୧୩୦ ଗ୍ରାମ ବ୍ରାଉନ ସୁଗାର ସହିତ ଯୁବକ ଗିରଫ
ଜଟଣୀ : ଜଟଣୀ ସହରର ଅନେକ ଗଳିକନ୍ଦିରେ ଲୁଚାଛାପାରେ ଧଳା ଜହର ବିକ୍ରୀବଟା ଏକ କୁଟୀର ଶିଳ୍ପରେ ପରିଣତ ହୋଇଛି । ସ୍ଥାନୀୟ ଅବକାରୀ ବିଭାଗରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନଥିବାରୁ ଏହି ବେଆଇନ କାରବାର ଉପରେ ଆଖି ଦୃଶିଆ ପଦକ୍ଷେପ ନିଆଯାଇ ପାରୁନଥିବା ସାଧାରଣରେ ଆଲୋଚନା ହେଉଛି l ଏହି ପରିପ୍ରେକ୍ଷୀରେ ଶନିବାର ବେଆଇନ ନିଶାଦ୍ରବ୍ୟର ପେଣ୍ଠ ସ୍ଥଳୀ ସ୍ଥାନୀୟ ଫକଡ଼ ସାହି ମଧ୍ୟରେ ଏହି କାରବାରରେ ଲିପ୍ତ ଥିବା ଗଜପତି ନଗର ଅଞ୍ଚଳର ଦୁର୍ଯ୍ୟୋଧନ ଗଉଡ଼ଙ୍କ ପୁଅ ଗୋପାଳ କୃଷ୍ଣ ଗଉଡ଼ (20) ନାମକ ଜଣେ ଯୁବକ ବିପୁଳ ପରିମାଣର ଧଳା ଜହର ବିକ୍ରୀ କରିବା ପାଇଁ ଗରାଖଙ୍କୁ ଅପେକ୍ଷା କରିଥିବା ବେଳେ ଅବକାରୀ ବିଭାଗ ତାକୁ ମାଡ଼ି ବସିଥିଲେ l ତଲାସୀ ବେଳେ ଅଭିଯୁକ୍ତ ନିକଟରୁ ୧୩୦ ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଥିଲା ବୋଲି ଚଢ଼ାଉର ମୁଖ୍ୟ ସବଇନ୍ସପେକ୍ଟର ସୁଜିତ କୁମାର ମୁଦୁଲି ସୂଚନା ଦେଇଛନ୍ତି l ଏ ନେଇ ଅବକାରୀ ଥାନାରେ ୧୭୧/୨୬ରେ ଏକ ମାମଲା ରୁଜୁ କରାଯାଇ ଆସାମୀଙ୍କୁ କୋର୍ଟ ଚାଲାଣ କରାଯାଇଛି l ଏହି ଚଢ଼ାଉରେ ଅନ୍ୟ ମାନଙ୍କ ମଧ୍ୟରେ ଏଏସଆଇ ସମରେନ୍ଦ୍ର ସାମନ୍ତସିଂହାର,ରାମଚନ୍ଦ୍ର ଜେନା, ସୁମତି ମହାନ୍ତି ଏବଂ ଟିଟୁ ସାହୁ, ପ୍ରଣବ କୁମାର ବେହେରା, ସାନନ୍ଦ କୁମାର କୁଆଁର, ଚିନ୍ମୟୀ ଦାଶ ପ୍ରମୁଖ ସାମିଲ ଥିଲେ l ଏହି ମାମଲାର ତଦନ୍ତ ଜାରି ରହିଛି l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧/୨/୨୦୨୬----୧୧,୪୫ Sakhigopal News ,1/2/2026
