ads

Breaking News

ଦଶମ ସତ୍ୟବାଦୀ ମହୋତ୍ସବ ଉଦଯାପିତ, ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକ ମାନଙ୍କୁ ନଚେଇ ଥିଲେ ଓଲିଉଡ କଳାକାର

ସାକ୍ଷୀଗୋପାଳ ---- ସତ୍ୟବାଦୀ ର ଅଁଳା ନବମୀ ସବୁଠାରୁ ବଡ଼ ପର୍ବ ଭାବେ ପରିଚିତ ଥିବା ବେଳେ ଏବେ ତାପରେ ରହିଛି ସତ୍ୟବାଦୀ ମହୋତ୍ସବ। ନଅ ବର୍ଷର ଧରି ତିନି ଦିନ ଧରି ଅନୁଷ୍ଠିତ ହେଉଥିବା ବେଳେ ଜଣସଆଧରଣ ଓ ମହୋତ୍ସବର ସଦସ୍ୟ ମାନଙ୍କ ଅନୁରୋଧ କ୍ରମେ ମହୋତ୍ସବର ସଭାପତି ତଥା ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ମହୋତ୍ସବ କୁ ଏ ବର୍ଷ ଆଉ ଏକ ଦିନ ବଡାଇଥିଲେ। ଗୁରୁବାର ଦିନ ମହୋତ୍ସବ ଉଦଘାଟିତ ହୋଇଥିବା ବେଳେ ରବିବାର ବିଳମ୍ବିତ ରାତିରେ ଉଦଯାପିତ ହୋଇଯାଇଛି। ମହୋତ୍ସବର ଉଦଯାପନ ସଂଧ୍ୟାରେ ମହୋତ୍ସବର ସଭାପତି ଓମ୍ ପ୍ରକାଶ ମିଶ୍ର ସଭାପତି ରେ ଅନୁଷ୍ଠିତ ସଭାରେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା,
ସତ୍ୟବାଦୀ ର ପୂର୍ବତନ ବିଧାୟକ ପ୍ରସାଦ ହରିଚନ୍ଦନ ଓ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ଓ ମହୋତ୍ସବର ସମ୍ପାଦକ ଦୀପକ ଶତପଥୀ ପ୍ରମୁଖ ଯୋଗ ଦେଇ ଆନୁଷ୍ଠାନିକ ଭାବେ ମହୋତ୍ସବକୁ ଉଦଯାପନ ଘୋଷଣା କରିଥିଲେ। ଏହି ଅବସରରେ ମହୋତ୍ସବ କମିଟି ପକ୍ଷରୁ ତମାଳ ପୁସ୍ତକ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ସୁରେନ୍ଦ୍ର ନାଥ ଶତପଥୀ ଙ୍କ ସମ୍ମାନରେ ନେତ୍ରାନନ୍ଦ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମହୋତ୍ସବ କମିଟି ପକ୍ଷରୁ ସତ୍ଯବାଦୀ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ,ଡଃ, ଅଶୋକ ମିଶ୍ର, 
ମହୋତ୍ସବର ଶେଷ ସଂଧ୍ୟାରେ ଯୋଗଗୁରୁ ପ୍ରଶାନ୍ତ କୁମାର ବିଶ୍ବାଳ ଙ୍କ ଛାତ୍ର ଛାତ୍ରୀ ମାନେ ଯୋଗ କରିଥିଲେ। ସଂସ୍କୃତି ବିଭାଗ ପକ୍ଷରୁ ପ୍ରତିଭା ଭବାନିପାଟଣାର କଳାକାର ଓ ଅଭିନୟ ନୃତ୍ୟ ଏକାଡେମୀ ର କଳାକାର ମାନେ  ସେମାନଙ୍କ ର ନୃତ୍ୟ ପରିବେଷଣ କରିଥିଲେ।  ପରେ ପରେ ସତ୍ୟବାଦୀ ର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର କୁନି କୁନି ଛାତ୍ରଛାତ୍ରୀ ମାନେ ସିନ୍ଦୂର ନୃତ୍ୟ ନାଟିକା ପରିବେଷଣ କରିଥିଲେ। ଏହି ନୃତ୍ୟ ନାଟିକା ଉପସ୍ଥିତ ଦର୍ଶକ ମାନଙ୍କୁ କିଛି ସମୟ ପାଇଁ  ସ୍ତବ୍ଧ କରିଦେଇଥିଲା। ମହୋତ୍ସବର କମିଟି ପକ୍ଷରୁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପ୍ରଧାନ ଗୁରୁଜୀଙ୍କୁ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ତା ପରେପରେ ମହୋତ୍ସବ କମିଟି ପକ୍ଷରୁ ବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଦେଇ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ ।  ହଲିଉଡ୍ ଗାୟିକା ଅରୁଣିତାଙ୍କ ଟିମ୍ ଓ ନିହାଲ ତାଉରୋଙ୍କ ଟିମ୍ ବିଳମ୍ବିତ ରାତି ପର୍ଯ୍ୟନ୍ତ ମୁକ୍ତାକାଶ ରଙ୍ଗମଞ୍ଚରେ ଦର୍ଶକ ମାନଙ୍କୁ ଶୀତୁଆ ରାତିରେ ବାନ୍ଧି ରଖିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୮/୨/୨୦୨୬----୮,୪୫ Sakhigopal News,8/2/2026

ads

Blog Archive

Popular Posts