ads

Breaking News

ଓଡ଼ିଆ ବିଶ୍ୱବିଦ୍ୟାଳୟ ସତ୍ୟବାଦୀ ର ପ୍ରଥମ ସମାବର୍ତ୍ତନ ଉତ୍ସବ ସହିତ ବାର୍ଷିକ ଉତ୍ସବ ଅନୁଷ୍ଠିତ

ସାକ୍ଷୀଗୋପାଳ ---- ସତ୍ଯବାଦୀର ସେହି ପୁଣ୍ୟମୟ ମାଟିରେ ଗଡ଼ି ଉଠିଥିବା  ଓଡ଼ିଆ ବିଶ୍ୱବିଦ୍ୟାଳୟ ର ପ୍ରଥମ ସମାବର୍ତ୍ତନ ଉତ୍ସବ ଆନୁଷ୍ଠାନିକ ଭାବେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ ପରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ର ଭାରପ୍ରାପ୍ତ କୁଳପତି ପ୍ର, ଶତ୍ରୁଘ୍ନ ପାଣିଗ୍ରାହୀ ଅନୁଷ୍ଠିତ ଉତ୍ସବରେ ସଭାପତିତ୍ୱ କରିଥିଲେ। ଓଡ଼ିଆ ବିଶ୍ୱବିଦ୍ୟାଳୟ ର କୁଳସଚିବ ରଶ୍ମିରେଖା ଦାସ ତାଙ୍କ ବକ୍ତବ୍ୟ ରେ କହିଥିଲେ ଯେ ଓଡ଼ିଆ ବିଶ୍ୱବିଦ୍ୟାଳୟ ର ପ୍ରତିଷ୍ଠା ଓ ଏହାର ଉଦ୍ଦେଶ୍ୟ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ପ୍ରାକ୍ତନ ଓ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ଓ କର୍ମଚାରୀ ମାନଙ୍କୁ ସ୍ବାଗତ ଜଣାଇଥିଲେ।
 ଅନ୍ୟତମ ଅତିଥି ଭାବେ ବାଲେଶ୍ୱରର ଫକୀର ମୋହନ ବିଶ୍ୱବିଦ୍ୟାଳୟ ର ପୂର୍ବତନ କୁଳପତି ପ୍ରଫେସର କୁମରବର ଦାସ ଯୋଗଦେଇ ବକ୍ତବ୍ୟ ରେ କହିଥିଲେ ଯେ କେବଳ ଆଗ ଧାଡିର ପିଲା ଆଗ ତାହା ନୁହେଁ ପଛ ଧାଡିର ପିଲା ଆଗ ଧାଡ଼ିର ପିଲାଙ୍କ ଠାରୁ କମ୍ ନୁହଁନ୍ତି, ପାଠପଢ଼ା ବୋଝ ନୁହେଁ , ଆମ ଧନୀ ଓ ଶିକ୍ଷିତ ପରିବାରର ପିଲାମାନେ ଅଣ ସଂସ୍କୃତି ସୃଷ୍ଟି କରୁଛନ୍ତି ସେମାନଙ୍କୁ ରୋକିବ ଏହି ଓଡ଼ିଆ ବିଶ୍ୱବିଦ୍ୟାଳୟ ବୋଲି କହିଥିଲେ।  ସେହିପରି ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ର ପୂର୍ବତନ କୁଳପତି ପ୍ର, ଅପରାଜିତା ଚୌଧୁରୀ ଓଡ଼ିଆ ବିଶ୍ୱବିଦ୍ୟାଳୟ ର କୁଳସଚିବ ରଶ୍ମିରେଖା ଦାସ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ର ଭାରପ୍ରାପ୍ତ କୁଳପତି ପ୍ର, ଶତ୍ରୁଘ୍ନ ପାଣିଗ୍ରାହୀ ବାର୍ଷିକ ବିବରଣୀ ପାଠ କରିବା ସହ ଉପସ୍ଥିତ ଥିବା ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ। ଏହି ବିଶ୍ୱବିଦ୍ୟାଳୟ ରଥ ଗଡ଼ିବା ରେ ପ୍ରାଶାସନିକ ପକ୍ଷରୁ ସମସ୍ତ ସରକାରୀ ଓ ଅଣସରକାରୀ କର୍ମଚାରୀ ଓ ଛାତ୍ରଛାତ୍ରୀ ମାନଙ୍କ ସହଯୋଗରେ ଆଜି ଏ ରଥ ଆଗକୁ ଆଗକୁ ମାଡି ଚାଲିଛି ବୋଲି କହିବା ସହ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।  ଓଡ଼ିଆ ବିଶ୍ୱବିଦ୍ୟାଳୟ ର ପ୍ର, ଶର୍ମିଷ୍ଠା  ମହାପାତ୍ର କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ। ଓଡ଼ିଆ ବିଶ୍ୱବିଦ୍ୟାଳୟ ର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଛାତ୍ର ମିଲନ କୁମାର ଦାଶ ୨୩-୨୫ପ୍ରଥମ ଶିକ୍ଷା ବର୍ଷ ର ସବୋର୍ଚ୍ଚ ନମ୍ବର ରଖି ସ୍ବର୍ଣ୍ଣ ପଦକ ପାଇବା ସ଼ହ ୫୭ଜଣ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ସେହିପରି ବିଶ୍ବବିଦ୍ୟାଳୟର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ଯୋଗଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ କୁ  ଉଦଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ପ୍ର, ହରିହର  କାନୁନଗୋ  ବେଦ ବିଶ୍ବବିଦ୍ୟାଳୟର କୁଳପତି, ଅଧ୍ୟକ୍ଷ ସ୍ନାତକ ପରିଷଦ ଡଃ, ପ୍ରଦ୍ୟୁମ୍ନ କୁମାର ମିଶ୍ର, ଯୋଗ ଦେଇ ଆଜିର ସମାଜରେ ନିଜକୁ ମୋବାଇଲ ଠାରୁ ଦୂରେଇ ରଖିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ମତ ପ୍ରକାଶ କରିଥିଲେ।ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।  ଏଥିରେ କ୍ରୀଡ଼ା ସଂଯୋଜକ ଡ଼, ରାଧା ଗୋବିନ୍ଦ କୁଇଲା ଓ ସଂସ୍କୃତି ଅଧିକାରୀଣି ଡଃ,ଲିପିକା ନାୟକ ଉପସ୍ଥିତ ଥିଲେ ।ଶେଷରେ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଳମ୍ବିତ ରାତି ପର୍ଯ୍ୟନ୍ତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଶ୍ବବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଅଣ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୬/୨/୨୦୨୬---୭,୨୦ Sakhigopal News,6/2/2026

ads

Blog Archive

Popular Posts