ads

Breaking News

ଓଡିଶାର କାଶ୍ମୀର ଦାରିଙ୍ଗବାଡି ବୁଲିଲେ ଉପମୁଖ୍ୟମନ୍ତ୍ରୀ

                        

ବାଲିଗୁଡା---- ଓଡିଶାର କାଶ୍ମୀର  ଦାରିଙ୍ଗବାଡି ଗସ୍ତରେ ଆସି  ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବିଭିନ୍ନ ପର୍ଯ୍ୟଟନ ସ୍ଥଳ ବୁଲି ଦେଖିବା ସହିତ ସମୀକ୍ଷା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ସୋମବାର ଦାରିଙ୍ଗବାଡିରେ ପହଞ୍ଚି ଇକୋ ରିଟ୍ରିଟରେ ରାତ୍ରିଯାପନ କରିଥିଲେ । ମଙ୍ଗଳବାର ଦିନ ଦାରିଙ୍ଗବାଡିର ବିଭିନ୍ନ ପର୍ଯ୍ୟଟନସ୍ଥଳ ବୁଲିଥିଲେ। ପ୍ରଥମେ ସାଂଜାସରୁ ଉନ୍ନୟନ ଟ୍ରଷ୍ଟ ଅଧୀନରେ ରହିଥିବା ହିଲଭିୟୁ ପାର୍କ ବୁଲିଥିଲେ। ସେଠାକାର ଭିୟୁ ଓ ପାର୍କରେ ନୂତନ ୱାଚ ଟାୱାରକୁ ଯାଇ ସେଠାରୁ ଇକୋ ରିଟ୍ରିଟ ସମେତ ପାହାଡ଼ ଜଙ୍ଗଲକୁ ଦେଖି ଖୁସି ହେବା ସହ ସେଲ୍ଫି ପଏଣ୍ଟ ଓ ତାର ଉନ୍ନତି ପାଇଁ ଜିଲାପାଳ ବେଦ ଭୂଷଣ, ଟ୍ରଷ୍ଟର ଅଧ୍ୟକ୍ଷା ତଥା ବାଲିଗୁଡା ଉପଜିଲାପାଳ ପ୍ରଣୀତା ଦାସ, ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କ ସହ ଆଲୋଚନା କରିଥିଲେ।ପରେ ସେଠାରୁ କଫି ବଗିଚା ଓ ଡ଼ୁଲୁରୀ ପାଇନ ବଣ ବୁଲି ଦେଖିଥିଲେ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା  କହିଛନ୍ତି, ଯେ ମୁଁ ସମସ୍ତ ପର୍ଯ୍ୟଟନ କ୍ଷେତ୍ର ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରି  ବିକାଶ  ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି |ପରେ ଶ୍ରାନିକେତା ଯାଇ  ଷ୍ଟ୍ରବେରୀ ଚାଷ ବୁଲି ଦେଖି ଥିଲେ| କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ,୧୧/୨/୨୦୨୬---୯,୪୫ Sakhigopal News,11/2/2026

ads

Blog Archive

Popular Posts