ads

Breaking News

ସତ୍ୟବାଦୀର ବିଭିନ୍ନ ଶୈବପୀଠ ଗୁଡିକରେ ରୁଦ୍ରାଭିଷେକ ଓ ଶିବ ପଞ୍ଚାକ୍ଷର, ମହିମା ସ୍ରୋତ, ବିଶ୍ୱଶାନ୍ତି ମହଯଜ୍ଞ:ଚୁଡାଘଷା ସାଙ୍ଗକୁ ନବାତ,କଦଳୀ,ଚନ୍ଦନ,କର୍ପୁର,କେଶରବାସ୍ନାରେ ପୀଠ ମହକିଲା


ସାକ୍ଷୀଗୋପାଳ,---- ମହାଶିବ ରାତି ପାଇଁ  ଶୈବପୀଠ ଗୁଡିକରେ ରୁଦ୍ରାଭିଷେକ, ଶିବ ପଞ୍ଚାକ୍ଷର, ଶିବ ମହିମା ସ୍ରୋତ, ବିଶ୍ୱଶାନ୍ତି ମହାଯଜ୍ଞ, ଭଜନ କୀର୍ତ୍ତନ, ନାମ ସଂକୀର୍ତ୍ତନରେ ଶୀବ ପୀଠ ଗୁଡିକ ଆଧାତ୍ମିକ ପରିବେଷ ସୃଷ୍ଟି ହୋଇଛି । ସେହିପରି ପୀଠ ଗୁଡିକରେ ଚୁଡାଘଷା ସାଙ୍ଗକୁ ନବାତ, ପାଚିଲାକଦଳୀ, ଚନ୍ଦ, କର୍ପୁର, କେଶର, କ୍ଷୀର, ଗୁଡ, ମହୁ, କେତକୀ ଫୁଲରେ ପୀଠ ଗୁଡିକ ବାସ୍ନାରେ ମହକିଛି । ଲୋକମାନେ ଧାଡିରେ ଯାଇ ଠାକୁରଙ୍କୁ ଦର୍ଶନ କରିବା ସହ ନିଜ ଓ ନିଜ ପରିବାର ଗ୍ରହ ଶାନ୍ତି ପାଇଁ ଠାକୁରଙ୍କୁ ପାଣିଲାଗି କରିଛନ୍ତି । ଆଜିର ଦିନରେ ଶିବ ମହିମାରେ ଲଲ୍ଳେଖ ରହିଛି ଏହି ଦିନରେ ଯେଉଁମାନେ ଉଜାଗର ରହି ଶୈବପୀଠରେ ଦ୍ୱୀପ ଜାଳିବା ସହ ଶିବଙ୍କ ନାମ ସ୍ମରଣ କରିବେ ଦେବ ଦେବ ମହାଦେବ ତାର ମାନସିକ ପୂରଣ କରିଥାନ୍ତି । ଏହି ଅବସରରେ ବିଭିନ୍ନ ଶୈବ ପୀଠ ଗୁଡିକ ସଫେଇ କରାଯିବା ସହ ଫୁଲ ଓ ରଙ୍ଗ ବେରଙ୍ଗ ଆଲୋକ ମାଳରେ ମନ୍ଦିରକୁ ସଜ୍ଜିତ କରାଯାଇଛି । ବିଭିନ୍ନ ଶୈବପୀଠ ଗୁଡିକରେ କ୍ଷୀର, ନବାତ, ପାଚିଲାକଦଳୀ, ବେଳପତ୍ର, ଅରଖଫୁଲ, କନିଅର,ପଦ୍ମ,ଅପରାଜିତା, କେତକୀ,ଗୟଳ ଆଦି ଫୁଲ,ସହିତ ନଡିଆ, ଖଇକୋରା, ଚୁଡାଘଷା ଭୋଗ କରିଛନ୍ତି । ଶୈବପୀଠରେ  ଚର୍ତୁପାଶ୍ୱର୍ରେ  ରାତି ସାରା ଉଜାଗର ରହି ଭକ୍ତ ମାନେ ଅଖଣ୍ଡ ଜାଗର ଜାଳି ଥିବା ଦେଖାଯାଇଥିଲା ।  ସେହିପରି ବିଭିନ୍ନ ଶୈବପୀଠ ଗୁଡିକରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଛି ।  