ସମାଜସେବୀ ପ୍ରଫୁଲ୍ଲ କୁମାର ଶତପଥୀଙ୍କ ବିୟୋଗରେ ଶୋକ
ଜଟଣୀ :-ସ୍ଥାନୀୟ ରାମଚନ୍ଦ୍ରପୁର ମୌଜା ବଡ଼ ନୂଆଗାଁ ନିବାସୀ ତଥା ସହରର ସମାଜ ସେବୀ ଶ୍ରୀ ପ୍ରଫୁଲ୍ଲ କୁମାର ଶତପଥୀ (୮୫ ବର୍ଷ ) ବୟସରେ ପରଲୋକ ହୋଇଯାଇଛି । ନିଜ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି l ସେ ଜଣେ ସ୍ପଷ୍ଟବାଦୀ, ସ୍ନେହୀ ଏବଂ ଅତ୍ୟଧିକ ମେଳାପୀ ବ୍ୟକ୍ତି ଥିଲେ l ତାଙ୍କ ଜୀବନ କାଳ ମଧ୍ୟରେ ସମାଜର ମଙ୍ଗଳ ନିମ୍ମିତ୍ତ ଅନେକ ଜନ ହିତକର କାର୍ଯ୍ୟ କରିଥିଲେ l ସେହି ମହାନ ବ୍ୟକ୍ତିଙ୍କ ବିୟୋଗରେ ଗ୍ରାମବାସି ତଥା ସହରବାସୀ ଦୁଃଖର ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ମୃତ୍ୟୁ ବେଳକୁ ତାଙ୍କରି ଚରଣ ତଳେ ବଡ ପୁତ୍ର ଦିଲୁ ଶତପଥୀ, କନିଷ୍ଠ ପୁତ୍ର ବାଲୁ ଶତପଥୀ ଏବଂ ଝିଅ, ବହୁ, ନାତି, ନାତୁଣୀ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ରହି ଦିବଂଗତ ଆତ୍ମାର ସଦ୍ଗତି କାମନା କରିଥିଲେ l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୩/୨/୨୦୨୬---୭,୪୫ Sakhigopal News,13/2/2026
