ads

Breaking News

ସାଇନ ପଡାରୁ ୧୨ ଏକର ଗଞ୍ଜେଇ ଚାଷ ନଷ୍ଟକଲା ପୋଲିସ


କନ୍ଧମାଳ ---- କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଅନ୍ତର୍ଗତ ସାଇନ୍ ପଡା ଅଞ୍ଚଳରୁ ବେଆଇନ ଭାବେ ଚାଷ କରା ଯାଇଥିବା ଗଞ୍ଜେଇ ଚାଷକୁ ଆଜି କ.ନୂଆଗାଁ ପୋଲିସ ଦଳ ଓ ଅବକାରୀ ବିଭାଗ ମିଳିତ ଭାବେ ଚଢ଼ାଉ କରି ଗଞ୍ଜେଇ ଗଛ କାଟି ନିଆଁ ଲଗାଇ ପୋଡି ନଷ୍ଟ କରି ଦେଇଥିବା ସୁଚନା ମିଳିଛି।ସମ୍ପୂର୍ଣ୍ଣ ସରକାରୀ ଜଙ୍ଗଲ ଜମିରେ ବେଆଇନ ଗଞ୍ଜେଇ ଚାଷ ଉପରେ ରୋକ ଲଗାଇବାକୁ ପ୍ରଶାସନ ବିଭିନ୍ନ ସଚେତନତା ଅଭିଯାନ ଚଳାଇ ଥିଲେ ମଧ୍ୟ ଗଞ୍ଜେଇ ଚାଷ  ବଢିବାରେ ଲାଗିଛି।ଏନେଇ ପୋଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଉକ୍ତ ସାଇନ୍ ପଡା ଜଙ୍ଗଲ ଅଞ୍ଚଳରୁ ପ୍ରାୟ ୧୨ ଏକର ଜଙ୍ଗଲ ଜମିରେ ଗଞ୍ଜେଇ ଚାଷ ଯାହାର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ।  ଗଞ୍ଜେଇ ଗଛ ସବୁ କାଟିବା ସହ ପୋଡି ଦେଇଛନ୍ତି। ଏ ସକ୍ରାନ୍ତରେ କ.ନୂଆଗାଁ ଥାନାରେ ୩୨/୨୬ ରେ ଏକ ଏନଡିପିଏସ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ଆଶୁତୋଷ ଜେନା ପ୍ରକାଶ କରିଛନ୍ତି। ଉକ୍ତ ଗଞ୍ଜେଇ ଗଛ ପୋଡ଼ି କାର୍ଯ୍ୟରେ ମାଜିଷ୍ଟ୍ରେଟ ଭାବେ କ.ନୂଆଗାଁ ଅତିରିକ୍ତ ତହସିଲଦାର ବସୁଧା ପ୍ରଧାନ ଯୋଗ ଦେଇଥିବା ବେଳେ ବାଲିଗୁଡ଼ା ଅବକାରୀ ବିଭାଗ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବେହେରା,ପୋଲିସ ଏସଆଇ ଅଶୋକ କୁମାର ତ୍ରିପାଠୀ ଓ ଦମୟନ୍ତୀ ବେହେରା, ଏଏସଆଇ ବାସୁଦେବ ପଣ୍ଡା ଓ ସୁରେନ୍ଦ୍ର ରାଜହଂସଙ୍କ ସମେତ ଅବକାରୀ ବିଭାଗ ଓ ଥାନାର ଅନ୍ୟ କର୍ମଚାରୀମାନେ ଗଞ୍ଜେଇ ଗଛ ପୋଡ଼ିବା କାର୍ଯ୍ୟରେ ସହଯୋଗ କରିଥିଲେ। କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ,୧୭/୨/୨୦୨୬----୭,୧୫ Sakhigopal News,17/2/2026

ads

Blog Archive

Popular Posts