ସେଞ୍ଚୁରିଅନ୍ ୟୁନିଭର୍ସିଟିରେ 'ଅନ୍ୱେଷଣା' ବିଜ୍ଞାନ ଓ ଇଞ୍ଜିନିୟରିଂ ମେଳା ଅନୁଷ୍ଠିତ ; ଯୁବ ଉଦ୍ଭାବକଙ୍କୁ ୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ପୁରସ୍କାର
ଜଟଣୀ :--ଭୁବନେଶ୍ୱରସ୍ଥିତ ସେଞ୍ଚୁରିଅନ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ପରିସରରେ 'ଅନ୍ୱେଷଣା ବିଜ୍ଞାନ ଓ ଇଞ୍ଜିନିୟରିଂ ମେଳା ୨୦୨୫-୨୬' ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଅଗସ୍ତ୍ୟ ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ଏବଂ ସାଇନୋପସିସ୍ ର ମିଳିତ ସହଯୋଗରେ ଆୟୋଜିତ ଏହି ମେଳାରେ ଓଡ଼ିଶା, ଝାଡ଼ଖଣ୍ଡ, ଆସାମ ଏବଂ ମେଘାଳୟର ୧୭ଟି ଇଞ୍ଜିନିୟରିଂ କଲେଜରୁ ୪୦ଟି ଶ୍ରେଷ୍ଠ ଦଳ ନିଜର ଅଭିନବ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ଏହି ପ୍ରତିଯୋଗିତା ପାଇଁ ପ୍ରଥମେ ୨୫୫ଟି ଶିକ୍ଷାନୁଷ୍ଠାନରୁ ନୂତନ ଚିନ୍ତାଧାରା ପଞ୍ଜିକୃତ ହୋଇଥିବା ବେଳେ କଠୋର ଯାଞ୍ଚ ପରେ ୪୦ଟି ଦଳ ଚୂଡ଼ାନ୍ତ ପର୍ଯ୍ୟାୟ ପାଇଁ ମନୋନୀତ ହୋଇଥିଲେ।
ଉଦଘାଟନୀ ସମାରୋହ କାର୍ଯ୍ୟକ୍ରମକୁ ଶ୍ରୀମତୀ ସସ୍ମିତା ସାହୁ, ଶ୍ରୀମତୀ ଶୈଳଧିରାଜାତନୟା ଶତପଥୀ, ଡ. ସୌମ୍ୟ ପ୍ରକାଶ ଦାଶ,ଡ. ସୁଭେନ୍ଦୁ କୁମାର ଜୟସିଂ,ଡ. ସୁପ୍ରିୟା ପଟ୍ଟନାୟକ, କୁଳପତି, ସେଞ୍ଚୁରିଅନ୍ ୟୁନିଭର୍ସିଟି, ଡ. ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟ, ଅଧ୍ୟକ୍ଷ, ଡ. ସୁଜାତା ଚକ୍ରବର୍ତ୍ତୀ, ଡିନ୍ ଏବଂ ସାଇନୋପସିସ୍ର ବରିଷ୍ଠ ଇଞ୍ଜିନିୟର ଶ୍ରୀ ଆଶୁତୋଷ ମହାନ୍ତି ଓ ଅଗସ୍ତ୍ୟ ଫାଉଣ୍ଡେସନର ଶ୍ରୀ ରମେଶ ସିଂ ପ୍ରମୁଖ ଉଦଘାଟନ କରିଥିଲେ। ଏହି ଅବସରରେ "୧୦୦ ଟାଇମ୍ସ କ୍ୟୁରିଅସ୍" ପୁସ୍ତକର ଉନ୍ମୋଚନ କରାଯାଇଥିଲା। ବିଭିନ୍ନ ରାଜ୍ୟରୁ ଆସିଥିବା ଛାତ୍ରଛାତ୍ରୀମାନେ କୃଷି ଓ ନବୀକରଣଯୋଗ୍ୟ ଶକ୍ତି ଭଳି କ୍ଷେତ୍ରରେ ଯେଉଁ ସମାଧାନ ବାହାର କରିଛନ୍ତି, ତାହା ପ୍ରଶଂସନୀୟ।" ବୋଲି ବିଦ୍ୟାଳୟର କୁଳପତି ପ୍ରକାଶ କରିଛନ୍ତି l ଉଦଯାପନୀ ଉତ୍ସବରେ ବିଜୟୀ ଦଳମାନଙ୍କୁ ୧ ଲକ୍ଷରୁ ଅଧିକ ଟଙ୍କାର ନଗଦ ପୁରସ୍କାର ପ୍ରଦାନ କରାଯାଇଥିଲା l
ଏହି ଉଦଯାପନୀ କାର୍ଯ୍ୟକ୍ରମରେ ଶ୍ରୀ କପିଲ ଜୈନ,ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଡ. ବିଶ୍ୱଜିତ ମିଶ୍ର ପ୍ରୋ-ଭିସି ସେଞ୍ଚୁରୀୟାନ ୟୁନିଭେରସିଟି , ଶ୍ରୀମତୀ ଶେଫାଳୀ ପଣ୍ଡା, ଶ୍ରୀମତୀ ସୋନାଲୀ ପାଢ଼ୀ ଏବଂ ଶ୍ରୀ ଆଲୋକ ଦ୍ୱିବେଦୀ,ଅଗସ୍ତ୍ୟ ଫାଉଣ୍ଡେସନ ପ୍ରମୁଖ ଯୋଗ ଦେଇଥିଲେ। ଏହି ମେଳା ଯୁବ ଉଦ୍ଭାବକଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ ଏବଂ ଶିଳ୍ପ-ଶିକ୍ଷା ସହଯୋଗକୁ ସୁଦୃଢ଼ କରିବାରେ ସଫଳ ହୋଇଛି। ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ, ୨୦/୨/୨୦୨୬-----୮,୪୫ Sakhigopal News,20/2/2026
