଲା l  ବିଦ୍ୟାଳୟର ବହୁ ପ୍ରତିଭା ଗୁଣର ଅଧିକାରି ଶିଶୁ  ଏବଂ  ପରୀକ୍ଷାରେ ସର୍ବୋଚ୍ଚ ପ୍ରାପ୍ତ ଶିଶୁ ଭାଇଭଉଣୀ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା l ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ, ସେବକ ସେବିକା ଓ ପରିଚାଳନା ସମିତିର କର୍ମକର୍ତ୍ତାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଂପନ୍ନ ହୋଇଥିଲା l ସର୍ବଶେଷରେ ବିଦ୍ୟାଳୟର ସମ୍ପାଦକ ସୁଶାନ୍ତ କୁମାର ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିଲେ l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୨/୨/୨୦୨୬---୮,୧୦ Sakhigopal News,12/2/2026

ads

Blog Archive

Popular Posts