ପ୍ରସିଦ୍ଦ ଶୈବପୀଠ ଯୋଡାଲିଙ୍ଗ ଓ ସତ୍ୟବାଦୀର ବରାଳ ବାଲେୁଙ୍କେଶ୍ୱର ଦେବ, ସାଣ୍ଡରା ନୀଳକଣ୍ଠେଶ୍ୱର, ଷୋଳହଳ ଲୋକନାଥ, ବଳପୁର ବାଲୁଙ୍କେଶ୍ୱର, ସୁଆଣ୍ଡୋ ଲୋକେଶ୍ୱର, ବିଦ୍ୟାଧରପୁର ଶ୍ରୀକୁଣ୍ଡେଳେଶ୍ୱର, ପାରକେଣା ଗ୍ରାମର ବାଲିକପିଲେଶ୍ୱର, ସାକ୍ଷୀଗୋପାଳ ବଜାରର ରତ୍ନେଶ୍ୱର, ଖଜୁରେଶ୍ୱର, ବନ୍ତେଶ୍ୱର, କୋଶଳେଶ୍ୱର, ଇଷାଣେଶ୍ୱର, ମୁଅଁଖିଆ, ଲକ୍ଷେଶ୍ୱର, ବୀରରାମଚନ୍ଦ୍ରପୁର ଧବଲେଶ୍ୱର ଓ ଲକ୍ଷେଶ୍ୱର, ବାଲିସାହିର ଖରାଖିଆ ମହାଦେବ, ଅଳଗୁମର ଗତିଶ୍ୱର, ବଣିଆସାହିର ବାଲୁଙ୍କେଶ୍ୱର,  ସେବକସାହିର ଅନନ୍ତେଶ୍ୱର,  ଭୁତୁପଡା ବାଲୁଙ୍କେଶ୍ୱର ,  ଇନ୍ଦିପୁରର କୁମାରେଶ୍ୱର, ଓଲବେଦରପଡାର ଇନ୍ଦ୍ରେଶ୍ୱର, ପଟ୍ଟନାୟିକିଆ ର ମାଳ ବାଲୁଙ୍କେଶ୍ୱର ଆଦି ଦେବଙ୍କ ପୀଠ ଗୁଡିକରେ ଜାଗର ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।  ସତ୍ୟବାଦୀ ବ୍ଳକ ସ୍ଥିତ ପ୍ରସିଦ୍ଧ ଶୈବପୀଠ ବରାଳ ବାଲୁଙ୍କେଶ୍ୱରଙ୍କ ପୀଠରେ ରାତି ୧୦ଟା ୩୦ରେ ହରିହର ଭେଟ ହେବାପରେ ବଡସିଂହାର ପରେ ମନ୍ଦିରଚୁଡାକୁ ୍ର ମହାଦ୍ୱିପ ଉଠିଥିଲା । ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ସତ୍ୟବାଦୀ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ ଉପସ୍ଥିତ ରହିଥିଲେ।ବ୍ଳକ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍କଳା ରକ୍ଷା କରିବା ନିମନ୍ତେ ସତ୍ୟବାଦୀ ଥାନା ଆଇଆଇସି  ସଦଳବଳେ ସେଠାରେ ଉପସ୍ଥିତ ରହିଥିଲେ  । ସେହିପରି ମୁୃଆଁଖିଆ ମହାଦେବଙ୍କ ପୀଠରେ ଗୋପାଳପୁର ପାଟଣାସ୍ଥିତର ଯୁବକ ମାନଙ୍କ ପକ୍ଷରୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିବା ବେଳେ ସେବକସାହି ଅନନ୍ତେଶ୍ୱର ଙ୍କ ଦେବଙ୍କ ପୀଠରେ ସାକ୍ଷୀଗୋପାଳଙ୍କ ସେବାୟତ ସଂଘ ଓ ଯୁବକ ମାନଙ୍କ ସହଯୋଗରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା  ।ସତ୍ୟବାଦୀର ବିଭିନ୍ନ  ଶୈବପୀଠ ଗୁଡିକରେ ରୁଦ୍ରାଭିଷେକ ଓ ଶିବ ପଞ୍ଚାକ୍ଷର,  ମହିମା ସ୍ରୋତ, ବିଶ୍ୱଶାନ୍ତି ମହଯଜ୍ଞ ଅନୁଷ୍ଠିତ 
