ବାଲିଗୁଡା ରେ ଧର୍ମପ୍ରାଣ ମହିଳାଙ୍କ ପରଲୋକ
ବାଲିଗୁଡା :ବାଲିଗୁଡା ଜକିସାହି ର ଧର୍ମପ୍ରାଣ ମହିଳା ପ୍ରଭାସିନୀ ସାହୁ (୬୩) ଙ୍କ ପରଲୋକ ହୋଇଛି। ବାଲିଗୁଡା ର ବରିଷ୍ଠ ବିଜେପି ନେତା , ତଥା ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ ସଦସ୍ୟ, ପ୍ରତିଷ୍ଠିତ ବ୍ୟବସାୟୀ ଗଙ୍ଗାଧର ସାହୁ ଙ୍କ ଧର୍ମପତ୍ନୀ ସେ ଅଟନ୍ତି | ସେ ଜଣେ ଧର୍ମ ପରାୟଣ ମହିଳା ଥିଲେ | ତାଙ୍କର ହଠାତ ଦେହ ଅସୁସ୍ଥ ହେବାରୁ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସାଧୀନ ଅବସ୍ଥା ରେ ତାଙ୍କର ପରଲୋକ ହୋଇଛି | ପୁରୀ ସ୍ୱର୍ଗଦ୍ୱାର ରେ ଅନ୍ତିମ ସଂସ୍କାର କରାଯାଇଛି | ତାଙ୍କର ସ୍ଵାମୀ,ଦୁଇ ପୁତ୍ର ବିମଳ, ନିର୍ମଳ ସହ ଆତ୍ମୀୟ ସ୍ୱଜନ ଙ୍କ ଉପସ୍ଥିତିରେ ଅନ୍ତିମ ସଂସ୍କାର କରାଯାଇଥିଲା। ଖବର ଖେଳିଯିବା ମାତ୍ରେ ବିଭିନ୍ନ ବ୍ୟକ୍ତି ବିଶେଷ ପହଞ୍ଚି ଅନ୍ତିମ ଦର୍ଶନ କରିବା ସହ ଅନ୍ତିମ ସଂସ୍କାର ରେ ସାମିଲ ହୋଇଥିଲେ। ତାଙ୍କ ମୃତ୍ୟୁ ଖବର କୁ ନେଇ ବାଲିଗୁଡା ଅଞ୍ଚଳ ତଥା କନ୍ଧମାଳ ଜିଲ୍ଲା ରେ ଶୋକ ର ଛାୟା ଖେଳି ଯାଇଛି |ଗଙ୍ଗାଧର ସାହୁ ଙ୍କ ଧର୍ମ ପତ୍ନୀ ଙ୍କ ପରଲୋକ ରେ ବିଭିନ୍ନ ବ୍ୟକ୍ତି ଶୋକ ପ୍ରକାଶ କରିବା ସହିତ ଶୋକ ସନ୍ତପ ପରିବାର କୁ ସମବେଦନା ଜ୍ଞାପନ କରିଛନ୍ତି | କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ,୨୧/୨/୨୦୨୬--+୭,୨୫ Sakhigopal News,21/2/2026
