ads

Breaking News

ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ କର୍ମଶାଳା ଅନୁଷ୍ଠିତ



ସମ୍ବଲପୁର,--- ଜିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫରୁ  ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ  ଏକ କର୍ମଶାଳା ର ଆୟୋଜନ କରାଯାଇଥିଲା।  ଶ୍ରୀମତୀ ସୁନୀତା ତ୍ରିପାଠୀ ଜିଲ୍ଲା ସଂଯୋଜିକା ପ୍ରଥମେ ସ୍ବାଗତ ଭାଷଣ ପ୍ରଦାନ କରିଥଲେ ।ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ସଂଯୁକ୍ତା ସାହୁ  ଆନ୍ତର୍ଜାତିକ ମହିଳା ଦିବସ ରେ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କ ରେ ଧାରଣା ଦେଇଥିଲେ।।ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାଂଶୁ ଶେଖର ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ  ମହିଳା ମାନେ କିପରି ଭାବରେ ନିଜକୁ ସବୁ କ୍ଷେତ୍ରରେ ଆଗ କୁ ନେଇ ପାରିବେ ଚେଷ୍ଟା କରିବାପାଇଁ ଆହ୍ବାନ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ଶ୍ରୀ ଦେବକିଶୋର ନାୟକ ଲିଡ ମ୍ୟାନେଜର ଯୋଗ ଦେଇ ମହିଳା ମାନେ କିପରି ଭାବରେ ଆର୍ଥିକ ସ୍ଥିତି ସୁଦୃଢ କରି ପାରିବେ ଓ କିପରି ଭାବରେ ଠକେଇ ରୁ ବଞ୍ଚି ପାରିବେ ସମସ୍ତଙ୍କୁ ତାଲିମ ପ୍ରଦାନ କରିଥିଲେ।ଅନ୍ୟତମ ଅତିଥି ଶ୍ରୀ ଶିବ ପ୍ରସାଦ ବେହେରା ଆର୍ଥିକ ଉପଦେଷ୍ଟା ଅଜିବିକା ମିଶନ ଜିଲ୍ଲା ପରିଷଦ ତରଫରୁ ଯୋଗଦେଇ ମହିଳା ମାନେ କିପରି ଭାବରେ ଆତ୍ମ ନିର୍ଭର ଶିଳ ହୋଇ ପାରିବେ ତାଲିମ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ  ସମ୍ବଲପୁର ଜିଲ୍ଲା ର ସବୁ ବ୍ଲକ୍ ରୁ ୫୦ ଜଣ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ମାନଙ୍କୁ ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ପାଇଁ ପୁରସ୍କୃତ କରା ଯାଇଥିଲା।ଏହି କର୍ମଶାଳା ରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ମାନେ,ଅଙ୍ଗନୱାଡ଼ି କର୍ମୀ,ପ୍ରୋଗ୍ରାମ ଅଫିସର , ସ୍ବେଛାସେବୀ ସଂଗଠନ ର କର୍ମକର୍ତ୍ତା ମାନେ ଯୋଗ ଦେଇ ଥିଲେ।ଶ୍ରୀମତୀ ସରିତା ଦାସ ଉକ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।ଶ୍ରୀ ଛୋଟେ ଲାଲ ସାହୁ କାର୍ଯ୍ୟକ୍ରମ ଶେଷ ରେ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ସମ୍ବଲପୁର ରୁ ରାଜାରାମ ଷଡ଼ଙ୍ଗୀଙ୍କ ରିପୋର୍ଟ,୨୪/୨/୨୦୨୬---୮,୪୫ Sakhigopal News,24/2/2026

ads

Blog Archive

Popular Posts