ads

Breaking News

ଦ୍ୱିତୀୟ ପଥ ଉତ୍ସବ ଧୂମଧାମ ସହକାରେ ପାଳିତ ;ଦେଶପ୍ରେମ ଧୁନରେ ଗୁଞ୍ଜରିତ ହେଲା ମୁଖ୍ୟରାସ୍ତା



ଜଟଣୀ : ----ଦ୍ୱିତୀୟ ପଥ ଉତ୍ସବ ମହା ଆଡମ୍ବର ସହକାରେ ରବିବାର ଶୀତୁଆ ସକାଳରେ ମୁଖ୍ୟ ଆୟୋଜକ ଡ଼ ରୁଷି ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି l ଏହି ୨ୟ ପଥ ଉତ୍ସବକୁ ସ୍ବତନ୍ତ୍ର ଭାବରେ ରି ପବ୍ଲିକ ଡେ ଏସ୍ପିସିଆଲ କରଯାଇଥିଲା ବୋଲି ମୂଖ୍ୟ ଆୟୋଜକ ଡଃ ରୁଷି ପଟ୍ଟନାୟକ କହିଥିଲେ।ଉତ୍ସବ ଅଧକ୍ଷ ବିଶ୍ୱରଞ୍ଜନ୍ ବଡ଼ଜେନାଙ୍କ ନେତୃତ୍ଵରେ ବିରାଟ ସଫଳତା ହାସଲ ହୋଇଥିବା ବେଳେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଉଦଘାଟନ କରିଥିଲେ l  ଏହି ଉତ୍ସବରେ ପୌର ଅଧ୍ୟକ୍ଷ ଅନନ୍ତ ବେହେରା, ବ୍ଲକ ଅଧ୍ୟକ୍ଷା ଜୟନ୍ତୀ ଛୋଟରାୟ, ରାଜ୍ୟ ବିଜେପି ମୁଖପାତ୍ର ସୁଦୀପ୍ତ ରାୟ, ଜଟଣୀ ବିଡ଼ିଓ ବସନ୍ତ କୁମାର ହାତୀ, ତହସିଲଦାର ଶିବ କୁମାର ପରିଡ଼ା, ଥାନାଧିକାରୀ ଷ୍ଟାଲିନ ବିଶ୍ବାଳ, ଦୁଇ ମେଡିକାଲ୍ ଅଧିକାରୀ ଡାକ୍ତର ଜିତେନ୍ଦ୍ର ପଣ୍ଡା, ଡାକ୍ତର କ୍ରିଷ୍ଣା ରାଜ, ଅଗ୍ନିଶମ ବିଭାଗ ଅଧିକାରୀ ଲକ୍ଷ୍ମଣ ବେହେରା, ସାଂସଦଙ୍କ ଦୁଇ ପ୍ରତିନିଧି ମନୋଜ ନନ୍ଦ ଓ ସତୀଶ ଶର୍ମା, ବିକାଶ ପରିଷଦ ସଭାପତି ବିଜୁ ଛୋଟରାୟ, ସମ୍ପାଦକ ସୁଦର୍ଶନ ସୁନ୍ଦରାୟ, କୈଳାଶ ମହାପାତ୍ର,ଲିଟୁରଞ୍ଜନ ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ । ସ୍ଵତନ୍ତ୍ର ଅତିଥି ଭାବରେ ସ୍ଵର୍ଣ୍ଣ ଧନତିର ଆୟୋଜକ ଡଃ ଅନିଲ ଜୟନ୍ ଓ ସୌମ୍ୟ ରଞ୍ଜନ ପ୍ରଧାନ ଯୋଗଦେଇଥିଲେ । ସ୍ଵାଗତ ଅଭିଭାଷଣ ବିଶ୍ୱରଂଜନ ବଢ଼ଜେନ ପ୍ରଦାନ କରିଥିବା ବେଳେ ଡଃ ଉମାକାନ୍ତ ପଟ୍ଟନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ।ଏହି ଉତ୍ସବରେ ପ୍ରାୟ ୧୪୫ରୁ ଉର୍ଦ୍ଧ ପ୍ରକାର ଅନୁଷ୍ଠାନ ତାଙ୍କର ନିଜସ୍ଵ କଳା, ନୃତ୍ୟ, ଗୀତ, ସ୍ବାସ୍ଥ୍ୟ ସେବା, ସଚେତନତା, ପ୍ରଦର୍ଶନୀ, ଖାଦ୍ୟ ପ୍ରସ୍ତୁତି, କ୍ରୀଡା, ଚିତ୍ରାଙ୍କନ, ପାରମ୍ପରିକ କଳା ନୃତ୍ୟ ଗୀତ, ଚାଳଚିତ୍ର ପ୍ରଦର୍ଶିନି, ସ୍କାଉଟ ଗାଇଡ, ଏନସିସି, ଜିମ୍, ଜୁମ୍ବା, ଯୋଗ ଆଦି ଅନେକ କାର୍ଯ୍ୟକ୍ରମ ଉପସ୍ଥାପନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଜଟଣୀ ତେଲୁଗୁ ସମାଜ, ଗୁଜରାଟୀ ସମାଜ, ଅଂଗ୍ଲୋଇଣ୍ଡିଆନ ସମାଜ, ବଙ୍ଗାଳୀ ସମାଜ ପ୍ରମୁଖଙ୍କୁ ସମ୍ମାନୀତ କରାଯାଇଥିଲା। ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ, ୧୮/୧/୨୦୨୬----୭,୧୦ Sakhigopal News,18/1/2026

ads

Blog Archive

Popular Posts