ads

Breaking News

ଅଟୋ ଦୁର୍ଘଟଣା,୮ ମହିଳା ଆହତ


ବାଲିଗୁଡ଼ା: ଭାରସାମ୍ୟ ହରାଇ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ୮ଦଣ ମହିଳା ଆହତ ହୋଇଛନ୍ତି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ କୁଡକେଲକିଆ ନିକଟସ୍ଥ ଗଡମୁଣ୍ଡା ଘାଟିରେ ଘଟିଛି ଦୁର୍ଘଟଣା । ସୂଚନା ଅନୁଯାୟୀ ଦଡ଼କଙ୍ଗିଆ ଗ୍ରାମରୁ ୧୦ ରୁ ୧୨ ଜଣ ମହିଳା ଡାକା ଗ୍ରାମରେ ରହୁଥିବା ନିଜ ସମ୍ପର୍କୀୟଙ୍କ ଘରକୁ ସୁଦ୍ଧିକ୍ରିୟାରେ ଯୋଗଦେବାକୁ ଅଟୋରେ ଯାଉଥିଲେ । ଢାକା ଗ୍ରାମ ପୂର୍ବରୁ କୁଡକେଲକିଆ ଗାଁ ନିକଟସ୍ଥ ଗଡମୁଣ୍ଡା ଘାଟିରେ ଏକ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଅଟୋ ଦୁର୍ଘଟଣା ଘଟିଥିଲା । ଘଟଣା ସମ୍ପର୍କରେ ସୂଚନା ପାଇ ଡାକା ଗ୍ରାମରେ ଅବସ୍ଥାପିତ ବିଏସ୍ଏଫ୍ କ୍ୟାମ୍ପର ର ଜବାନମାନେ ଘଟଣାସ୍ଥଳରେ ପହଞ୍ଚି ନିଜ ଆମ୍ବୁଲାନ୍ସରେ ଆହତଙ୍କୁ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି । ଆହତଙ୍କ ମଧ୍ୟରୁ ଜଣେ ମହିଳାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ସମସ୍ତେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି । କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ,୨/୩/୨୦୨୬---୭,୧୦ Sakhigopal News,2/3/2026

ads

Blog Archive

Popular Posts