ଟ୍ରାକ୍ଟର ଡାଲା ରେ ବସି ତିନି କିଲୋମିଟର ଦୂର ପରୀକ୍ଷା କେନ୍ଦ୍ର କୁ ଗଲେ ପରୀକ୍ଷାର୍ଥୀ :- ଡବଲ ଇଞ୍ଜିନ ସରକାରଙ୍କ ଶିକ୍ଷା ବିଭାଗର ବ୍ୟବସ୍ଥା କୁ ନେଇ ଉଠିଲା ପ୍ରଶ୍ନ :
କନ୍ଧମାଳ -----ବାଲିଗୁଡା :ଟ୍ରାକ୍ଟର ଡାଲା ରେ ବସି ଦଶମ ଶ୍ରେଣୀ ପରୀକ୍ଷା ଦେବା ପାଇଁ ତିନି କିଲୋମିଟର ଗଲେ ତିରିଶି ରୁ ଉର୍ଦ୍ଧ ଛାତ୍ର l ପରୀକ୍ଷାର୍ଥୀ ଙ୍କ ସୁରକ୍ଷା କୁ ନେଇ ଉଠିଛି ଅନେକ ପ୍ରଶ୍ନ l ଜଣ ସାଧାରଣରେ ଆଲୋଚନା ହେଉଛି ହେଉଛି ଡବଲ ଇଞ୍ଜିନ ସରକାରଙ୍କ ଶିକ୍ଷା ନିତି । ଏ ସରକାର କହନ୍ତି ଗୋଟିଏ କାମ ଆଉ ଗୋଟିଏ ବୋଲି ଆଲୋଚନା ହେଉଛି। କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ରୁ ଆସିଛି ଏପରି ଅଭାବନୀୟ ଦୃଶ୍ୟ l ତେବେ ଟ୍ରାକ୍ଟର ରେ ବୁହାହୋଇ ଯାଉଥିବା ସମସ୍ତ ଛାତ୍ର କ.ନୂଆଗାଁ ପିଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ର ଦଶମ ଶ୍ରେଣୀ ର ହୋଇଥିବା ଜଣା ପଡିଛି l ଚଳିତ ବର୍ଷ ଆରମ୍ଭ ହୋଇଥିବା ମେଟ୍ରିକ ପରୀକ୍ଷା କେନ୍ଦ୍ରକୁ ଟ୍ରାକ୍ଟର ରେ ଏପରି ଦୟନୀୟ ଅବସ୍ଥାରେ ଯାଇଥିବା ସାମ୍ନା କୁ ଆସିଛି l କ.ନୂଆଗାଁ ପି.ଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟ ର ଦଶମ ଶ୍ରେଣୀର ଛାତ୍ର ଙ୍କ ସେଣ୍ଟର କୁଡୁତୁଲି ଉଚ୍ଚ ବିଦ୍ୟାଳୟରେ ଥିବା ବେଳେ ଏପରି ଟ୍ରାକ୍ଟର ରେ ବୁହାହୋଇ ଛାତ୍ର ମାନେ ପହଞ୍ଚିବା ଜଣାପଡ଼ିଛି l ପରୀକ୍ଷା ସେଣ୍ଟର କୁ ତିନି କିଲୋମିଟର ଦୂରତା ରାସ୍ତାକୁ ଅତି ବିପଦପୂର୍ଣ୍ଣ ଭାବରେ ଟ୍ରାକ୍ଟର ଡ଼ାଲାରେ ବସି ଛାତ୍ର ମାନେ ଆସୁଥିବା ଦୃଶ୍ୟକୁ ନେ଼ଇ ସାଧାରଣ ଓ ବୁଦ୍ଧିଜୀବୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି l ତେବେ ବିଦ୍ୟାଳୟ କର୍ତ୍ତୃପକ୍ଷ ଙ୍କ ପକ୍ଷରୁ ଦଶମ ଶ୍ରେଣୀ ପିଲାଙ୍କୁ ପରୀକ୍ଷା କେନ୍ଦ୍ର କୁ ଯିବା ପାଇଁ ସେପରି କିଛି ବ୍ୟବସ୍ଥା ଗ୍ରହଣ କରାଯାଇନଥିବା ବେଳେ ଛାତ୍ର ମାନେ ଏପରି ଟ୍ରାକ୍ଟର ରେ ଯାଇଥିବା ଜଣା ପଡିଛି l ତେବେ ଏ ନେଇ କ.