ବେଆଇନ ମାଟିଚାଲାଣ ବେଳେ ପୋଲିସ ଓ ତହସିଲର ମିଳିତ ଚଢ଼ାଉ ; ୫ଟ୍ରାକ୍ଟର ୨ଜେସିବି ଜବତ.
ବାଲିଗୁଡା ---- ବେଆଇନ ମାଟି ଚାଲାଣ ବେଳେ ପୋଲିସ ଓ ତହସିଲ ପ୍ରଶାସନ ର ମିଳିତ ଚଢ଼ାଉ କରିଛି l ବେଆଇନ ମାଟି ଖୋଦନ ସହ ଚାଲାଣ ଅଭିଯୋଗ ରେ ୫ଟି ଟ୍ରାକ୍ଟର ଓ ୨ଟି ଜେସିବି ମେସିନ ଜବତ କରାଯାଇଛି l ବାଲିଗୁଡା ସହରର ଦଣ୍ଡପଦର ଅନ୍ତର୍ଗତ ଗୋଇବନ୍ଧା ନାଳ ନିକଟରୁ ବେଆଇନ ଭାବେ ମାଟି ଚାଲାଣ ବେଳେ ତହସିଲ ଓ ପୋଲିସ ପ୍ରଶାସନ ଚଢ଼ାଉ କରିଥିଲେ l ତେବେ ବାଲିଗୁଡା ସହର ର ବିଚିତ୍ରାନନ୍ଦ ଆଚାର୍ଯ୍ୟ ନାମକ ବ୍ୟକ୍ତି ନିଜ ଜମି ରେ ମାଟି ଫିଲିଙ୍ଗ କରିବା ନିମନ୍ତେ ରାଜସ୍ୱ ବିଭାଗ ର ବିନା ଅନୁମତି ଓ ବିନା ରୟାଲିଟି ରେ ମାଟି ଚାଲାଣ କରୁଥିବା ନେଇ ଅଭିଯୋଗ ହୋଇଥିଲା l ତେବେ ପୋଲିସ ଓ ତହସିଲ ବିଭାଗ ପକ୍ଷରୁ ମିଳିତ ଭାବେ ଘଟଣା ସ୍ଥଳରେ ପହଞ୍ଚି ବେଆଇନ ମାଟି ଚାଲାଣ ନେଇ ଯାଞ୍ଚ କରିବା ସମୟରେ କୌଣସି କାଗଜପତ୍ର ଦାଖଲ କରି ପାରିନଥିଲେ l ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତ ରେ ପୋଲିସ ବେଆଇନ ମାଟି ଚାଲାଣ ରେ ବ୍ୟବହୃତ ଦୁଇ ଜେସିବି ମେସିନ ସହ ପାଞ୍ଚ ଟି ଟ୍ରାକ୍ଟର ଜବତ କରିବା ସହ ଅଧିକ ତଦନ୍ତ ଜାରୀ ରଖିଥିବା ଥାନା ଅଧିକାରୀ ଶିବ ରଞ୍ଜନ ସିଂଘା ସୂଚନା ଦେଇ ଛନ୍ତି | କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ,୧୬/୨/୨୦୨୬---୩,୪୫ Sakhigopal News,16/2/2026
