ସାକ୍ଷୀଗୋପାଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ଜାତୀୟ ବିଜ୍ଞାନ ଦିବସ ପାଳିତ
ସାକ୍ଷୀଗୋପାଳ ---ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ସାକ୍ଷିଗୋପାଳ ରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି।ବିଶ୍ଵ ପ୍ରସିଦ୍ଧ ଭାରତୀୟ ବୈଜ୍ଞାନିକ ଚନ୍ଦ୍ରଶେଖର ଭେଙ୍କଟ ରମଣଙ୍କର ଆବିଷ୍କାର ଯାହା "ରମଣ ପ୍ରଭାବ" ନାମରେ ଖ୍ୟାତ ଏହି ଫ୍ରେବୃଆରୀ ୨୮ ତାରିଖ ଦିନ ପ୍ରସିଦ୍ଧି ପାଇଥିବା ଦିନକୁ ମନେ ରଖିବା ପାଇଁ ଜାତୀୟ ବିଜ୍ଞାନ ଦିବସ ଭାବେ ପାଳିତ ହେଉଛି। ଏହି ଅବସରରେ ବିଦ୍ୟାଳୟରେ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
