ads

Breaking News

ସମ୍ବଲପୁରରେ 'ହୀରାକୁଦ ଇଣ୍ଟରନ୍ୟାସନାଲ ହାଫ୍ ମାରାଥନ୍';କେନିଆ, ଇଥିଓପିଆ, ନାଇଜେରିଆ, ନେପାଳ, ଶ୍ରୀଲଙ୍କା, ଭୁଟାନ, ଜାମ୍ବିଆ, କଙ୍ଗୋ, ୟେମେନ ଏବଂ ସିରିଆ ଭଳି ବିଦେଶୀ ରାଷ୍ଟ୍ରର ଧାବକମାନେ କଲେ ଅଂଶଗ୍ରହଣ





ସମ୍ବଲପୁର, ----ଦେଶରେ ଅଲିମ୍ପିକ୍ସ ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ, ଆମକୁ ୨୦୨୬ରୁ ହିଁ ଏପରି ପ୍ରୟାସ କରିବାକୁ ହେବ ।  ଯେପରି ସମ୍ବଲପୁର ଏବଂ ଓଡ଼ିଶାର ପ୍ରତିଭାବାନ ପିଲାମାନେ ବିଶ୍ୱସ୍ତରରେ ମେଡାଲ ଜିତିବେ । ସମ୍ବଲପୁରର ଐତିହାସିକ ହୀରାକୁଦ ଠାରେ 'ଏମସିଏଲ୍ ହୀରାକୁଦ ଇଣ୍ଟରନ୍ୟାସନାଲ ହାଫ୍ ମାରାଥନ୍ – ୨୦୨୬'ର ଉଦଘାଟନ କରିଛନ୍ତି ।କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ସରକାର ଙ୍କର ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ପଂଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ, ଉଚ୍ଚ ଶିକ୍ଷା, କ୍ରୀଡା, ସଂସ୍କୃତି ଓ ଯୁବସେବା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ପାଲଲହଡା ବିଧାୟକ ଅଶୋକ ମହାନ୍ତି, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେବା ସହ ମାରାଥନ ଦୌଡ଼ ରେ ସାମିଲ ହୋଇଥିଲେ l
ଏହି ଅନ୍ତର୍ଜାତୀୟ ମାରାଥନ କୁ ଉଦଘାଟିତ କରି ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ କହିଥିଲେ ଯେ, ହୀରାକୁଦର ସୁଉଚ୍ଚ ମାଟି ବନ୍ଧ ଉପରେ ଆୟୋଜିତ ଏହି ଭବ୍ୟ ମାରାଥନରେ ଚଳିତ ବର୍ଷ ଦେଶ-ବିଦେଶର ୧୦ ହଜାରରୁ ଉଦ୍ଦ୍ୱ କ୍ରୀଡ଼ାବିତ୍‌ ଓ ଯୁବସାଥୀ ଅଂଶଗ୍ରହଣ କରିଛନ୍ତି l ଏହି ପ୍ରତିଯୋଗିତାକୁ ମୁଖ୍ୟତଃ ୨୧ କିମି, ୧୦ କିମି, ୫ କିମି ଏବଂ ୧.୫ କିମି ଭଳି ଚାରୋଟି ଭିନ୍ନ ବିଭାଗରେ ବିଭକ୍ତ କରାଯାଇଛି l
ହୀରାକୁଦର ମନୋରମ ପରିବେଶ ମଧ୍ୟରେ ଆୟୋଜିତ ଏହି ଦୌଡ଼ ସମ୍ବଲପୁରର କ୍ରୀଡ଼ା ଇତିହାସରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି l ବିଶେଷ କରି ଇଥିଓପିଆ ଏବଂ ନାଇଜେରିଆ ଭଳି ଦେଶରୁ ଆନ୍ତର୍ଜାତୀୟ ଖେଳାଳିମାନେ ମଧ୍ୟ ଏଥିରେ ଯୋଗଦେଇ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବା ସହ ପୁରସ୍କୃତ ମଧ୍ୟ ହୋଇଛନ୍ତି l  ଏହି ଅବସରରେ ସେ ମାରାଥନରେ ଭାଗ ନେଇଥିବା ସମସ୍ତ କ୍ରୀଡ଼ାବିତ ଓ ଯୁବସାଥୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଆୟୋଜକ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍, ଜିଲ୍ଲା ପ୍ରଶାସନ, ଭାରତ ସରକାର ଓ ଓଡ଼ିଶା ସରକାରଙ୍କୁ ସାଧୁବାଦ ଜଣାଇଛନ୍ତି ଶ୍ରୀ ପ୍ରଧାନ lସେ କହିଛନ୍ତି, ଆମର ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ 'ଫିଟ୍ ଇଣ୍ଡିଆ ମୁଭମେଣ୍ଟ'ର ଆହ୍ୱାନକୁ ଆଜିର ଏହି ମାରାଥନ୍ ସାର୍ଥକ କରୁଛି । ସମ୍ବଲପୁରର ପରିଚୟ ଆଜି କେବଳ କୃଷିରେ ସୀମିତ ନାହିଁ; ଏହା କୃଷିରୁ ସଂସ୍କୃତି ଏବଂ ପର୍ଯ୍ୟଟନରୁ କ୍ରୀଡ଼ା କ୍ଷେତ୍ରକୁ ବ୍ୟାପିବାରେ ଲାଗିଛି । ଏହି ଆନ୍ତର୍ଜାତୀୟ ମାରାଥନରେ
 ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶ, ଛତିଶଗଡ଼, ବିହାର, ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, ହରିୟାଣା, ରାଜସ୍ଥାନ, ମଧ୍ୟ ପ୍ରଦେଶ, ତେଲେଙ୍ଗାନା, ଗୁଜରାଟ, ଦିଲ୍ଲୀ, କର୍ଣ୍ଣାଟକ, ପଞ୍ଜାବ, ଆସାମ, ଉତ୍ତରାଖଣ୍ଡ, କେରଳ, ତାମିଲନାଡୁ, ମେଘାଳୟ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଜମ୍ମୁ ଓ କାଶ୍ମୀରର ଧାବକ ନିଜର କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ କରିଥିଲେ l ଆନ୍ତର୍ଜାତୀୟ ସ୍ତରରେ ଏହି ମାରାଥନର ଦୃଶ୍ୟପଟ୍ଟ ବେଶ୍ ପ୍ରଭାବଶାଳୀ ରହିଥିଲା । ଯେଉଁଥିରେ କେନିଆ, ଇଥିଓପିଆ, ନାଇଜେରିଆ, ନେପାଳ, ଶ୍ରୀଲଙ୍କା, ଭୁଟାନ, ଜାମ୍ବିଆ, କଙ୍ଗୋ, ୟେମେନ ଏବଂ ସିରିଆ ଭଳି ବିଦେଶୀ ରାଷ୍ଟ୍ରର ଧାବକମାନେ ଅଂଶଗ୍ରହଣ କରିଥିଲେ l ଶେଷରେ ବିଜୟୀ ପ୍ରତିଯୋଗୀଙ୍କୁ ଶ୍ରୀ ପ୍ରଧାନ ପୁରସ୍କୃତ କରିଥିଲେ ।  ଏହି ଅବସରରେ ଶ୍ରୀ ପ୍ରଧାନ ଅନ୍ୟ ଉପସ୍ଥିତ ଅତିଥି ଙ୍କ ସହ ହୀରାକୁଦର ମହାନଦୀରେ ବୋଟିଂ କରି ଖୁସିପ୍ରକଟ କରିଥିଲେ l ସମ୍ବଲପୁର ରୁ ରାଜାରାମ ଷଡ଼ଙ୍ଗୀଙ୍କ ରିପୋର୍ଟ,୧୬/୨/୨୦୨୬---୪,୨୬ Sakhigopal News,16/2/2026

ads

Blog Archive

Popular Posts