ads

Breaking News

ମାସିକ କିସ୍ତି ଟଙ୍କା ଆଦାୟ ନାଁ ରେ ଫାଇନାନ୍ସ ସଂସ୍ଥା ର ବ୍ରାଞ୍ଚ ମ୍ୟାନେଜର ଙ୍କ ଦବଙ୍ଗଗିରି


କନ୍ଧମାଳ --- ଗ୍ରୁପ ଲୋନ ର କିସ୍ତି ଟଙ୍କା ଜଣେ ମହିଳା ଦେଇ ନ ପାରିବା ରୁ ତାଙ୍କ ସ୍ୱାମୀ ଙ୍କୁ  ମରଣାତ୍ମକ ଭାବେ କାଠ ଫାଳିଆ ରେ ପିଟି ମୁଣ୍ଡ କୁ ଆକ୍ରମଣ କଲେ ଫାଇନାନ୍ସ ସଂସ୍ଥା ର ବ୍ରାଞ୍ଚ ମ୍ୟାନେଜର l  ତେବେ ଗ୍ରାମବାସୀ ଆସି ଦାଦାଗିରି  କରିଥିବା ବ୍ରାଞ୍ଚ ମ୍ୟାନେଜର ଙ୍କୁ ଅଟକାଇବା ସହ ଯୁବକ ଜଣଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରିଥିଲେ l ବାଲିଗୁଡା ଥାନା ବୁଡୁରୁକିଆ ପଞ୍ଚାୟତ ର ମାଦିନାଟ ଗାଁ ରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଘଟଣା l ତେବେ କାଠ ଫାଳିଆ ରେ ପିଟି ରକ୍ତାକ୍ତ କରିଥିବା ବ୍ରାଞ୍ଚ ମ୍ୟାନେଜର ବାଲିଗୁଡା ନୁଆସାହି ସ୍ଥିତ ଫ୍ୟୁଜନ ଫାଇନାନ୍ସ ଲିମିଟେଡ଼ ର  ଦିବାନା ପ୍ରଧାନ ବୋଲି ବାଲିଗୁଡା ପୋଲିସ ସ୍ପଷ୍ଟ କରିଛି l ମାଦିନାଟ ଗାଁ ର ନରୋଜିନୀ ମଳିକ  ଫ୍ୟୁଜନ ଫାଇନାନ୍ସ ଲିମିଟେଡ଼ ରୁ ଗ୍ରୁପ ଲୋନ ନେଇଥିଲେ l ତେବେ ସେ କେବଳ ଗୋଟିଏ ମାସ ର କିସ୍ତି ଟଙ୍କା ଦେଇ ନଥିବା ବେଳେ ବ୍ରାଞ୍ଚ ମ୍ୟାନେଜର ଦିବାନା ପ୍ରଧାନ ତାଙ୍କ ଗାଁ କୁ ଯାଇ ବଳପୂବକ  ଟଙ୍କା ଦେବାକୁ ବାଧ୍ୟ କରିଥିଲେ l ତେବେ ଆର୍ଥିକ ସମସ୍ୟା ଯୋଗୁଁ ପରେ କିସ୍ତି ଟଙ୍କା ଦେବାକୁ ତାଙ୍କ ସ୍ୱାମୀ ପଶିରା ମଳିକ କହିଥିଲେ l ଵାସ ଏତିକି ରେ ଚିହିକି ଉଠି ଘର ଆଗରେ ପଡ଼ିଥିବା କାଠ ଫାଳିଆ ରେ ବ୍ରାଞ୍ଚ ମ୍ୟାନେଜର ଦିବାନା ପ୍ରଧାନ ପଶିରା ମଳିକ ଙ୍କୁ ଆକ୍ରମଣ କରିଥିଲେ l ତେବେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଶିରା ଙ୍କୁ ବାଲିଗୁଡା ମେଡିକାଲ ରେ ଭର୍ତି କରାଯିବା ପରେ ଅବସ୍ଥା ଗୁରୁତର ହେବାରୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି l ବାଲିଗୁଡା ପୋଲିସ ଦବଙ୍ଗ ବ୍ରାଞ୍ଚ ମ୍ୟାନେଜର ଦିବାନା ପ୍ରଧାନ କୁ ଅଟକ ରଖିବା ସହ ତଦନ୍ତ ଆରମ୍ଭ କରିଛି l କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ,୨୩/୨/୨୦୨୬---୮,୪୫ Sakhigopal News,23/2/2026

ads

Blog Archive

Popular Posts