ads

Breaking News

ମେଟ୍ରୋ କିଙ୍ଗସ କୋର୍ଟର ଦବଙ୍ଗ ଗିରି ଚାଷୀଙ୍କ ଚାଷ ଜମିକୁ ଜୋର ଜବରଦସ୍ତ ହଡପ ଅଭିଯୋଗ


ଜଟଣୀ:-ଜଟଣୀ ଷଣ୍ଢପୁର ମୌଜାରେ ଅବସ୍ଥିତ ଏକ ଘରୋଇ ଇଂଜିନିୟରିଙ୍ଗ କଲେଜ ପଛ ପାର୍ଶ୍ୱରେ"ମେଟ୍ରୋ କିଙ୍ଗସ କୋର୍ଟ" ମାଲିକଙ୍କ ନାମରେ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଗ୍ରାମବାସି l ଟଙ୍କା ବଳରେ ଗୁଣ୍ଡା ଗରଦ୍ଧି କରି ଗ୍ରାମବାସୀଙ୍କୁ ଭୟଭୀତ କରାଇବାରେ ପଛାଉ ନାହିଁ "ମେଟ୍ରୋ କିଂଗ୍ସ କୋର୍ଟର କର୍ତ୍ତୃପକ୍ଷ l ଚାଷୀ ମାନଙ୍କ ପାଖରେ ନିଜ ଜମିର ଦଲିଲ ଥାଇ ମଧ୍ୟ ଚଞ୍ଚକତା କରି ତହସିଲ ଏବଂ ଆରଆଇ ପ୍ରଶାସନିକ ଅଧିକାରୀଙ୍କୁ ହାତକରି ସେହି ଜମିର କିଣାବିକା ସହ ପଟ୍ଟା କରିଥିବା ନଜିର ଅଛି l ଷଣ୍ଢପୁର ମୌଜାରୁ ପ୍ରଥମେ କିଛି ଜମି କିଣି ନେଇ ପରବର୍ତ୍ତୀ ସମୟରେ ସେହି ଜମି ସଲଗ୍ନ ଅନେକ ଜମି ଜୋର ଜବରଦସ୍ତି ମାଡି ବସିଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି l ଚାଷୀଙ୍କର ନିଜ ଜମିକୁ ଯିବା ଆସିବା ରାସ୍ତାକୁ ମଧ୍ୟ ଜୋର ଜବରଦସ୍ତ ବୃହତକାୟ ଲୁହା ଗେଟ କରି ରାସ୍ତାକୁ ବନ୍ଦ କରିବା ହେତୁ ଚାଷମାନେ ନିଜ ଜମିରେ ଚାଷ କରିବାକୁ ଯିବା ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି l ଛାଡ଼ିବାପାଇଁ କହିଲେ ପୋଷା ଗୁଣ୍ଡା କୁହନ୍ତି ତୁମ ଜମିର ପ୍ଲଟ ନଂ କେତେ ? । ତୁମ ଜମିର କାଗଜ ଦେଖାଇବା ପାଇଁ କୁହନ୍ତି l ଏଠି ପ୍ରଶ୍ନ ଉଠେ ସେମାନେ କାହା ସାହସରେ ଏହି ସବୁ ଗରିବ ଚାଷୀଙ୍କୁ ପ୍ରଶ୍ନ କରନ୍ତି l ଗ୍ରାମବାସୀଙ୍କ କହିବା ଅନୁଯାଇ "ମେଟ୍ରୋ କିଙ୍ଗସ କୋର୍ଟ' ବେଆଇନ ଭାବେ କେତେକ ଚାଷ ଜମିର କିସମ ପରିବର୍ତ୍ତନ କରାନଯାଇ କିପରି ଘର ତିଆରି ହେଉଛି ତାହା ତଦନ୍ତ ସାପେକ୍ଷ l ବିଡିଏ ଅଂଚଳରେ ପ୍ଲଟିଙ୍ଗ ବା ଘର କରିବାକୁ ହେଲେ ବିଡିଏ କତୃପକ୍ଷଙ୍କ ଠାରୁ ଅନୁମତି ଦରକାର l ଘର ନିକଟକୁ ଦମକଳ, ଆମ୍ବୁଲାନ୍ସ ଯିବାକୁ ବାଟ ସହ ଜଳ ନିଷ୍କାସନ ବ୍ୟବସ୍ଥା ଥିବା ଜରୁରୀ l ଅର୍ଥ ବଳରେ ଏଥି ପ୍ରତି ଗୁରୁତ୍ୱ ଦିଅନଯାଇ ଘର ନିର୍ମାଣ ହେଉଥିବା ଅଭିଯୋଗ ହେଉଛି l ପରବର୍ତ୍ତୀ ସମୟରେ ଚାଷୀ ଅଭିଯୋଗ କଲେ ସେହି ଜମିକୁ ସାଗମାଛ ଦରରେ ବିକ୍ରି ପାଇଁ କୁହାଯାଉଛି l ଖାତା ନଂ ୩୧୨, ପ୍ଲଟ ନଂ ୧୭୨ ଜମିରେ "ମେଟ୍ରୋ କିଙ୍ଗସ କୋର୍ଟ' ଜୋର ଜବରଦସ୍ତ ବିରାଟ ପାଚେରୀ ନିର୍ମାଣ ଘର ତିଆରି କରିଥିବା ଅଭିଯୋଗ ହୋଇ ନ୍ୟାୟାଳୟରେ ଏଥିପ୍ରତି "ସ୍ଟାଟସ୍କୋ" ମଧ୍ୟ ହୋଇଛି ।କିନ୍ତୁ ନ୍ୟାୟାଳୟଙ୍କ ନିର୍ଦେଶକୁ ବେଖାତିର କରୁଛି ମେଟ୍ରୋ ସଂସ୍ଥା l ଖାତା ନଂ ୩୩,  ପ୍ଲଟ ନଂ ୨୨/୨୩, ଏରିଆ ୪୯୦ ଡିସ୍ମିଲ ଜମିକୁ ଜୋର ଜବରଦସ୍ତ ମାଡି ବସିଥିବା ଅଭିଯୋଗ ଆଣିଛନ୍ତି ଉକ୍ତ ଜମିର ଚାଷୀ l ମେଟ୍ରୋ ମାଲିକଙ୍କ ଅତ୍ୟଧିକ ଅତ୍ୟାଚାର ସହି ନ ପାରି ଶେଷରେ ଗ୍ରାମବାସୀ ଗତ ବୁଧବାର ଆନ୍ଦୋଳନକୁ ଓଲ୍ହାଇ ଥିଲେ l ଶେଷରେ ଏହି ମାମଲା ଯାଇ ଥାନାରେ ପହଞ୍ଚିଥିଲା l ଜଟଣୀ ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ପାଖରେ ଦୀର୍ଘ ଏକ ଘଣ୍ଟା ଧରି ଆଲୋଚନା ଚାଲିଥିଲା l କିନ୍ତୁ ଆଲୋଚନାର ନିର୍ଣ୍ଣାୟକ ବିଷୟ ହସ୍ତଗତ ହୋଇ ପାରିନାହିଁ l ଗ୍ରାମବାସୀଙ୍କ କହିବାନୁଯାଇ ଯଦି ନିଜ ଜମିର ହକ ନ ପାଆନ୍ତି ତେବେ ଆଗକୁ ଏହାର ପ୍ରତିବାଦରେ ବଡ଼ ଧରଣର ଆନ୍ଦୋଳନ ହେବ ବୋଲି ଚେତାବନି ଦେଇଛନ୍ତି l ବିଜେପି ସରକାରଙ୍କ ସମୟରେ ଚାଷୀ ମାରଣ ନୀତି ଚାଲିଛି। ଏଠାରେ ଚାଷୀଙ୍କ ଦୁଃଖ ବୁଝିବାକୁ କେହି ନାହିଁ ବୋଲି ଅନେକ ଚାଷୀ ମାନେ ମତପ୍ରକାଶ କରିଛନ୍ତି। ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୨/୨/୨୦୨୬ ---୮,୩୫ Sakhigopal News,12/2/2026

ads

Blog Archive

Popular Posts