ନୂଆଗାଁ ପିଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମନୋଜ କୁମାର ରଥ କହିଛନ୍ତି ଟ୍ରାକ୍ଟର ଡାଲା ରେ ବସି ଯାଉଥିବା ଛାତ୍ର ଆମ ବିଦ୍ୟାଳୟ ର ଡେସସ୍କୋଲାର ଛାତ୍ର କି ଆଉ କେଉଁ ବିଦ୍ୟାଳୟ ର ସେ ନେଇ ସ୍ପଷ୍ଟ ହୋଇନାହିଁ l ଯଦିଓ ଛାତ୍ର ଯୋଉ ବି ବିଦ୍ୟାଳୟ ର ହୁଅନ୍ତୁ ଏପରି ଟ୍ରାକ୍ଟର ଡାଲା ରେ ବସି ପରୀକ୍ଷା କେନ୍ଦ୍ର କୁ ଯିବା ଘଟଣା ଅନୁଚିତ ବୋଲି ପ୍ରଧାନ ଶିକ୍ଷକ କହିଛନ୍ତି l ତେବେ ଯେଉଁ ଟ୍ରାକ୍ଟର ଡାଲାରେ ବସି ଛାତ୍ରମାନେ ଯାଇଥିଲେ ସେହି ଟ୍ରାକ୍ଟର ର ସନ୍ଧାନ ଚାଲିଛି l ସେହି ଟ୍ରାକ୍ଟର ଡ୍ରାଇଭର କିପରି କୋଉ ପରିସ୍ଥିତି ରେ ଛାତ୍ର ଙ୍କୁ ବସାଇ ନେଇଥିଲେ ସେହି ଡ୍ରାଇଭର ଙ୍କ ବିରୋଧ ରେ ଏଫଆଇଆର ଦିଆଯିବ ବୋଲି ପ୍ରଧାନ ଶିକ୍ଷକ କହିଛନ୍ତି l ପରୀକ୍ଷା କେନ୍ଦ୍ର କୁ ଛାତ୍ର ଛାତ୍ରୀ ଙ୍କୁ ନେବା ପାଇଁ ବିଭାଗ ପକ୍ଷରୁ ସେପରି କିଛି ବ୍ୟବସ୍ଥା ନଥିବା ବେଳେ ଅଭିଭାବକ ନିଜ ଦାୟିତ୍ୱ ରେ ପିଲାଙ୍କୁ ପରୀକ୍ଷା କେନ୍ଦ୍ର କୁ ନେବା ଉଚିତ ବୋଲି କହିଛନ୍ତି l ତେବେ ଏଠି ପ୍ରଶ୍ନ ଉଠୁଛି ବିପଦ ସଂକୁଳ ଅବସ୍ଥାରେ ପରୀକ୍ଷା କେନ୍ଦ୍ର କୁ ଟ୍ରାକ୍ଟର ଡାଲା ରେ ବସି ଯାଇଥିବା ଛାତ୍ର ଙ୍କ ଭବିଷ୍ୟତ ଓ ସୁରକ୍ଷା ପାଇଁ ଉତ୍ତରଦାୟୀ କିଏ?? । ପିଲାଙ୍କ ଭବିଷ୍ୟତ ସହ ଖେଳୁଥିବା ସରକାର ନିଜ ଦୋଷ ଲୁଚାଇବାକୁ ଯାଇ ଅନ୍ୟ ମୁଣ୍ଡରେ ହାତ ଥୋଇ ନିଜ ଦୋଷ କୁ ଲୁଚେଇବା କେତେ ଦୁର ଠିକ୍ ତାହା ସମୟ ହିଁ କହିବ। କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ, ୨୧/୨/୨୦୨୬----୬,୧୦ Sakhigopal News,21/2/2026
