ସ୍ଥାନୀୟ ବାସିନ୍ଦା ଙ୍କ ସହାୟତା ରେ ପୁନର୍ଜନ୍ମ ପାଇଲେ ଟ୍ରାକ୍ଟର ତଳେ ଚାପି ରହିଥିବା ଡ୍ରାଇଭର :-
କନ୍ଧମାଳ --- ରଖେ ହରି ତୋ ମାରେ କିଏ?? ଟ୍ରାକ୍ଟର ଓଲଟି ପଥର ରେ ପିଟି ହୋଇ ଦୁର୍ଘଟଣା ଘଟିବା ପରେ ଟ୍ରାକ୍ଟର ତଳେ ଚାପି ହୋଇ ରହିଥିବା ଡ୍ରାଇଭର ମରଣ ମୁଖରୁ ବର୍ତି ଯାଇ ଶେଷରେ ନୂଆ ଜୀବନ ପାଇଛନ୍ତି l ଏପରି ଏକ ଘଟଣା ସାମ୍ନା କୁ ଆସିଛି କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅଞ୍ଚଳରୁ l ସୂଚନା ଅନୁଯାୟୀ କୋଟଗଡ଼ ଥାନା ଅନ୍ତର୍ଗତ ଓରା ପଞ୍ଚାୟତ ଧୁରୀଗୁଡା ଗାଁ କୁ କୂଅ ଖନନ ନିମନ୍ତେ ଯାଉଥିବା ସମୟରେ ଟ୍ରାକ୍ଟର ଦୁର୍ଘଟଣା ଘଟିଥିଲା l ଗୁଗୁରମାହା ପଞ୍ଚାୟତର ଟିଆମାହା ଗାଁ ନିକଟରେ ଗାନ୍ଦାରମାହା ପୋଲ ରୁ ଦଶ ଫୁଟ ତଳକୁ ଭାରସାମ୍ୟ ହରାଇ ଟ୍ରାକ୍ଟର ଟି ଖସି ପଥର ରେ ପିଟି ହୋଇ ଓଲଟି ଯାଇଥିଲା l କିନ୍ତୁ ଦୁର୍ଘଟଣା ପରେ ଟ୍ରାକ୍ଟର ଡ୍ରାଇଭର ଶେଖର ପ୍ରଧାନ ଦୀର୍ଘ ସମୟ ଧରି ଚାପି ହୋଇ ରହିଥିବା ବେଳେ ବଞ୍ଚାଓ ବଞ୍ଚାଓ ବୋଲି ଚିତ୍କାର କରିଥିଲେ l ସ୍ଥାନୀୟ ବାସିନ୍ଦା ଚିତ୍କାର ଶୁଣି ଏକତ୍ରିତ ହୋଇ ଜେସିବି ମେସିନ ଯୋଗାଡ଼ କରି ସୁରକ୍ଷିତ ଭାବେ ଦୀର୍ଘ ଦୁଇ ଘଣ୍ଟା ପରେ ଟ୍ରାକ୍ଟର ଭିତରୁ ଉଦ୍ଧାର କରିଥିଲେ l ଗୁରୁତର ଅବସ୍ଥାରେ ଡ୍ରାଇଭର ଙ୍କୁ ପ୍ରଥମେ ସୁବର୍ଣ୍ଣଗିରି ମେଡିକାଲ ରେ ଭର୍ତି କରାଯିବା ପରେ ପ୍ରାଥମିକ ଚିକିତ୍ସା ପରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରିଥିଲେ ଡାକ୍ତର l କିନ୍ତୁ ଚିକିତ୍ସା ପରେ ଚାପି ହୋଇ ରହିଥିବା ଡ୍ରାଇଭର ଏବେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ରହିଥିବା ସହ ଚଲାବୁଲା କରିବା ସହ କଥାବାର୍ତା ମଧ୍ୟ କରୁଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି l ତେବେ ବିପଦ ସମୟରେ ଉପାନ୍ତ ଅଂଚଳ ର ଗ୍ରାମବାସୀ ଙ୍କ ଏକତା ଓ ସହଯୋଗ ପାଇଁ ଡ୍ରାଇଭର ଜଣକ ନୂଆ ଜୀବନ ଫେରି ପାଇଛନ୍ତି l କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ, ୨୦/୨/୨୦୨୬----୯,୨୫ Sakhigopal News,20/2/2026
