ads

Breaking News

ସରକାରୀ ଅର୍ଥ ହେରଫେର ଅଭିଯୋଗରେ ପ୍ରଧାନଶିକ୍ଷୟତ୍ରୀ ନିଲମ୍ବିତ


 ଭଂଜନଗର - ବିଦ୍ୟାଳୟକୁ ଆସୁଥିବା ବିଭିନ୍ନ ଖର୍ଚ୍ଚ ବାବଦୀୟ ଅର୍ଥ ହେରଫେର ଅଭିଯୋଗରେ, ସଂପୃକ୍ତ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ କରାଯାଇଛି ।  ଭଞ୍ଜନଗର ବ୍ଲକ ଦଦରାଲୁଣ୍ଡା ପଞ୍ଚାୟତର ଦଦରାଲୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଘଟଣା  । ଏଠାକାର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ସୁଜାତା ପ୍ରଧାନଙ୍କ ନାମରେ, ଏନେଇ ଅଭିଯୋଗ ହୋଇଥିଲା ।  ପିଲାଙ୍କ ପାଇଁ ଆସିଥିବା ବିସ୍କୁଟ ପଇସା ସମେତ ଟ୍ରେନିଙ୍ଗ ପଇସା ଅନ୍ୟାନ୍ୟ ବାବଦ ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ଅନୁସନ୍ଧାନ କରି, ଗୋଷ୍ଠି ଶିକ୍ଷାଧୂକାରୀଙ୍କ ଚିଠି ସଂଖ୍ୟା  ୪୨୩୯ ତା. ୧୦-୧୨-୨୦୨୫ ପ୍ରକାରେ ସଂପୃକ୍ତ ପ୍ରଧାନଶିକ୍ଷୟିତ୍ରୀଙ୍କୁ ଏହି ବିଷୟରେ ତଥ୍ୟ ମାଗିବା ସହିତ ତୁରନ୍ତ ଉକ୍ତ ଟଙ୍କା ଫେରାଇବା ପାଇଁ ଚିଠିରେ ଦର୍ଶାଇଥିଲେ । ଚିଠି ପ୍ରକାରେ ସଂପୃକ୍ତ ପ୍ରଧାନଶିକ୍ଷୟିତ୍ରୀ  ୩୬, ୬୪୦ ଟଙ୍କା ବିଦ୍ୟାଳୟ ଖାତାରେ ଜମା କରିଥିଲେ । ପରବର୍ତ୍ତୀ ସମୟରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ପତ୍ର ସଂଖ୍ୟା ୪୫୫ ତା. ୧୩-୦୨-୨୦୨୬ ପ୍ରକାରେ ସରକାରୀ ଟଙ୍କା ହେରଫେର କରିବା ଅଭିଯୋଗରେ ପ୍ରଧାନଶିକ୍ଷୟିତ୍ରୀ ସୁଜତା ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ଭଞ୍ଜନଗର ରୁ ରବୀନ୍ଦ୍ର କୁମାର ପ୍ରଧାନ ଙ୍କ ରିପୋର୍ଟ,୨୧/୨/୨୦୨୬----୮,୧୦ Sakhigopal News,21/2/2026

ads

Blog Archive

Popular Posts