ads

Breaking News

ମା"ଜଟିଆଣି ଙ୍କ ପବିତ୍ର ପୀଠରେ ପଚାଶ ତମ "ଶାମ୍ବ ଦଶମୀ ଉତ୍ସବ



ଜଟଣୀ :-- ସ୍ଥାନୀୟ ପାତ୍ରପଡା ଜଗନ୍ନାଥପୁର ସ୍ଥିତ "ମା'ଜଟିଆଣି ପୀଠରେ ପଚାଶ ତମ "ଶାମ୍ବ ଦଶମୀ ଉତ୍ସବ "ମହା ଆଡମ୍ବରରେ ପାଳିତ ହୋଇଯାଇଅଛି l ଚଳିତ ପୌଷ ମାସ ଶୁକ୍ଲପକ୍ଷ ନବମୀ, ଦଶମୀ, ଏକାଦଶୀ ତିନିଦିନ ଧରି ଏହା ମହା ଆଡମ୍ବରରେ ପାଳିତ ହୋଇଥାଏ l ଏହି ଉତ୍ସବ ଦେଖିବା ପାଇଁ ଆଖ ପାଖ ଅଂଚଳର ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ l ପୁରୁଣା କଥାକଥିତ ଅନୁସାରେ ଦୀର୍ଘ ଦୁଇଶହ ବର୍ଷ ପୂର୍ବରୁ ପାତ୍ରପଡା ଜଗନ୍ନାଥ ପୁର ଗ୍ରାମର ଘଞ୍ଚ କାଜୁ ଜଙ୍ଗଲ ମଧ୍ୟରେ "ମା "ଜଟିଆଣି ଆବିର୍ଭାବ ହୋଇ ଆଖପାଖ ଗ୍ରାମର ଆରାଧ୍ୟା ଦେବୀ ରୂପେ ପୂଜା ପାଇ ଆସୁଛନ୍ତି l କାଳ କ୍ରମେ "ମା"ଙ୍କର ମହିମା ଏତେ ଲୋକଙ୍କ ମଧ୍ୟରେ ବିଶ୍ୱାସ ବଢିଲା ଯାହାକି "ମା"ଙ୍କୁ ଆରାଧନା କରି ଡାକିଲେ ଓ କରନ୍ତି ବୋଲି କଥାକଥିତ ଅଛି l ଯେଉଁ ଭକ୍ତ ନିଜର ଗୋରୁ ଗାଈ ଫାଟୁଆ ରୋଗର ପୀଡିତ ଥିଲେ ବା ନିଖୋଜ ଥିଲେ "ମା " ନିକଟରେ ପୋଡ଼ ପୀଠା ଯାଚି ମାନସିକ କଲେ ଏହା ଅବିଳମ୍ବେ କାର୍ଯ୍ୟ ସିଦ୍ଧି ହୁଏ ବୋଲି ଅଗାଢ ବିଶ୍ୱାସ ଅଛି l 
ଏହି ଉତ୍ସବ ସହ ଶାମ୍ବଙ୍କ ଉପାଖ୍ୟାନ ଜଡିତ l ଶାମ୍ବ ଶ୍ରୀକୃଷ୍ଣ ଓ ଜାମ୍ବବତୀଙ୍କ ପୁତ୍ର l ଶାମ୍ବ ନିଜର ରୂପ ଓ ଯୌବନ ପାଇଁ ଅତ୍ୟନ୍ତ ଗର୍ବିତ ଥିଲା l ଏପରିକି ସେ ଦେବର୍ଷି ନାରଦଙ୍କ ନିଜର ରୂପ ଯୌବନ ପାଇଁ ଅତ୍ୟନ୍ତ ଗର୍ବିତ ଥିଲା l ତେଣୁ ନାରଦଙ୍କ ଯୋଜନା ଫଳରେ ଶ୍ରୀକୃଷ୍ଣଙ୍କ ଦ୍ୱାରା ସେ ଅଭିଶପ୍ତ ହେଲେ l ସେ ଅଭିଶାପରେ କୁଷ୍ଠ ରୋଗରେ ପୀଡିତ ହେଲେ l