ସଂକୀର୍ତ୍ତନ ଗୁରୁ ବାବାଜୀ ଭାଗିରଥି ଦାସ ଙ୍କ ମହା ପରାୟଣ
ସାକ୍ଷୀଗୋପାଳ ---- ଶୁକଳ ଗ୍ରାମ ପଞ୍ଚାୟତ ର ଜଣା ଶୁଣା ସଙ୍କୀର୍ତ୍ତନ ଗୁରୁ ବାବାଜୀ ଭାଗିରଥି ଦାସ (ଭାଲୁ ଗୁରୁ) ବ୍ୟଧକ୍ ଜନିତ କାରଣରୁ ପରଲୋକ ହୋଇଯାଇଛି। ଅବିଭକ୍ତ ପୁରୀ ଜିଲ୍ଲା ତଥା ପୁରୀ, ସତ୍ୟବାଦୀ , କଣାସ , ବ୍ରହ୍ମଗିରି ,ଡେଲାଙ୍ଗ ଅଂଚଳ ରେ ସଙ୍କୀର୍ତ୍ତନ ଗୁରୁ ଭାବେ ପରିଚିତ ଥିଲେ l ମରଶରୀର କୁ ଶୁକଳର ମାର୍କଣ୍ଡପଡା ର ଜଗନ୍ନାଥ ଆଶ୍ରମ ରେ ସମାଧି ଦିଆ ଯାଇଥିବା l ଏଥିରେ ସହ ସହ ଭକ୍ତ ଙ୍କ ସହିତ ପୁଅ ପ୍ରହ୍ଲାଦ, ବୋହୁ ତଥା ଆତ୍ମୀୟଙ୍କ ଉପସ୍ଥିତ ଥିଲେ l ପ୍ରକାଶ ଥାଉକି ମୃତ୍ୟୁ ସମୟ କୁ ପ୍ରାୟ ୧୦୦ବର୍ଷ ବୟସ ହୋଇଥିଲା l ବାବା ଙ୍କ ଦେହାନ୍ତ ରେ ଶିକ୍ଷାବିତି ଗୌତମ ପ୍ରଧାନ, କାଶୀନାଥ ପରିଡା, କୃଷ୍ଣ ମୋହନ ମହାନ୍ତି, ଶିକ୍ଷାବିତ୍ ତଥା ସମାଜ ସେବୀ କାହ୍ନୁ ଚରଣ ପ୍ରଧାନ, ସରପଂଚ ଲଲିତ ମୋହନ ସେନାପତି, ସମିତି ସଭ୍ୟ ବସନ୍ତ ବିଶ୍ବାଳ ଙ୍କ ସହିତ ଅନେକ ବୁଦ୍ଧିଜୀବି ଆତ୍ମା ର ସଦଗତି ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଛନ୍ତି l ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୬/୩/୨୦୨୬---୧,୧୦ Sakhigopal News,6/3/2026
