ads

Breaking News

ଡିଜେ ସାଉଣ୍ଡ ଉପରେ ରୋକ ଲାଗିବ କେବେ ?।ଡିଜେ ସାଉଣ୍ଡ ପାଇଁ ହଇରାଣ ହେଉଛନ୍ତି ହୃଦରୋଗୀ ଏବଂ ବରିଷ୍ଠ ନାଗରିକ


ଜଟଣୀ:-ବର୍ତ୍ତମାନ ବିବାହ ଋତୁ ପାଇଁ ଜଟଣୀରେ ଥିବା ପ୍ରତ୍ୟେକ ମଣ୍ଡପ ତଥା ସହର ଚଳଚଞ୍ଚଳ ହୋଇଥିବା ବେଳେ ବରଯାତ୍ରୀ ରୋଷଣୀରେ ପ୍ରକମ୍ପିତ ହେଉଛି ଡିଜେ l ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ସହରବାସୀ,ଲୋକେ ଭୁଲିଗଲେଣି ପାରମ୍ପରିକ ବାଦ୍ୟ l ଏହି ପରିପ୍ରେକ୍ଷୀରେ ଜଟଣୀ ମୁଖ୍ୟରାସ୍ତାର ସନ୍ଧ୍ୟାରେ ଏକ ବରଯାତ୍ରୀ ପ୍ରୋସେସନରେ ଡିଜେର ବିକଟାଳ ଶବ୍ଦରେ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ ପଥଚାରି l ସୂଚନା ମୁତାବକ ସହରର ମୁଖ୍ୟରାସ୍ତାରେ ଥିବା ପଞ୍ଜାବ ବ୍ୟାଙ୍କ ପାର୍ଶ୍ୱରେ ଥିବା "ଧର୍ମଶାଳା"ରେ ଅନୁଷ୍ଠିତ ହେଉଥିବା ବିବାହ କାର୍ଯ୍ୟରେ ସାମିଲ ହେବାକୁ ବରଯାତ୍ରୀ ପ୍ରୋସେସନ ରେ ଆସୁଥିବା ଫ୍ରେଣ୍ଡ ଅଡିଓ ଭି 2 ନାମକ ଡିଜେ ସଂସ୍ଥାର ସାଉଣ୍ଡର ଅତ୍ୟଧିକ ଶବ୍ଦ ପ୍ରଦୂଷଣ ହେତୁ ବାଧ୍ୟ ହୋଇ ଜଟଣୀ ଥାନା ଅଧିକାରୀ ଅଙ୍କୁଶ ଲଗାଇଥିବା ଦେଖିବାକୁ ମିଳିଥିଲା l ଭାରତରେ ଡିଜେ ସାଉଣ୍ଡର ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ୨୦୦୦ ଅନୁସାରେ ରାତି ୧୦ ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଲାଉଡ଼ ସ୍ପିକର ବ୍ୟବହାରର ନିଷେଧ ନିୟମ ଅଛି l ଆବାସିକଏବଂ ବାଣିଜିକ  ଅଂଚଳରେ ଦିନରେ ୬୫ ଡିବି ଏବଂ ରାତ୍ରରେ ୫୫ ଡିବି l କିନ୍ତୁ ସାର୍ବଜନୀନ ସ୍ଥାନରେ ଲାଉଡ଼ ସ୍ପିକର ବ୍ୟବହାର ପାଇଁ ଅନୁମତି ପାଇଥିବା ସ୍ଥଳେ ଶବ୍ଦ ପ୍ରଦୂଷଣ ଉପରେ କୌଣସି ନିୟମ ନଥିବା ଜଣାପଡେ l ଉଲ୍ଲେଖ ଯୋଗ୍ୟ ଯେ ବିଗତ ଦିନରେ ଖୋରଧା ଅଂଚଳରେ ଲକ୍ଷ୍ମୀ ପୂଜା ଭଷାଣିରେ ଡିଜେରେ ବ୍ୟବହାର ଲେଜର ଲାଇଟ ପାଇଁ ୧୦୦ ରୁ ଉର୍ଦ୍ଧ ମୋବାଇଲ ଖରାପ ହୋଇଯାଇଥିଲା l ତେବେ ଗଣେଶ ପୂଜା ଭସାଣି ବେଳେ କେବଳ ଡିଜେକୁ ବ୍ୟାନ କରିବା ପାଇଁ ପ୍ରଶାସନ ତତ୍ପର ହେଉଥିବା ବେଳେ ବିବାହ ରୋଷଣୀରେ କଣ ପାଇଁ ପ୍ରଶାସନିକ ସ୍ତରରେ ଧୂତରାଷ୍ଟ୍ର ଭୂମିକା ଅବଲମ୍ବନ କରୁଛନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି l ଏଥିପ୍ରତି ଜଟଣୀ ଥାନାଧିକାରୀ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୨/୨/୨୦୨୬---୮,୪୫ Sakhigopal News,12/2/2026

ads

Blog Archive

Popular Posts