ads

Breaking News

ବଜରଙ୍ଗ ଓ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ବାରମ୍ବାର ଦାବି ପରେ ବି ମୁଖ୍ୟ ରାସ୍ତା କଡ଼ରୁ ଆମିଷ ବଜାର ଉଠିଲା ନାହିଁ; ଅସନ୍ତୋଷ ବୃଦ୍ଧି



ଜଟଣୀ :-ଜଟଣୀ ମୁଖ୍ୟରାସ୍ତା ହରିଭାଇନା ଛକରୁ ତଳଖେତା ଛକ ଜଟଣୀ ଗେଟ ଦେଇ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଏବେ ଆମିଷ ବଜାର ପାଲଟିଛି l ଏହି ରାସ୍ତାର ଉଭୟ ପାର୍ଶ୍ଵ ସରକାରୀ ଜମିରେ ବେଆଇନ ଭାବେ ଉଠା ଦୋକାନ ଗଢିଉଠିବା ଯୋଗୁଁ ମୁଖ୍ୟ ରାସ୍ତା ସଂକୀର୍ଣ୍ଣ ହେବାରେ ଲାଗିଛି l ଏହି ପରିପ୍ରେକ୍ଷୀରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖ ତଥା ଘରୋଇ ଇଂରାଜୀ ବିଦ୍ୟାଳୟ ନିକଟରେ ଥିବା ରାସ୍ତା କଡରେ ଗଢି ଉଠିଥିବା ଅସ୍ଥାୟୀ ମାଛ ଦୋକାନରେ ସପ୍ତାହର ବୁଧବାର, ଶୁକ୍ରବାର ଏବଂ ରବିବାର ଏହି ତିନିଦିନ ଆମିଷ ବାରରେ ମାଛ ଦୋକାନରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳେ l ସେହିପରି କୁଦିଆରି ବଜାର ଓ ବ୍ଲକ ଛକ ଅଞ୍ଚଳର ମଧ୍ୟ ସମ ଅବସ୍ଥା l ରାସ୍ତା କଡରେ ଦୋକାନ ହେତୁ ଗ୍ରାହକ ମାନେ ରାସ୍ତା ଉପରେ ଗାଡି ରଖିବା ଫଳରେ ମୁଖ୍ୟ ରାସ୍ତାଟି ଜାମ ହୋଇ ଟ୍ରାଫିକ ସମସ୍ୟା ସୃଷ୍ଟି କରେ l ନିକଟରେ ସରକାରଙ୍କ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ରୋଗୀଙ୍କ ଯିବାଆସିବା ସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥାଏ l ସମୟ ସମୟରେ ଆମ୍ବୁଲାନ୍ସ ଯିବାଆସିବାରେ ମଧ୍ୟ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥାଏ l ଆମିଷ ଦୁର୍ଗନ୍ଧରେ ପରିବେଶ ଦୂଷିତ ହେଉଥିବା ସାଧାରଣରେ ଅଭିଯୋଗ ହେଉଛି l ଏହି ବାବଦରେ ଅନେକଥର ଜନସାଧାରଣ ପୌରପ୍ରଶାସନ ଓ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ପୌରପ୍ରଶାସନର କାର୍ଯ୍ୟାନୁଷ୍ଠାନ ଶୂନ l  କିଛିଦିନ ତଳେ ପୌରପାଳିକା ପକ୍ଷରୁ ଲୋକଦେଖାଣିଆ ଭାବେ ଚଢ଼ାଉ କରାଯାଇ ଆମିଷ ବେପାରୀ ମାନଙ୍କୁ ଏହିଠାରୁ ତଡା ଯାଇଥିଲେ ହେଁ ଗୋଟେ ସପ୍ତାହ ପରେ ପୁନର୍ବାର ସେହି ସ୍ଥାନରେ ଡ୍ରେନ ଉପରେ ଆମିଷ ବେପାର ଆରମ୍ଭ ହୋଇଯାଇଥିଲା l ଏ ନେଇ ବଜରଙ୍ଗ ଦଳ ବିଶ୍ୱହିନ୍ଦୁ ପରିଷଦ ଜଟଣୀ ପ୍ରଖଣ୍ଡ ପକ୍ଷରୁ ଖୋଲାମେଲାରେ ଚାଲୁଥିବା କଂସେଇ ଖାନାକୁ ଆବଦ୍ଧ ସ୍ଥାନରେ କରିବା ଓ ବର୍ଜ୍ୟବସ୍ତୁ ଗୁଡିକୁ ଏଠିସେଠି କିମ୍ବା ସିଧାସଳଖ ନଳାରେ ନପକାଇବା ପାଇଁ ପ୍ରଶାସନ ପକ୍ଷରୁ ନିୟମିତ ଭାବେ ସଚେତନ କରିବା ପାଇଁ ଏକ ଦାବିପତ୍ର ବିଗତ ଦିନରେ ପୌର କାର୍ଯ୍ୟାଳୟ, ତହସିଲଦାର ଓ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା ।  ଅଦ୍ୟାବଧି କାହା ଚାପରେ ପୌର ପାଳିକା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ତାକୁ ନେଇ ସଂଘ ପକ୍ଷରୁ ଆଶ୍ଚର୍ଯ୍ୟ ପ୍ରକାଶ ପାଇଛି l  ସଂଘ ପକ୍ଷରୁ ପୁନର୍ବାର ପୌରପାଳିକା ଙ୍କ  କାର୍ଯ୍ୟାଳୟ ରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିବା ପ୍ରେସ ବିବୃତି ମାଧ୍ୟମରେ ସୂଚନା ଦିଆଯାଇଛି l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୭/୨/୨୦୨୬----୪,୨୦ Sakhigopal News,27/2/2026

ads

Blog Archive

Popular Posts