ରାସ୍ତା ନିର୍ମାଣକୁ ନେଇ ତେଜୁଛି ଜନ ଅସନ୍ତୋଷ ,ପିଚୁ ଧୂଆଁରେ ଅସ୍ତବ୍ୟସ୍ତ ଗ୍ରାମବାସୀ
ଜଟଣୀ :--ରବର ପିଚୁ ରାସ୍ତା ନିର୍ମାଣକୁ ନେଇ ଜନ ଅସନ୍ତୋଷ l ସୂଚନା ମୁତାବକ ଜଟଣୀ ପୌରପରିଷଦ ଅନ୍ତର୍ଗତ ୨୨ ନଂ ୱାର୍ଡର କୁଦିଆରୀ ଗ୍ରାମର ମେଳଣ ପଡିଆକୁ ରବର ପିଚୁ ରାସ୍ତା ନିର୍ମାଣରେ ଅନିୟମିତତା ଅଭିଯୋଗ ହୋଇଛି l ରାସ୍ତା ନିର୍ମାଣରେ ବ୍ୟବହାର ହେଉଥିବା ରବର ପିଚୁ ରନ୍ଧା ସମୟରେ ସେଥିରୁ ନିର୍ଗତ ଧୂଆଁରେ ଅଞ୍ଚଳ ବାସି ଅସ୍ତବ୍ୟସ୍ତ l ସକାଳୁ ରାତି ପର୍ଯ୍ୟନ୍ତ ପିଚୁ ରନ୍ଧା ଉଦେଶ୍ୟରେ ଲାଗିଥିବା ନିଆଁରେ ପିଚୁର ଗାଢ଼ ଧୂଆଁ ସାଙ୍ଗକୁ କାଠର ଧୂଆଁରେ ଅଣ ନିଶ୍ୱାସ ହେଉଥିବା ସ୍ଥାନୀୟ ଅଧିବାସୀଙ୍କ ଅଭିଯୋଗ ଆଣିଛନ୍ତି l ନିକଟରେ ମାନନୀୟ ଉଚ୍ଚ ନ୍ୟାୟାଳୟ ଏବଂ ସରକାର ପୌରାଞ୍ଚଳରେ ବାୟୁ ପ୍ରଦୂଷଣ ନିମନ୍ତେ କଠୋର ଦଣ୍ଡ ବିଧାନ ଥିବା ବେଳେ ସ୍ଥାନୀୟ ପୌରପରିଷଦ କିପରି ପିଚୁ ରନ୍ଧା କାର୍ଯ୍ୟରେ ନିର୍ଗତ ଧୂଆଁରେ ବାୟୁ ମଣ୍ଡଳ ପ୍ରଦୂଷିତ କରାଯାଉଛି ତାହା ସାଧାରଣରେ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି ? । ପିଚୁ ରନ୍ଧା ସମୟରେ ନିର୍ଗତ ଧୂଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ସାଧାରଣ ଲୋକଙ୍କ ଶ୍ୱାସକ୍ରିୟାରେ ବାଧା ସୃଷ୍ଟି ହୋଇଥିଲା l ପରିବେଶ ପ୍ରଦୂଷିତ ସହ ରାସ୍ତା ନିର୍ମାଣରେ ବ୍ୟବହୃତ ଵଜୂରୀ ମିଶା ପିଚୁର ଆସ୍ତରଣ ଏକ ଇଞ୍ଚରୁ କମ ଥିବା ସ୍ଥାନୀୟ ବାସୀଙ୍କ ଅଭିଯୋଗ କରିଛନ୍ତି l ରାସ୍ତା ନିର୍ମାଣରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏହି ରାସ୍ତା ନିର୍ମାଣରେ ନିମ୍ନ ମାନର କାର୍ଯ୍ୟହେବା କାହା ସ୍ୱାର୍ଥରେ l ପୌରପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ,ଯନ୍ତ୍ରୀ, ପୌରାଧକ୍ଷ ସହ ଠିକାଦାରର ମିଲିଭଗତରେ ଏହି କାର୍ଯ୍ୟ ହେଉଥିବା ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମତ ଦେଇଛନ୍ତି l ଡବଲ ଇଞ୍ଜିନ ସରକାରଙ୍କ ସମୟରେ ଏପରି କାମ । ସ୍ଥାନୀୟ ଉଚ୍ଚ କତୃପକ୍ଷ ତୁରନ୍ତ ଏହି କାର୍ଯ୍ୟର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସଧାରଣରେ ଦାବି ହେଉଛି l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୭/୨/୨୦୨୬---୯,୧୦ Sakhigopal News,27/2/2026
