ads

Breaking News

ସାଇନ ପଡାରେ ଅଭିଯୋଗ ଶୁଣାଣି ଶିବିର

                 

 କନ୍ଧମାଳ ---କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ପ୍ରଶାସନ ପକ୍ଷରୁ ଆଜି ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ସାଇନପଡା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶିବିରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ଶୁଭ୍ରାଞ୍ଜଳି ପ୍ରଧାନ ଜନ ସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ। ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଅତିରିକୁ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଶୋଭମ୍ ମହାପାତ୍ର,ଅତିରିକୁ ଗୋଷ୍ଠୀ ଉନ୍ନୟନ ଅଧୂକାରୀ ପ୍ରିୟଦର୍ଶିନୀ ମଲ୍ଲିକ,ସରପଞ୍ଚ ଚମ୍ପିଲତା କହଁର,ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧୂକାରୀ ସ୍ମୃତି ସାଗର ପ୍ରଧାନ, ଅତିରିକୁ କାର୍ଯ୍ୟକ୍ରମ ଅଧୂକାରୀ ତ୍ରିନାଥ ନାୟକ, ମଙ୍ଗଳ ସମ୍ପ୍ରସାରଣ ଅଧୂକାରୀ ବୁରୁମାଝି ପଡ୍ରା, ବ୍ଲକ୍ ସାମାଜିକ ସୁରକ୍ଷା ଅଧୂକାରିଣୀ ସୁଶ୍ରୀ ପଲ୍ଲବୀ ନାୟକ ଏବଂ ପଞ୍ଚାୟତ ସ୍ତରୀୟ ସମସ୍ତ କର୍ମଚାରୀ ଉପସ୍ଥିତ ରହି ଜନ ସାଧାରଣଙ୍କର ଆପତ୍ତା ଅଭିଯୋଗର ଶୁଣାଣି କରିଥିଲେ। କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ,୧୭/୨/୨୦୨୬---୭,୨୦ Sakhigopal News,17/2/2026

ads

Blog Archive

Popular Posts