ads

Breaking News

ବେଆଇନ ଇଟା ଭାଟି ଉପରେ ଗଡ଼ିଲା ଜେସିବି ଗାଡ଼ି

 ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଞ୍ଚାୟତରେ ଏବେ ବେଆଇନ ଭାବେ କୁଟୀର ଶିଳ୍ପ ଭାବେ ଇଟା ଭାଟି ନିର୍ମାଣ ଚାଲିଛି। ଖରାକୁ ନଜର କରି ଜିଲ୍ଲା ପ୍ରଶାସନ ଏଥର ଯେପରି ଭାବେ ଇଟାଭାଟି ନ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବାସୁଦେବପୁର ଗ୍ରାମ ତଥା ଭାର୍ଗବୀ ନଦୀ ପଠାରେ ଏକ ବେ ଆଇନ ଇଟାଭାଟି ହେଉଥିବା ଅଭିଯୋଗ ହୋଇଆସୁଥିଲା। ଅଭିଯୋଗ ଅନୁଯାୟୀ ଏକ ମିସକେସ ରୁଜୁ କରାଯିବା ସହ ସତ୍ଯବାଦୀ ଥାନା , ଅଗ୍ନିଶମ ବିଭାଗ ସହିତ ବିଭିନ୍ନ ଅଧିକାରୀ ମାନଙ୍କ ଉପସ୍ଥିତିରେ ସତ୍ୟବାଦୀ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ, ସତ୍ୟବାଦୀ ଥାନା ଅଧିକାରୀ ସୈମ୍ୟରଞ୍ଜନ ମହାଲିକା ଏକ ଜେସିବି ମେସିନ ସାହାଯ୍ୟରେ ଇଟା ଭାଟି ଭାଙ୍ଗିଥିଲେ। ଯାହାକୁ ନେଇ ବେଆଇନ ଇଟା ଭାଟି ମାଲିକ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨/୩/୨୦୨୬---୭,୩୫ Sakhigopal News,2/3/2026

ads

Blog Archive

Popular Posts