ଚୁଡାଘଷା ସାଙ୍ଗକୁ ନବାତ, କଦଳୀ,ଚନ୍ଦନ,କର୍ପୁର,କେଶରବାସ୍ନାରେ ପୀଠ ଗୁଡିକ ମହକିଲା 
ସାକ୍ଷୀଗୋପାଳ, ୨୬ା୨( ସମିସ)  ମହାଶିବ ରାତି ପାଇଁ  ଶୈବପୀଠ ଗୁଡିକରେ ରୁଦ୍ରାଭିଷେକ, ଶିବ ପଞ୍ଚାକ୍ଷର, ଶିବ ମହିମା ସ୍ରୋତ, ବିଶ୍ୱଶାନ୍ତି ମହାଯଜ୍ଞ, ଭଜନ କୀର୍ତ୍ତନ, ନାମ ସଂକୀର୍ତ୍ତନରେ ଶୀବ ପୀଠ ଗୁଡିକ ଆଧାତ୍ମିକ ପରିବେଷ ସୃଷ୍ଟି ହୋଇଛି । ସେହିପରି ପୀଠ ଗୁଡିକରେ ଚୁଡାଘଷା ସାଙ୍ଗକୁ ନବାତ, ପାଚିଲାକଦଳୀ, ଚନ୍ଦ, କର୍ପୁର, କେଶର, କ୍ଷୀର, ଗୁଡ, ମହୁ, କେତକୀ ଫୁଲରେ ପୀଠ ଗୁଡିକ ବାସ୍ନାରେ ମହକିଛି । ଲୋକମାନେ ଧାଡିରେ ଯାଇ ଠାକୁରଙ୍କୁ ଦର୍ଶନ କରିବା ସହ ନିଜ ଓ ନିଜ ପରିବାର ଗ୍ରହ ଶାନ୍ତି ପାଇଁ ଠାକୁରଙ୍କୁ ପାଣିଲାଗି କରିଛନ୍ତି । ଆଜିର ଦିନରେ ଶିବ ମହିମାରେ ଲଲ୍ଳେଖ ରହିଛି ଏହି ଦିନରେ ଯେଉଁମାନେ ଉଜାଗର ରହି ଶୈବପୀଠରେ ଦ୍ୱୀପ ଜାଳିବା ସହ ଶିବଙ୍କ ନାମ ସ୍ମରଣ କରିବେ ଦେବ ଦେବ ମହାଦେବ ତାର ମାନସିକ ପୂରଣ କରିଥାନ୍ତି । ଏହି ଅବସରରେ ବିଭିନ୍ନ ଶୈବ ପୀଠ ଗୁଡିକ ସଫେଇ କରାଯିବା ସହ ଫୁଲ ଓ ରଙ୍ଗ ବେରଙ୍ଗ ଆଲୋକ ମାଳରେ ମନ୍ଦିରକୁ ସଜ୍ଜିତ କରାଯାଇଛି । ବିଭିନ୍ନ ଶୈବପୀଠ ଗୁଡିକରେ କ୍ଷୀର, ନବାତ, ପାଚିଲାକଦଳୀ, ବେଳପତ୍ର, ଅରଖଫୁଲ, କନିଅର,ପଦ୍ମ,ଅପରାଜିତା, କେତକୀ,ଗୟଳ ଆଦି ଫୁଲ,ସହିତ ନଡିଆ, ଖଇକୋରା, ଚୁଡାଘଷା ଭୋଗ କରିଛନ୍ତି । ଶୈବପୀଠରେ  ଚର୍ତୁପାଶ୍ୱର୍ରେ  ରାତି ସାରା ଉଜାଗର ରହି ଭକ୍ତ ମାନେ ଅଖଣ୍ଡ ଜାଗର ଜାଳି ଥିବା ଦେଖାଯାଇଥିଲା ।  ସେହିପରି ବିଭିନ୍ନ ଶୈବପୀଠ ଗୁଡିକରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଛି ।  