ads

Breaking News

ଫାଇନାନ୍ସ ଅର୍ଥ ହେରଫେର ଅଭିଯୋଗ ; ଶ୍ରୀରାମ ଫାଇନାନ୍ସ ର ପୂର୍ବତନ ଯିଏମ ଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଫିରିଙ୍ଗିଆ ପୋଲିସ


ଫିରିଙ୍ଗିଆ,--- :ଗ୍ରାହକ ଙ୍କ ଠାରୁ ଫାଇନାମ୍ସ ଟଙ୍କା ଆଦାୟ କରି ଆତ୍ମସାଦ କରିଥିବା ଅଭିଯୋଗ ରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ଠାରେ ଥିବା ଶ୍ରୀରାମ ଫାଇନାନ୍ସ ନାମକ ଏକ ଘରୋଇ ଫାଇନାନ୍ସ କମ୍ପାନୀ ର ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି  ଫିରିଙ୍ଗିଆ ପୋଲିସ I ଗିରଫ ଯିଏମ ଙ୍କ ନା ଦେବାଶିଷ ମହାନ୍ତି ବୋଲି ଜଣା ପଡ଼ିଥିବା ବେଳେ ତାଙ୍କ ଘର କଟକ ସିଡିଏ ଅଞ୍ଚଳରେ । ସେ ଭୁବନେଶ୍ୱର ତମାଣ୍ଡୋ ଅଞ୍ଚଳରେ ଘରଭଡା ନେଇ ରହୁଥିବା ଜଣାପଡିଛି I ସୂଚନା ଅନୁସାରେ ଅଭିଯୁକ୍ତ ଦେବାଶିଷ ମହାନ୍ତି ୨୦୧୮ ମସିହାରେ ଫୁଲବାଣୀ ରେ ଥିବା ଶ୍ରୀରାମ ଫାଇନାନ୍ସ ନାମକ ଏକ ବେସରକାରୀ ବ୍ୟାଙ୍କ ରେ ଜିଏମ ଭାବରେ କାର୍ଯ୍ୟରତ ଥିବା ସମୟରେ ଫିରିଙ୍ଗିଆ ଥାନା ଅଧୀନରେ ଥିବା କାଶିନି ପଦର ଗାଁ ର ଭାସ୍କର ଚନ୍ଦ୍ର ପୃଷ୍ଟି ନାମକ ଜଣେ ବ୍ୟକ୍ତି ଙ୍କ ବୋଲେରୋ ଗାଡି ର ଫାଇନାନ୍ସ ପଇସା ସେଟଲ ମେଣ୍ଟ କରିବା ପାଇଁ ପ୍ରାୟ ଦେଢ଼ ଲକ୍ଷ୍ୟ ଟଙ୍କା ନେଇ ବ୍ୟାଙ୍କ ଖାତାର ଜମା ନକରି ନିଜେ ଆତ୍ମ ସାଦ କରି ଫେରାର ହୋଇଯାଇଥିଲେ I କିଛିଦିନ ପରେ ସମ୍ପୃକ୍ତ ଫାଇନାନ୍ସ କମ୍ପାନୀ ତରଫରୁ କୋର୍ଟ ରୁ ଗାଡି ମାଲିକ ଭାସ୍କର ଚନ୍ଦ୍ର ପୃଷ୍ଟି ଙ୍କ ପାଖକୁ ଏକ ନୋଟିସ ଆସିବାରୁ ଭାସ୍କର ତାଙ୍କ ର ଦେଢ଼ ଲକ୍ଷ୍ୟ ଟଙ୍କା ଯିଏମ ଜଣକ ଆତ୍ମସାଦ କରିଥିବା ଜାଣିବାକୁ ପାଇଥିଲେ I ପରେ ଭାସ୍କର ପୃଷ୍ଟି ଫିରିଙ୍ଗିଆ ଥାନାରେ ଏକ ସମ୍ପୃକ୍ତ ଯିଏମ ଙ୍କ ନାରେ ଏକ ଲିଖିତ ଏତଲା ଦେଇଥିଲେ I ତେବେ ଏତଲା ଆଧାରରେ ଫିରିଙ୍ଗିଆ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା I ତେବେ ସେହି ଦିନ ଠାରୁ ଅଭିଯୁକ୍ତ ଯିଏମ ଜଣକ ଫେରାର ଥିବା ବେଳେ ଗତ ଶନିବାର ଦିନ କନ୍ଧମାଳ ଏଏପି ହରିଶ ବିଶି ଙ୍କ ନିର୍ଦେଶ କ୍ରମେ ଏସଡିପିଓ ଶୁଭ୍ରଜିତ ବିଶ୍ୱାଳ ଙ୍କ ପ୍ରତେକ୍ଷ ତତ୍ୱାବଧାନରେ  ଫିରିଙ୍ଗିଆ ଥାନାରେ କାର୍ଯ୍ୟରତ ଏଏସଆଇ ପ୍ରିୟରଂଜନ ନାଏକ ଙ୍କ ନେତୃତ୍ୱ ରେ ଏକ ଟିମ ଖୋର୍ଦ୍ଧା ଜିଲ୍ଲା ତମାଣ୍ଡୋ ପୋଲିସ ସହଯୋଗ ରେ ପାତ୍ରପଡା ଠାରେ ଥିବା ଭିଟୁ ମଲ ପଛପଟ ଅଞ୍ଚଳରେ ଏକ ଭଡା ଘରେ ଆତ୍ମ ଗୋପନ କରିଥିବା ଅଭିଯୁକ୍ତ ଯିଏମ ଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା I ତେବେ ଅଭିଯୁକ୍ତ ଙ୍କ ନାରେ ଓଡିଶା ର ବିଭିନ୍ନ ଥାନା ସହ କନ୍ଧମାଳ ଜିଲ୍ଲାର ଫୁଲବାଣୀ ଆଦର୍ଶ ଥାନାରେ ମଧ୍ୟ ଏଭଳି ଫାଇନାନ୍ସ ନାରେ ଅର୍ଥ ଆତ୍ମସାଦ ର ଅଭିଯୋଗ ଥିବା ପ୍ରାଥମିକ ତଦନ୍ତ ରୁ ଜଣା ପଡ଼ିଥିବା ବେଳେ ରବିବାର ତାଙ୍କୁ ଫିରିଙ୍ଗିଆ ପୋଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଫିରିଙ୍ଗିଆ ଥାନା ଅଧିକାରୀ ମୁରଲୀଧର ସାହୁ I କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ,୧୧/୨/୨୦୨୬---୮,୪୫ Sakhigopal News,11/2/2026

ads

Blog Archive

Popular Posts