ସେବାଶ୍ରମ ବିଦ୍ୟାଳୟ ର ଛାତ୍ର ଙ୍କ ଚେକ ଡ୍ୟାମ ରେ ଦୁଃସାହାସିକ କ୍ରୀଡା :- ଅଘଟଣ ଘଟିଲେ ଦାୟି କିଏ ??
କନ୍ଧମାଳ ---ବାଲିଗୁଡା :ଚେକ ଡ୍ୟାମ ରେ ଜଳକ୍ରୀଡା ପ୍ରଦର୍ଶନୀ ଚାଲିଛି l ବିପଦ ସଂକୁଳ ଅବସ୍ଥାରେ ଜୀବନ କୁ ବାଜି ଲଗାଇ ଏପରି ଦୁଃସାହାସିକ କ୍ରୀଡା ଦେଖାଉଛନ୍ତି କୋମଳମତି ଛାତ୍ର l ତେବେ ଏପରି ଦୁଃସାହାସିକ କ୍ରୀଡା ପ୍ରଦର୍ଶନ ରେ ଚେକ ଡ୍ୟାମ ପାଣିରେ କିଛି ବି ଅଘଟଣ ଘଟିପାରେ l କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ପରମପାଙ୍ଗା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରୁ ଆସିଛି ଏପରି ବିକଳ ଚିତ୍ର l କିପରି ଚେକ ଡ୍ୟାମ ରେ କୋମଳମତି ଛାତ୍ର ମାନେ ପାଣିକୁ ଡେଉଁଛନ୍ତି ଓ କିପରି ଜୀବନ କୁ ବାଜି ଲଗେଇ ପହଁରି ପୁଣି କୂଳକୁ ଯାଉଛନ୍ତି । ଏହାର ଭିଡ଼ିଓ ଭାଇରଲ ପରେ ଏପରି ଘଟଣା ସାମ୍ନା କୁ ଆସିଛି l ସତେ ଯେପରି ଚେକ ଡ୍ୟାମ ରେ ଲାଗୁଛି କୌଣସି ସନ୍ତରଣ ପ୍ରତିଯୋଗିତା ଚାଲିଛି । ଛାତ୍ର ମାନେ ନିଜ ନିଜ ର ଦୁଃସାହାସିକ କ୍ରୀଡା ପ୍ରଦର୍ଶନ କରୁଛନ୍ତି l ଖାଲି ସେତିକି ନୁହେଁ ହଷ୍ଟେଲ ର ପ୍ରାୟ ଶହେ ରୁ ଉର୍ଦ୍ଧ ଛାତ୍ରୀ ଓ ଚାଳିଶି ରୁ ଉର୍ଦ୍ଧ ଛାତ୍ର ବିଦ୍ୟାଳୟ ବାହାରେ ଆସି ଏପରି ଚେକ ଡ୍ୟାମ ରେ ଗାଧଉଥିବା ଚିତ୍ର ମଧ୍ୟ ସାମ୍ନା କୁ ଆସିଛି l ବିଦ୍ୟାଳୟ ପଛପଟେ ଥିବା ଚେକ ଡ୍ୟାମ ରେ ଛାତ୍ର ଛାତ୍ରୀ ମାନେ ଅସୁରକ୍ଷିତ ଭାବେ ବିପଦପୂର୍ଣ୍ଣ ଭାବେ ଏପରି ଗାଧଉଛନ୍ତି l ଯାହା ଜଣା ପଡିଛି ସେବାଶ୍ରମ ହଷ୍ଟେଲ ରେ ଜଳ ସଙ୍କଟ ପାଇଁ ପ୍ରତିଦିନ ଛାତ୍ର ଛାତ୍ରୀ ଏପରି ଚେକ ଡ୍ୟାମ କୁ ଯାଉଛନ୍ତି ଓ ଗାଧେଇ ଫେରୁଛନ୍ତି l ତେବେ ପ୍ରଶ୍ନ ଉଠୁଛି ଯଦି କୋମଳମତି ଛାତ୍ର ଛାତ୍ରୀ ଙ୍କ ସହ କିଛି ବି ଅଘଟଣ ଘଟେ ଏଥିପାଇଁ କିଏ ଦାୟୀ ରହିବେ l ତେବେ ଏ ନେଇ ସେବାଶ୍ରମ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ କମଳିନୀ ଦେଶୀ ନାୟକ ଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ବି କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି l ତେବେ ସେବାଶ୍ରମ ବିଦ୍ୟାଳୟ ରୁ ଏପରି ବିକଳ ଚିତ୍ର ସାମ୍ନା କୁ ଆସିବା ପରେ ଜିଲ୍ଲା ପ୍ରଶାସନ କଣ ପଦକ୍ଷେପ ନେଉଛି ତାହା ସମୟ ସାପେକ୍ଷ l ତେବେ ଏ ନେଇ ଜିଲ୍ଲା ମଙ୍ଗଳ ଅଧିକାରୀ କହିଛନ୍ତି ଘଟଣା ସମ୍ପର୍କ ରେ ଜାଣିବା ପରେ ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଛି l କାହିଁକି କେଉଁ ପରିସ୍ଥିତି ରେ ଛାତ୍ର ଛାତ୍ରୀ ସେବାଶ୍ରମ ରୁ ବାହାର କୁ ଗଲେ ଓ ଏପରି ବିପଦ ସଂକୁଳ ଅବସ୍ଥାରେ ଚେକ ଡ୍ୟାମ କୁ ଯାଇଛନ୍ତି ତଦନ୍ତ କରାଯାଉଥିବା ନେଇ ସୂଚନା ଦେଇଛନ୍ତି l କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ,୨୮/୨/୨୦୨୬---୪,୧୫ Sakhigopal News,28/2/2026