ପ୍ରସିଦ୍ଦ ଶୈବପୀଠ ଯୋଡାଲିଙ୍ଗ ଓ ସତ୍ୟବାଦୀର ବରାଳ ବାଲେୁଙ୍କେଶ୍ୱର ଦେବ, ସାଣ୍ଡରା ନୀଳକଣ୍ଠେଶ୍ୱର, ଷୋଳହଳ ଲୋକନାଥ, ବଳପୁର ବାଲୁଙ୍କେଶ୍ୱର, ସୁଆଣ୍ଡୋ ଲୋକେଶ୍ୱର, ବିଦ୍ୟାଧରପୁର ଶ୍ରୀକୁଣ୍ଡେଳେଶ୍ୱର, ପାରକେଣା ଗ୍ରାମର ବାଲିକପିଲେଶ୍ୱର, ସାକ୍ଷୀଗୋପାଳ ବଜାରର ରତ୍ନେଶ୍ୱର, ଖଜୁରେଶ୍ୱର, ବନ୍ତେଶ୍ୱର, କୋଶଳେଶ୍ୱର, ଇଷାଣେଶ୍ୱର, ମୁଅଁଖିଆ, ଲକ୍ଷେଶ୍ୱର, ବୀରରାମଚନ୍ଦ୍ରପୁର ଧବଲେଶ୍ୱର ଓ ଲକ୍ଷେଶ୍ୱର, ବାଲିସାହିର ଖରାଖିଆ ମହାଦେବ, ଅଳଗୁମର ଗତିଶ୍ୱର, ବଣିଆସାହିର ବାଲୁଙ୍କେଶ୍ୱର,  ସେବକସାହିର ଅନନ୍ତେଶ୍ୱର,  ଭୁତୁପଡା ବାଲୁଙ୍କେଶ୍ୱର ,  ଇନ୍ଦିପୁରର କୁମାରେଶ୍ୱର, ଓଲବେଦରପଡାର ଇନ୍ଦ୍ରେଶ୍ୱର, ପଟ୍ଟନାୟିକିଆ ର ମାଳ ବାଲୁଙ୍କେଶ୍ୱର ଆଦି ଦେବଙ୍କ ପୀଠ ଗୁଡିକରେ ଜାଗର ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।  ସତ୍ୟବାଦୀ ବ୍ଳକ ସ୍ଥିତ ପ୍ରସିଦ୍ଧ ଶୈବପୀଠ ବରାଳ ବାଲୁଙ୍କେଶ୍ୱରଙ୍କ ପୀଠରେ ରାତି ୧୦ଟା ୩୦ରେ ହରିହର ଭେଟ ହେବାପରେ ବଡସିଂହାର ପରେ ମନ୍ଦିରଚୁଡାକୁ ୍ର ମହାଦ୍ୱିପ ଉଠିଥିଲା ।  ବ୍ଳକ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍କଳା ରକ୍ଷା କରିବା ନିମନ୍ତେ ସତ୍ୟବାଦୀ ଥାନା ଆଇଆଇସି  ସଦଳବଳେ ସେଠାରେ ଉପସ୍ଥିତ ରହିଥିଲେ  । ସେହିପରି ମୁୃଆଁଖିଆ ମହାଦେବଙ୍କ ପୀଠରେ ଗୋପାଳପୁର ପାଟଣାସ୍ଥିତର ଯୁବକ ମାନଙ୍କ ପକ୍ଷରୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିବା ବେଳେ ସେବକସାହି ଅନନ୍ତେଶ୍ୱର ଙ୍କ ଦେବଙ୍କ ପୀଠରେ ସାକ୍ଷୀଗୋପାଳଙ୍କ ସେବାୟତ ସଂଘ ଓ ଯୁବକ ମାନଙ୍କ ସହଯୋଗରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା  ।

ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ ,୧୫/୨/୨୦୨୬--୮,୧୦ Sakhigopal News,15/2/2026

ads

Blog Archive

Popular Posts