ମଦ ବୋଝେଇ ଅଟୋ ସହ ବେପାରୀ ଗିରଫ
ଜଟଣୀ : ଗତ କାଲି ସନ୍ଧ୍ୟା ସମୟରେ ଏକ ଅଟୋ ମାଧ୍ୟମରେ ଦେଶୀ ମଦଚାଲାଣ ହେଉଥିବା ଏଏସଆଇ ରମ୍ଭବତୀ ବାରୁଆ ବିଶ୍ୱସ୍ତ ସୂଚନା ପାଇ ଅନ୍ୟ କର୍ମଚାରୀମାନଙ୍କ ସହିତ କୁଶମାଟି ଭୋଇ ସାହି ଅଞ୍ଚଳରେ ଚଢାଉ କରିଥିଲେ। ଚଢାଉ ସମୟରେ ସମ୍ପୃକ୍ତ ଅଟୋଟିକୁ ଅଟକାଯାଇ ତଲାସି କରାଯିବାବେଳେ ଡମ୍ବରୁଧର ବେହେରା (46) ଙ୍କ ହେପାଜତରୁ ଆସ୍କା–୪୦ ଦେଶୀ ମଦର ସିଲ୍ ବୋତଲ ଥିବା ୮ଟି ପେଟି ଜବତ କରାଯାଇଥିଲା। ଯାଞ୍ଚ ପରେ ଜଣାପଡ଼ିଥିଲା ଯେ ଅଭିଯୁକ୍ତ କୌଣସି ବୈଧ ଲାଇସେନ୍ସ କିମ୍ବା କର୍ତ୍ତୃପକ୍ଷଙ୍କ ଅନୁମତି ବିନା ସାଧାରଣ ଜନତାଙ୍କୁ ବେଆଇନ ଭାବରେ ମଦ ପରିବହନ ଓ ବିକ୍ରୟ କରୁଥିଲେ। ଜବତ ସାମଗ୍ରୀ ସହିତ ଅଭିଯୁକ୍ତଙ୍କୁ ତଦନ୍ତ ପାଇଁ ଥାନାକୁ ଅଣାଯାଇଥିଲା। ସମସ୍ତ ଆଇନଗତ ଔପଚାରିକତା ପୂରଣ କରି ତାଙ୍କୁ କେଶ ନମ୍ବର 101/26 ଆଧାରରେ କୋର୍ଟକୁ ଚାଲାଣ କରାଯାଇଛି। ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୭/୨/୨୦୨୬---୯,୨୫ Sakhigopal News,27/2/2026
