ମକରପର୍ବ ପାଳନ ସହ ଶିତବସ୍ତ ବଣ୍ଟନ
ଜଟଣୀ :ଜଟଣୀ ର ଅଗ୍ରଣୀ ସେବାସଂଗଠନ ଜନକଲ୍ୟାଣ ସେବାଟ୍ରଷ୍ଟ ଆନୁକୂଲ୍ୟରେ ଅସହାୟଙ୍କୁ କମ୍ବଳ ବଣ୍ଟନ ସହ ଲକ୍ଷ୍ମୀ ନାରାୟଣ ମନ୍ଦିରରେ ମକର ଚାଉଳ ବଣ୍ଟନ କରା ଯାଇଥିଲା | ଟ୍ରଷ୍ଟ ର ଅଧ୍ୟକ୍ଷ ନବୀନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଯୁବନେତା ଶ୍ରୀ ସୁନୀଲ କୁମାର ରାଉତରାୟ, କାଉନସିଲର ଲୁସେନ ରାୟ, ବିଜେପି ର ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ଲିଟୁରଞ୍ଜନ ରାଉତରାୟ, ଯୁବ ସମାଜ ସେବି ଜିତେନ୍ଦ୍ରିୟ ରଥ ଆତିଥ୍ୟ ଗ୍ରହଣ କରିଥିଲେ | କାର୍ଯ୍ୟ କ୍ରମକୁ ଟ୍ରଷ୍ଟ ର ସଦସ୍ୟ ବେଣୁଧର ବରାଳ ସମ୍ପାଦନା କରିଥିଲେ | ଉପସଭାପତି ସନ୍ତୋଷୀ ଜାଲି ଧନ୍ୟବାଦ ଅର୍ପଣ କରିଥିଲେ |ମହେଶ୍ୱର ସାହୁ, ଟିଟୁନ, ପରିଡା, ବୀଚି ପାତ୍ର, ଦିଲୀପ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ |ଆଗାମୀ ଦିନରେ ଟ୍ରଷ୍ଟ କୁ ଆହୁରି ମଜଭୂତ କରି ଲୋକଙ୍କ ପାଇଁ ସହାୟତାର ହାତ ବଢାଇବା ପାଇଁ ଟ୍ରଷ୍ଟ ର ସମସ୍ତ ସଦସ୍ୟ ସଂକଳ୍ପ ବଧ ହୋଇଥିଲେ | ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୬/୧/୨୦୨୬---୮,୪୫ Sakhigopal News,16/1/2026
