ads

Breaking News

ବିଜେପି କୋର କମିଟିର ଗୁରୁତ୍ୱପୂର୍ଣ୍ଣ ଆଲୋଚନା , ନିଗମ ଉପରେ ପଡିଲା ମୋହର, ହେବ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ



ସମ୍ବଲପୁର ---: ରାଜ୍ୟ ବିଜେପି କାର୍ଯ୍ୟାଳୟରେ  କୋର୍ କମିଟି  ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟସଭା ପ୍ରାର୍ଥୀ, ନିଗମ ଅଧ୍ୟକ୍ଷ ଓ ଆଗାମୀ ପୌର, ଏନଏସି, ପଞ୍ଚାୟତ ନିର୍ବାଚନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ବୈଠକ। ବୈଠକରେ ରାଜ୍ୟସଭା ନିର୍ବାଚନ ସହ ସଂଗଠନ ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି।
 ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପାଇଁ ମଧ୍ୟ ଏକପ୍ରକାର ସହମତି ପ୍ରକାଶ ପାଇଛି। କେଉଁ ନେତାଙ୍କୁ କେଉଁ ବିଭାଗର ଦାୟିତ୍ବ ମିଳିବ, ସେ ନେଇ ମଧ୍ୟ ଆଲୋଚନା ହୋଇଥିବାର କୁହାଯାଉଛି । ଏଥିସହ ସଂଗଠନରେ କେଉଁ ଦଳୀୟ ନେତାଙ୍କୁ କେଉଁ ଦାୟିତ୍ୱ ନ୍ୟସ୍ତ କରାଗଲେ ଦଳ ସୁସଂଗଠିତ ହୋଇ ଲୋକଙ୍କ ବିଶ୍ୱାସ ଜିଣିବ ସେ ନେଇ ତନାଘନା ଆଲୋଚନା ହେବା ପରେ ଏକପ୍ରକାର  ରାଜ୍ୟସଭା, ନିଗମ ଅଧ୍ୟକ୍ଷ ଓ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ ସହମତି ମିଳିଥିବା ଜଣାପଡିଛି।ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ, ସଂଗଠନ ସାଧାରଣ ସମ୍ପାଦକ ମାନସ ମହାନ୍ତି, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର ଓ ସହ ପ୍ରଭାରୀ ଲତା ଉଷେଣ୍ଡି, ପୁରୀ ସାଂସଦ ସମ୍ବିତ ପାତ୍ର, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଓ ବସନ୍ତ ପଣ୍ଡାଙ୍କ ସମେତ କୋର୍ କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ। ସମ୍ବଲପୁର ରୁ ରାଜାରାମ ଷଡ଼ଙ୍ଗୀଙ୍କ ରିପୋର୍ଟ,୨୩/୨/୨୦୨୬---୯,୧୦ Sakhigopal News,23/2/2026

ads

Blog Archive

Popular Posts