ads

Breaking News

ମନମୋହନ ଓ ସୁଜିତଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖପାତ୍ର ସୁଦୀପ୍ତ ରାୟ



ଜଟଣୀ ​: ଓଡ଼ିଶାରୁ ଖାଲି ପଡ଼ିଥିବା ଦୁଇଟି ରାଜ୍ୟସଭା ଆସନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଆଜି ନିଜର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ବିଜେପି କେନ୍ଦ୍ରୀୟ ନିର୍ବାଚନ ସମିତି ଦଳର ବରିଷ୍ଠ ନେତା ମନମୋହନ ସାମଲ ଏବଂ ନିକଟରେ ଦଳରେ ସାମିଲ ହୋଇଥିବା ସୁଜିତ କୁମାରଙ୍କ ନାମ ଘୋଷଣା କରିଛି। ଏହି ଘୋଷଣା ପରେ ଦଳୀୟ କର୍ମକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି।ବିଜେପି ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ ଏହି ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ଦୁଇ ପ୍ରାର୍ଥୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ:
​"ମନମୋହନ ସାମଲଙ୍କ ପରି ଅଭିଜ୍ଞ ନେତା ଓ ସୁଜିତ କୁମାରଙ୍କ ପରି ଦକ୍ଷ ବ୍ୟକ୍ତିତ୍ୱ ରାଜ୍ୟସଭାକୁ ଗଲେ ଓଡ଼ିଶାର ସ୍ୱାର୍ଥ ସଂସଦରେ ଅଧିକ ସୁରକ୍ଷିତ ରହିବ। ଏହି ଚୟନ ପାଇଁ ଆମେ କେନ୍ଦ୍ରୀୟ ନେତୃତ୍ୱଙ୍କ ନିକଟରେ କୃତଜ୍ଞ।"
​ମନମୋହନ ସାମଲ ପୂର୍ବରୁ ରାଜ୍ୟ ସଭାପତି ଭାବେ ଦଳକୁ ସୁଦୃଢ଼ କରିଥିବା ବେଳେ ସୁଜିତ କୁମାର ନିଜର ପୂର୍ବ ସାଂସଦ ଅଭିଜ୍ଞତାକୁ ଦଳ ପାଇଁ ବ୍ୟବହାର କରିବେ।​ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କ ଅନୁମୋଦନ କ୍ରମେ ଏହି ଦୁଇ ପ୍ରାର୍ଥୀଙ୍କ ନାମ ଚୟନ କରାଯାଇଛି।ରାଜ୍ୟ ବିଧାନସଭାରେ ବିଜେପିର ବହୁମତ ଥିବାରୁ ଏହି ଦୁଇ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ଏକ ପ୍ରକାର ସ୍ପଷ୍ଟ।​ପ୍ରାର୍ଥୀ ଭାବେ ଘୋଷିତ ହେବା ପରେ ମନମୋହନ ସାମଲ କହିଛନ୍ତି, "ଦଳ ମୋ ଉପରେ ଯେଉଁ ଭରସା ଦେଖାଇଛି, ମୁଁ ସେଥିପାଇଁ କେନ୍ଦ୍ରୀୟ ନେତୃତ୍ୱଙ୍କ ନିକଟରେ କୃତଜ୍ଞ। ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ରାଜ୍ୟସଭାରେ ସ୍ୱର ଉତ୍ତୋଳନ କରିବୁ। ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୫/୩/୨୦୨୬---୯,୨୦ Sakhigopal News,5/3/2026

ads

Blog Archive

Popular Posts