ପୂର୍ବତନ ଥାନା ଆଧିକାରୀଙ୍କୁ ସମ୍ବର୍ଦ୍ଧନା
କନ୍ଧମାଳ ---କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ପକ୍ଷରୁ ପୂର୍ବତନ ଥାନା ଅଧିକାରୀ ଅଶୋକ କୁମାର ହାଁସଦାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ନୂତନ ଥାନା ଅଧିକାରୀ ଆଶୁତୋଷ ଜେନାଙ୍କ ନେତୃତ୍ୱରେ ହୋଇଥିବା ବେଳେ ଶ୍ରୀ ହାଁସଦାଙ୍କ ଏଠାରେ ଗତ ବର୍ଷକର କାର୍ଯ୍ୟକଳାପକୁ ଥାନା କର୍ମଚାରୀ ମାନେ ଉଚ୍ଚ ପ୍ରଶଂସା କରିଥିଲେ।ଏହି କାର୍ଯ୍ୟକ୍ରମରେ ସେକେଣ୍ଡ ଅଫିସର ଅଶୋକ କୁମାର ତ୍ରିପାଠୀ,ଏସଆଇ ଦମୟନ୍ତୀ ବେହେରା, ଏଏସଆଇ ସୁରେନ୍ଦ୍ର ରାଜହଂସ ଓ ବାସୁଦେବ ପଣ୍ଡାଙ୍କ ସମେତ ଥାନାର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ଉପଢୌକନ ପ୍ରଦାନ ପୂର୍ବକ ପୂର୍ବତନ ଥାନା ଅଧିକାରୀ ଅଶୋକ କୁମାର ହାଁସଦାଙ୍କୁ ବିଦାୟ କାଳୀନ ସମ୍ବଦ୍ଧନା ଜଣାଇ ଥିଲେ। କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ,୧୭/୨/୨୦୨୬---୭,୨୦ Sakhigopal News,17/2/2026
