ଜଟଣୀ ଅବକାରୀ ବିଭାଗ ପକ୍ଷରୁ ପୃଥକ ପୃଥକ ଚଢ଼ାଉ , ତିନି ଗିରଫ
ଜଟଣୀ : ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗ ଅଧୀକ୍ଷିକା ସୁମତି ତ୍ରିପାଠୀଙ୍କ ନିର୍ଦେଶ କ୍ରମେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଥିବା ବେଳେ ଖୋର୍ଦ୍ଧା ରେଞ୍ଜ ଅବକାରୀ ନିରୀକ୍ଷକ ରାଧାକାନ୍ତ ଭୋଇଙ୍କ ତତ୍ୱାବଧାନରେ ଜଟଣୀ ଅବକାରୀ ଥାନାର ଭାରପ୍ରାପ୍ତ ଅଧିକାରୀ ସୁଜିତ କୁମାର ମୁଦୁଲିଙ୍କ ନେତୃତ୍ୱରେ ଜଟଣୀ ଅଞ୍ଚଳର ବିଭିନ୍ନ ସ୍ଥାନରେ ପୃଥକ ଚଢ଼ାଉ କରାଯାଇ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି l ମିଳିଥିବା ସୂଚନା ଅନୁସାରେ ସ୍ଥାନୀୟ ଗୋପୀନାଥପୁର ଗ୍ରାମର ଯଥାକ୍ରମେ ତ୍ରିନାଥ ପରିଡାଙ୍କ ବାରିରୁ ୧୫୦ ବୋତଲ ଆସ୍କା 40 ଦେଶୀ ମଦ। ମହେଶ୍ୱର ପରିଡାଙ୍କ ଠାରୁ ୧୫୦ ବୋତଲ ଆସ୍କା 40 ଏବଂ ଦେଉଳବସ୍ତ ଗ୍ରାମର ଟିକନ ବେହେରାଙ୍କ ଠାରୁ ୨ କେଜି ୪୦୦ ଗ୍ରାମ ଭାଙ୍ଗ ଜବତ କରାଯାଇ ପୃଥକ ଭାବେ ତିନୋଟି ମାମଲା ରୁଜୁ କରାଯାଇ ଆସାମୀ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି l ଏହି ଚଢ଼ାଉରେ ଅନ୍ୟମାନଙ୍କ ମଧ୍ୟରେ ଏଏସଆଇ ରାମଚନ୍ଦ୍ର ଜେନା ଓ ଏଏସଆଇ ସୁମତି ମହାନ୍ତି,ଏଏସଆଇ ସୌମେନ୍ଦ୍ର ସାମନ୍ତସିଂହାର, ଚିନ୍ମୟୀ ଦାଶ, ପ୍ରଣବ କୁମାର ବେହେରା, ସାନନ୍ଦ କୁମାର କାହଁର,ଟିଟୁ ସାହୁ ପ୍ରମୁଖ ସାମିଲ ଥିଲେ l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୭/୨/୨୦୨୬---୯,୩୫ Sakhigopal News,27/2/2026
