ads

Breaking News

ଆନନ୍ଦ ପୁର ଗ୍ରାମରେ ଅଷ୍ଟ ପ୍ରହରି ନାମଯଜ୍ଞ ଅନୁଷ୍ଠିତ

ସାକ୍ଷୀଗୋପାଳ ---ଆନନ୍ଦ ପୁର ଗ୍ରାମରେ ଆଜକୁ ୩୦ବର୍ଷ ହେବ ଅଷ୍ଟ ପ୍ରହରି ନାମଯଜ୍ଞ ଅନୁଷ୍ଠିତ  ହେଉଛି ।
ଏହି ନାମଯଜ୍ଞରେ ଗ୍ରାମଦେବୀ     ଉଗ୍ରତାରା.ତାରିଣୀ. ହାଣ୍ଡଳାଇ.ରାଧା କୃଷ୍ଣ.ଭାଗବତବାସୁଦେବ ଦେବଙ୍କୁ ସଂକ୍ରିର୍ତ୍ତନ, ଘଣ୍ଟ ମର୍ଦ୍ଧଳ ରେ ଯଜ୍ଞ ବେଦିକୁ ଅଣାଯାଇଥିଲା ।ପୂଜକ ବୈଷ୍ଣବ ଗଣେଶ ଦାସ ଙ୍କ ନେତୃତ୍ୱ ରେ ଗ୍ରାମର ସଂକ୍ରିର୍ତନ କରାଯାଇଥିଲା ।  ଅଷ୍ଟସଖୀ ଭାର୍ଗବି ନଦୀରେ ଯମୁନା ଗାଧୁଆ କରିଥିଲେ.ଏବଂ ନଦୀରେ ବୈଷ୍ଣବ ଗଙ୍ଗା ପୂଜାକଲା ପରେ ଅଷ୍ଟସଖୀ ଗଙ୍ଗାଜଳ କଳସ ସଂଗ୍ରହ କରି ଯଜ୍ଞ ବେଦିରେ ଆଣି ରଖିଥିଲେ.। ଏହି ଅବସରରେ ଗ୍ରାମ ରେ ଏକ ଧର୍ମୀୟ ଭାବନା ସୃଷ୍ଟି ହେବା ସହ ସମସ୍ତ ଙ୍କ ଘର ଆଗରେ ପ୍ରଦୀପ ପ୍ରଜ୍ବଳନ ସହ କଳସ ସ୍ଥାପନ ହୋଇଥିବା ର ଦେଖାଯାଇଛି। ଗ୍ରାମରେ ଆମିଷ ବାରଣ କରାଯାଇଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୨/୨/୨୦୨୬---୮,୨୦ Sakhigopal News,22/2/2026

ads

Blog Archive

Popular Posts