ମ୍ୟୁନିସିପାଲିଟି ଠିକାଦାର ସଙ୍ଘ ଗଠିତ
ଜଟଣୀ : ସ୍ଥାନୀୟ ଆଖଣ୍ଡଳମଣି ମନ୍ଦିର ପରିସରରେ ମ୍ୟୁନିସିପାଲିଟିର ନିର୍ମାଣ କାର୍ଯ୍ୟରେ ଅଂଶଗ୍ରହଣ କରୁଥିବା ଠିକାଦାର ମାନଙ୍କର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ନୂତନ କର୍ମକର୍ତ୍ତା ଚୟନ ସହିତ ମ୍ୟୁନିସିପାଲିଟି ଠିକାଦାର ସଂଘ ନାମରେ ଏକ ସଂଘ ଗଠିତ ହୋଇଯାଇଛି l ଉକ୍ତ ବୈଠକରେ ସର୍ବସମତି କ୍ରମେ ପୂର୍ବତନ କାଉନସିଲର ସୌମେନ୍ଦ୍ର ପଟ୍ଟନାୟକ ଆବାହକ, ଉପଦେଷ୍ଟା ଭାବେ ପ୍ରମୋଦ ବଳିୟାରସିଂହ, ବିରଞ୍ଚି ନାରାୟଣ ନାୟକ ଓ ସୁରେନ୍ଦ୍ର ବେହେରା ରହିଥିବା ବେଳେ ସଭାପତି ହରମୋହନ ରାଉତରାୟ, ଉପସଭାପତି ବିଜୟ ସେଠୀ,ସମ୍ପାଦକ ଜିତେନ୍ଦ୍ରିୟ ରଥ,ସହ ସମ୍ପାଦକ ଜୟନ୍ତ କୁମାର ପଲେଇ,କୋଷାଧକ୍ଷ ଅଭିଜିତ ସାମନ୍ତରାୟ ରହିଥିବା ସୂଚନା ଦିଆଯାଇଛି l ଏହି ପରିପ୍ରେକ୍ଷୀରେ ମ୍ୟୁନିସିପାଲିଟିର ଟେଣ୍ଡର ଆୱାନ ରେ ସଂଘର କୌଣସି କାର୍ଯ୍ୟକର୍ତ୍ତା ଧାର୍ଯ୍ୟ ମୂଲ୍ୟଠାରୁ କମ ମୂଲ୍ୟରେ ଟେଣ୍ଡର ପକାଇବେ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଥିଲା l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୨/୨/୨୦୨୬---୮,୧୫ Sakhigopal News,22/2/2026
