ଓଡ଼ିଆ ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା ଶାଖାର 'ଶୀତକାଳୀନ ସ୍ବତନ୍ତ୍ର ଶିବିର ଉଦଯାପିତ
ସାକ୍ଷୀଗୋପାଳ---- ଐତିହ୍ୟ ସମ୍ପନ୍ନ ସତ୍ୟବାଦୀ ବନବିଦ୍ୟାଳୟଠାରେ ପ୍ରତିଷ୍ଠିତ ସ୍ବତନ୍ତ୍ର ଭାଷାଭିଭିକ ଓଡ଼ିଆ ବିଶ୍ବବିଦ୍ୟାଳୟ ଜାତୀୟ ସେବା ଯୋଜନା ଶାଖାର ପ୍ରଥମ ଶୀତକାଳୀନ ସାତଦିନିଆ ସ୍ବତନ୍ତ୍ର ଶିବିର ଉଦଯାପିତ ହୋଇଯାଇଛି। ଉଦଘାଟନ ଶିବିରରେ ବିଶ୍ବବିଦ୍ୟାଳୟର କୁଳସଚିବ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଜାତୀୟ ସେବା ଯୋଜନା ଅଧିକାରୀ ଓ ବିଭିନ୍ନ ବିଭାଗର ଅଧ୍ୟାପକ ତଥା କର୍ମଚାରୀ, ସ୍ବେଚ୍ଛାସେବୀ ଉପସ୍ଥିତ ରହିଥିଲେ। ସର୍ବପ୍ରଥମେ ଏନଏସଏସ ପତାକା ଉତ୍ତୋଳନ କରାଯାଇଥିଲା। ବିଶ୍ଵବିଦ୍ୟାଳୟର କୁଳସଚିବ ରଶ୍ମିରେଖା ଦାସ (ଓ.ପ୍ର.ସେ.)ଙ୍କ ଦ୍ଵାରା ଉଦଘାଟିତ ହୋଇଥିଲା। ବିଶ୍ଵବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ଡ. ଶର୍ମିଷ୍ଠା ମହାପାତ୍ର ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ସ୍ନାତକୋତ୍ତର ପରିଷଦର ଅଧ୍ଯକ୍ଷ ଡ.ପ୍ରଦ୍ୟୁମ୍ନ କୁମାର ମିଶ୍ର ଏହି ସଭାରେ ସଭାପତିତ୍ବ କରିଥିଲେ। ଓଡ଼ିଆ ବିଶ୍ୱବିଦ୍ୟାଳୟର ଶୈକ୍ଷିକ ବ୍ୟାପାରର ଡିନ୍ ଲିପିକା ନାୟକ ଏହି ସଭାରେ ମୁଖ୍ୟ ବକ୍ତା ଭାବରେ ଅଭିଭାଷଣ ବ୍ୟକ୍ତ କରିଥିଲେ। ବିଶ୍ଵବିଦ୍ୟାଳୟର ଅନ୍ୟ ଅଧ୍ୟାପକ ଅଧ୍ୟାପିକାମାନେ ଏହି ସଭାରେ ଯୋଗ ଦେଇଥିଲେ। ରାଜ୍ୟ ଜାତୀୟ ସେବା ଯୋଜନା ପ୍ରଶିକ୍ଷକ ନିରଦବରଣ ଖୁଣ୍ଟିଆ ସେଚ୍ଛାସେବୀମାନଙ୍କୁ ପ୍ରଶିକ୍ଷିଣ ପ୍ରଦାନ କରିଥିଲେ। ଏହି ଶିବିରରେ ୪୭ଜଣ ସ୍ଵେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ। ସ୍ଵେଚ୍ଛାସେବୀମାନେ ଯୋଗ ଓ ପ୍ରାଣାୟାମ ପ୍ରଶିକ୍ଷଣ ନେଇଥିଲେ। ଏହି ପ୍ରଶିକ୍ଷଣ ସେଚ୍ଛାସେବୀ ରାଧାକାନ୍ତ ଜାଲଙ୍କ ଦ୍ବାରା୍ କରାଯାଇଥିଲା ଏବଂ ଡ. ଶୁଭସ୍ମିତା ନାୟକ ଏହି କାର୍ଯ୍ୟର ସଂଯୋଜନା କରିଥିଲେ।
ପ୍ରଶିକ୍ଷଣ ସେବା ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଓଡ଼ିଆ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଶତ୍ରୁଘ୍ନ ପାଣିଗ୍ରାହୀ ଏହି ସଭାରେ ସଭାପତିତ୍ବ କରିଥିଲେ। ଜାତୀୟ ସେବା ଯୋଜନା ଅଧିକାରୀ ଡ. ଶର୍ମିଷ୍ଠା ମହାପାତ୍ର ଉକ୍ତ ସଭାରେ ସ୍ବାଗତ ଅଭିଭାଷଣ ସହିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସାହିତ୍ୟ ବିଭାଗମୁଖ୍ୟ ଡକ୍ଟର ରାଧାଗୋବିନ୍ଦ କୁଇଲା ବିଷୟ ବିଶେଷଜ୍ଞ ଭାବରେ ଯୋଗଦେଇ "ସାମାଜିକ ବାଲ୍ୟବିବାହ ପ୍ରଥା ଓ ଏହାର ନିରାକରଣ" ବିଷୟରେ ସ୍ଵେଚ୍ଛାସେବୀମାନଙ୍କୁ ସବିଶେଷ ଜ୍ଞାନ ପ୍ରଦାନ କରିଥିଲେ।
ଉଦଯାପନୀ ଦିବସରେ ତ୍ସ୍ଵେଚ୍ଛାସେବୀମାନେ ପଞ୍ଚସଖା ସମାଧିପୀଠ ସଫେଇ କରିବା ପରେ"ସଡ଼କ ସୁରକ୍ଷା ଅଭିଯାନ" ସମ୍ପର୍କରେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଯୋଜନା ଅଧିକାରୀ ଡକ୍ଟର ଶର୍ମିଷ୍ଠା ମହାପାତ୍ର ଦୀର୍ଘ ସାତଦିନ ଧରି ସ୍ବେଚ୍ଛାସେବୀମାନଙ୍କ ଦ୍ବାରା ଅନୁଷ୍ଠିତ ବିଶ୍ୱବିଦ୍ୟାଳୟ ପରିସର ତଥା ସାକ୍ଷୀଗୋପାଳ ଅଂଚଳରେ ବିଭିନ୍ନ ସେବା ଓ ସସ୍କାରମୂଳକ କାର୍ଯ୍ୟର ପ୍ରଶଂସା କରିଥିଲେ। ଏହାପରେ ସମସ୍ତ ସ୍ଵେଚ୍ଛାସେବୀମାନଙ୍କୁ ଜାତୀୟ ସେବା ଯୋଜନାର 'ପ୍ରମାଣପତ୍ର' ପ୍ରଦାନ କରାଯାଇଥିଲା। ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳସଚିବ ରଶ୍ମିରେଖା ଦାସ ଉଦଯାପନୀ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହାପରେ ଜାତୀୟ ସେବା ଯୋଜନାର ପତାକା ଅବତରଣ କରାଯାଉଥିଲା। ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୦/୧/୨୦୨୬---୮,୪୫ Sakhigopal News,20/1/2026%
