ads

Breaking News

୪୪ କେଜି ଗଞ୍ଜେଇ ଜବତ,ମାଫିଆ ଫେରାର


କନ୍ଧମାଳ ---- କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ପକ୍ଷରୁ ଧୂଙ୍ଗିଆଦେବୀ ମନ୍ଦିର ନିକଟରେ ପୋଲିସ ପେଟ୍ରୋଲିଂ କରୁଥିଲେ । ବସରେ ଗଞ୍ଜେଇ ଚୋରାଚାଲାଣ କରିବାକୁ ଅପେକ୍ଷା କରିଥିବା ମାଫିଆ ପୋଲିସ ଗାଡିକୁ ଦେଖି ଚମ୍ପଟ ମାରିଥିବା ସୂଚନା ମିଳିଛି। ମାଫିଆ ଦୁଇଟି ବସ୍ତା ଛାଡ଼ି ଦୌଡ଼ିବା ପରେ ପୋଲିସ ଦଳ ସହ ଥାନା ଅଧିକାରୀ ଆଶୁତୋଷ ଜେନା ସନ୍ଦେହ କରି ତନଖି କରିବା ପରେ ଗଞ୍ଜେଇ ଥିବା ଜଣାପଡିଥିଲା । ପରେ ଉକ୍ତ ସ୍ଥାନରେ ମାଜିଷ୍ଟ୍ରେଟ ଭାବେ ଅତିରିକ୍ତ ତହସିଲଦାର ବସୁଧା ପ୍ରଧାନଙ୍କ ଉପସ୍ଥିତିରେ ଅଖାରେ ଥିବା ୪୪ କେଜି ଗଞ୍ଜେଇ ଜବତ କରିଥିଲେ।ଏଥିରେ ଥାନାର ସେକେଣ୍ଡ ଅଫିସର ଅଶୋକ କୁମାର ତ୍ରିପାଠୀ ଓ ଦମୟନ୍ତୀ ବେହେରା,ଏଏସଆଇ ସୁରେନ୍ଦ୍ର ରାଜହଂସ ଓ ବାସୁଦେବ ପଣ୍ଡା ସହଯୋଗ କରିଥିଲେ ।  ଏସକ୍ରାନ୍ତରେ ଥାନା କେସ ନଂ ୩୧/୨୬ ରେ ଏକ ଏନଡିପିଏସ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବା ଜଣାପଡିଛି। କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ,୧୭/୨/୨୦୨୬----୭,୧୦ Sakhigopal News,17/2/2026

ads

Blog Archive

Popular Posts