ads

Breaking News

ବାଲିଗୁଡା ରେ ପଲିଥିନ ବନ୍ଦ ପାଇଁ ସଚେତନତା ଅନୁଷ୍ଠିତ

           ବାଲିଗୁଡା ---- ବାଲିଗୁଡା ବ୍ଲକ ପ୍ରଶାସନ ଓ ଏନଏସି ର ମିଳିତ ଟିମ ପକ୍ଷରୁ ବଜାରରେ ପଲିଥିନ ବ୍ୟବହାର ବନ୍ଦ ଏବଂ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ କମ୍ ବ୍ୟବହାର କରିବାକୁ ପ୍ରଶାସନ ପକ୍ଷରୁ ସଚେତନତା କରାଯାଇଛି। ବାଲିଗୁଡା ବିଡିଓ ଅକ୍ଷୟ କୁମାର ମଳିକ , ତହସିଲଦାର ଦୀପ୍ତିପ୍ରକାଶ ବେହେରା, ବାଲିଗୁଡା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳାଇ ଙ୍କ ନେତୃତ୍ୱରେ ସମସ୍ତ ଏନଏସି କର୍ମଚାରୀ ଏବଂ ତହସିଲ କର୍ମଚାରୀ ମିଳିତ ଭାବେ ପ୍ରତ୍ୟେକ ଦୋକାନକୁ ଯାଇ ଦୋକାନୀଙ୍କୁ ସଚେତନତା କରୁଥିବା ଦେଖ‌ିବାକୁ ମିଳିଛି। ପ୍ଲାଷ୍ଟିକର ବହୁଳ ବ୍ୟବହାର ଯୋଗୁଁ ପରିବେଶ ପ୍ରଦୂଷିତ ହେବା ସହିତ ଜନସାଧାରଣ ଇ ଗୃହପାଳିତ ପଶୁ ବିଭିନ୍ନ ରୋଗ ରେ ଆକ୍ରାନ୍ତ ହେଉଛନ୍ତି। ବାଲିଗୁଡା ପ୍ରଶାସନ ପକ୍ଷରୁ ଏସବୁ ବ୍ୟବହାର କମ କରିବାକୁ ସମସ୍ତ ଦୋକାନୀକୁ ବୁଝାଇବା ସହିତ ପଲିଥିନ ମଧ୍ୟ ଜବତ କରିଛନ୍ତି। ଯଦି ବ୍ୟବସାୟୀ ମାନେ ପଲିଥିନ ବ୍ୟବହାର କୁ ନିଷିଦ୍ଧ ନ କରନ୍ତି, ଆଗାମୀ ଦିନ ରେ ଜୋରିମାନା ଦେବାକୁ ପଡିବ ବୋଲି ମିଳିତ ଟିମ କହିଛି |ପଲିଥିନ ବନ୍ଦ ଅଭିଯାନରେ ବାଲିଗୁଡା ଏନଏସି ସମେତ ତହସିଲ କର୍ମଚାରୀ ସାମିଲ ହୋଇଥିଲେ। କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ,୨୦/୨/୨୦୨୬---୯,୨୦ Sakhigopal News,20/2/2026

ads

Blog Archive

Popular Posts