ଆଚାର୍ଯ୍ୟ ହରିହର ଦାସଙ୍କ ଜନ୍ମ ଜୟନ୍ତୀ ଅବସରରେ ରକ୍ତଦାନ ଶିବିର
ସାକ୍ଷୀଗୋପାଳ --- ସତ୍ୟବାଦୀ ପଞ୍ଚସଖା ମଧ୍ୟରେ ଆଚାର୍ଯ୍ୟ ହରିହର ଦାସ ଥିଲେ ଅନ୍ୟତମ। ଆଜି ତାଙ୍କର ଜନ୍ମ ଜୟନ୍ତୀ ଅବସରରେ ଜନ୍ମମାଟି ଶ୍ରୀରାମଚନ୍ଦ୍ରପୂର ଶାସନ ଗ୍ରାମରେ ଥିବା ଆଚାର୍ଯ୍ୟ ହରିହର ଯୁବ ପରିଷଦ ,ତରଫରୁ ଆଚାର୍ଯ୍ୟଙ୍କ ସ୍ମୃତି ରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସତ୍ୟବାଦୀ ତହସିଲଦାର ଶ୍ରୀ ସନ୍ତୋଷ କୁମାର ପାଣିଗ୍ରାହୀ,ସମ୍ମାନିତ ଅତିଥି ଭାବରେ ସତ୍ୟବାଦୀ ଅତିରିକ୍ତ ତହସିଲଦାର ଶ୍ରୀ ଓମ୍ ପ୍ରକାଶ ପରିଡା ଓ ଓଡ଼ିଶା ସ୍ୱାଭିମାନ ମଞ୍ଚର ସଭାପତି ଶ୍ରୀ ରାଧାକାନ୍ତ ଦାସ ଯୋଗଦେଇଥିଲେ । ଅଚାଯ୍ୟା ହରିହର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ପରେ ସେମାନେ ପରିଷଦ ର କର୍ମକର୍ତ୍ତା ଦ୍ଵାରା ଅତିଥି ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା
ପରେ ପରେ ପୁରୀ ବ୍ଲଡ଼ ବ୍ୟାଙ୍କ ଡକ୍ଟର ଦୀପକ୍ ସାହୁ ଙ୍କ ତତ୍ତ୍ଵାବଧାନରେ ଆସିଥିବା ଟିମ୍ ଙ୍କ ଦ୍ଵାରା ରକ୍ତଦାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ର ମୁଖ୍ୟ ସଂଯୋଜକ ଆଇନଜୀବୀ ସୁଶାନ୍ତ କୁମାର ରଥ, ଆଚାର୍ଯ୍ୟ ହରିହର ଯୁବ ପରିଷଦ ର ସଭାପତି ଅଜିତ୍ କୁମାର ନନ୍ଦ,ସମ୍ପାଦକ ସୁବ୍ରତ କୁମାର ନନ୍ଦ, ଉପଦେଷ୍ଟା ପ୍ରଭାକର ତ୍ରିପାଠୀ ଙ୍କ ସହ ପରିଷଦ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ । ଏଥିରେ ମୋଟ ୨୬ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।ଆଜିର ରକ୍ତଦାତା ମାନେ ହେଲେ ବିଶ୍ୱଜିତ୍ ମିଶ୍ର ,ବଳରାମ ମିଶ୍ର ,ମାନସ ପ୍ରାସାଦ ତ୍ରିପାଠୀ, ରୋଜିନା ଦାଶ ,ଦିବ୍ୟସିଂହ ପ୍ରଧାନ,ଶ୍ରି ନାୟକ ଶତପଥି , ଆଶୁତୋଷ ତ୍ରିପାଠୀ ,ଲକ୍ଷ୍ମୀପ୍ରିୟା ମିଶ୍ର , ପ୍ରମୋଦ କୁମାର ଜେନା ,ସୁଭାସିସ ପରିଡ଼ା ,ଲକ୍ଷ୍ମୀ ରଞ୍ଜନ ଦାଶ ,ଭବାନୀ ପ୍ରସାଦ ଦାଶ ମଳୟ ମହାପାତ୍ର ,ତ୍ରିଲୋଚନ ସାହୁ ,ବିନାୟକ ଶତପଥୀ , ଶ୍ରୀରାମ ନନ୍ଦ, ରାକେଶ ପ୍ରଧାନ ,ଚୌଧୁରୀ ଦିବ୍ୟଜ୍ୟୋତି ଦାଶ ,ବନ୍ଦିତା ମହାପାତ୍ର ଅମିତ କୁମାର ମିଶ୍ର ,ସୁବ୍ରତ କୁମାର ନନ୍ଦ ,)ତ୍ରିନାଥ ବାରିକ,ସୁବ୍ରତ କୁମାର ନନ୍ଦ ,ତ୍ରିନାଥ ବାରିକ , ସସ୍ମିତା ମିଶ୍ର, ଦେବ ବେହେରା ,ସୌରଭ କୁମାର ନନ୍ଦ । ଶେଷରେ ସମସ୍ତ ରକ୍ତଦାତା ମାନଙ୍କୁ ନିଜ ନିଜର ପ୍ରମାଣ ପତ୍ର ପ୍ରଦାନ କରଯାଇଥିଲା। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୩/୨/୨୦୨୬----୧,୨୦ Sakhigopal News,13/2/2026
