ମଞ୍ଚ ରେ ରଙ୍ଗବତୀ ଗୀତ ଗାଇ ଦର୍ଶକ କୁ ଉତ୍ସାହିତ କଲେ କନ୍ଧମାଳ ଜିଲ୍ଲାପାଳ
ବାଲିଗୁଡା---- ମଞ୍ଚ ଉପରେ ଗୀତ ଗାଇଲେ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ l ସଂଗୀତ ର ତାଳେ ତାଳେ ଜିଲ୍ଲାପାଳ ବେଦଭୂଷଣ ବିଶ୍ୱ ପ୍ରସିଦ୍ଧ ସମ୍ବଲପୁରୀ ଗୀତ ରଙ୍ଗବତୀ ରଙ୍ଗବତୀ ଗୀତ ଗାଈ ସମସ୍ତ ଦର୍ଶକ ଙ୍କୁ ଉତ୍ସାହିତ କରିଥିଲେ l ବାଲିଗୁଡା ଦଣ୍ଡପଦର ଯାତ୍ରା ପଡିଆ ଠାରେ ଜିଲ୍ଲା ସ୍ତରୀୟ ସୁଭଦ୍ରା ମେଳା ର ସପ୍ତମ ତଥା ଉଦଯାପନୀ ସନ୍ଧ୍ୟା ରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ରଙ୍ଗବତୀ ଗୀତ ଗାଇଥିଲେ l ଉଦଯାପନୀ ଦିବସ ର ସାଂସ୍କୃତିକ ସନ୍ଧ୍ୟା ରେ ଆର.କେ ରକଷ୍ଟାର ରୁକୁ ସୁନା ଏବଂ ସାଥି ଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଏହି ସମୟରେ ରୁକୁ ସୁନା ଓ ସାଥି କଳାକାର ଙ୍କ ସହ ମଞ୍ଚ ଉପରେ କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ ରଙ୍ଗବତୀ ରଙ୍ଗବତୀ ଗୀତ ଗାଇଥିଲେ l ଜିଲ୍ଲାପାଳ ମଞ୍ଚ ଉପରେ ଗୀତ ଗାଉଥିବା ବେଳେ ଉପସ୍ଥିତ ଦର୍ଶକ ତଥା ସ୍ଥାନୀୟ ଅଞ୍ଚଳ ବାସୀ ମଧ୍ୟ ଜିଲ୍ଲାପାଳ ଙ୍କ ଗୀତ ଗାଇବା ଶୁଣି ଖୁସି ମନାଇବା ସହ ନାଚିଥିଲେ l ତେବେ ଫେବୃଆରୀ ୮ରୁ ୧୪ ତାରିଖ ଯାଏ ଦୀର୍ଘ ସାତ ଦିନ ଧରି ଏହି ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳା କାର୍ଯ୍ୟକ୍ରମ ବାଲିଗୁଡା ରେ ଆୟୋଜିତ ହୋଇଥିବା ବେଳେ ସମସ୍ତ ପ୍ରଶାସନିକ ଅଧିକାରୀ, ବୁଦ୍ଧିଜୀବୀ, ସ୍ଥାନୀୟ ବାସିନ୍ଦା ଙ୍କୁ ଉତ୍ସାହିତ କରିବା ପାଇଁ ନିଜେ ମଞ୍ଚ ଉପରେ ଗୀତ ଗାଇଥିଲେ ଜିଲାପାଳ। କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ,୧୬/୨/୨୦୨୬---୩,୪୫ Sakhigopal News,16/2/2026