ଚନ୍ଦ୍ରଭାଗା ନଦୀ କୂଳରେ ସୂର୍ଯ୍ୟ ଦେବଙ୍କୁ ଉପାସନା କରି ସେ କୁଷ୍ଠ ରୋଗରୁ ମୁକ୍ତ ହେବା ସହ ନିଜର ରୂପ ଯୌବନ ଫେରି ପାଇଥିଲେ l ଏହି ପୌରାଣିକ ମତ ଅନୁଯାଇ ଅନାଦି କାଳରୁ ଏହି ପୂଜା "ମା"ଙ୍କ ପୀଠରେ ହୋଇ ଆସୁଅଛି ବୋଲି "ମା"ଜଟିଆଣି ଯୁବକ ସଂଘର, ସଭାପତି 
ଜୟନ୍ତ କୁମର ପଲାଇ କହିଛନ୍ତି।
ମା" ହେଉଛନ୍ତି ଆମର ଆରାଧ୍ୟ୍ୟ ଦେବୀ l 'ମା"ଙ୍କ ପବିତ୍ରପୀଠରେ ଶାମ୍ବ ଦଶମୀ ଉତ୍ସବ ତିନି ଦିନ ଧରି ମହା ଆଡମ୍ବରରେ ପାଳିତ ହୋଇଥାଏ l ମା ନିକଟରେ ପ୍ରତ୍ୟକ ଦିନ ପୋଡ଼ ପୀଠା ଭୋଗ ଲାଗି ହୁଏ lପ୍ରତ୍ୟକ ଦିନ ସକାଳୁ ରାତ୍ର ପର୍ଯ୍ୟନ୍ତ ଭଜନ ସମାରୋହ ଠାରୁ ଆରମ୍ଭ କରି ପାଲା, ଦାସକାଠିଆ ଏବଂ ରଙ୍ଗାରଙ୍ଗ ମେଲୋଡି କାର୍ଯ୍ୟକ୍ରମ ହୋଇଥାଏ l ଦଶମୀ ତିଥିରେ ପାଇକ ବିଦ୍ରୋହର ଖୋର୍ଦ୍ଧା ଗଡ଼ର ପାଇକ ପୁଅ ଇଂରେଜ ସରକାରଙ୍କ ସହ ଲଢେଇର ବିରୋତ୍ୱର କାହାଣୀ ସଦୃଶ ଆଖ ପାଖ ଜିଲ୍ଲାରୁ ଶହେରୁ ଉର୍ଦ୍ଧ ମେଣ୍ଢା ଲଢେଇର ଆୟୋଜନ ହୋଇଥାଏ ବୋଲି ମା"ଙ୍କ କାଳିସୀ ଭକ୍ତ କେଳୁ ଚରଣ ସାହୁ କହନ୍ତି।
 "ମା"ଜଟିଆଣି ହେଉଛନ୍ତି ଆମ ଅଞ୍ଚଳର ଆଜ୍ଞାଧୀନ ମା l ଦୁଃଖ ସମୟରେ ହୃଦୟର ସହ ଡାକିଲେ ଓ କରନ୍ତି l ଗାଈ ଗୋରୁ ପାଠୁଆ ରୋଗରେ ପୀଡିତ ହେଲେ ବା ନିଖୋଜ 
ହେଲେ "ମା"ଙ୍କ ନିକଟରେ ମାନସିକ କରି "ପୋଡ଼ ପୀଠା "ଯାଚିଲେ ଦିନକ ମଧ୍ୟରେ ମାନସିକ ପୂରଣ ହୋଇ ଥାଏ ଏହା ଆଜି ପର୍ଯ୍ୟନ୍ତ ବିଶ୍ୱାସ ଅଛି ବୋଲି ଭକ୍ତ ପ୍ରଜ୍ଞା ପ୍ରକାଶିନୀ ପଣ୍ଡା କହିଛନ୍ତି। ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨/୧/୨୦୨୬---୪,୨୫ Sakhigopal News,2/1/2026

ads

Blog Archive

Popular Posts