କୁଚିଣ୍ଡା ରେ ଦ୍ବିତୀୟ ୱାନ ଷ୍ଟପ୍ ସେଣ୍ଟର ଉଦଘାଟିତ
ସମ୍ବଲପୁର /କୁଚିଣ୍ଡା--- କେନ୍ଦ୍ର ଏବଂ ରାଜ୍ୟ ସରକାର, ମହିଳା ଓ ଶିଶୁ ବିକାଶ ବିଭାଗ ର ସହାୟତା ରେ ତଥା ସ୍ବେଚ୍ଛାସେବୀ ଅନୁଷ୍ଠାନ ସାର୍କ ର ତତ୍ତ୍ୱାବଧାନରେ ସମାଜରେ ଅବହେଳିତ ଏବଂ ନିର୍ଯାତିତ ମହିଳା ମାନଙ୍କୁ ପୋଲିସ ସହାୟତା, ଆଇନଗତ ସହାୟତା, ଡାକ୍ତରୀ ସହାୟତା, ମନସ୍ତାତ୍ତ୍ୱିକ ଏବଂ ସାମାଜିକ ପରାମର୍ଶ, ସାମୟିକ ଆଶ୍ରୟ ତଥା ଅନ୍ୟାନ୍ୟ ସହାୟତା ଦେବା ଉଦ୍ଦେଶ୍ୟ ରେ ସମ୍ବଲପୁର ଜିଲ୍ଲା ରେ ଦ୍ବିତୀୟ ଜ୍ଞାନ ଷ୍ଟପ୍ ସେଣ୍ଟର କୁଚିଣ୍ଡା ଉପଖଣ୍ଡ ଚିକିସାଳୟ ଠାରେ ଓଡିଶା ସରକାରଙ୍କର ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତି ରାଜ ଏବଂ ପାନୀୟ ଜଳ ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ର ରବି ନାରାୟଣ ନାଏକ ଙ୍କ ଦ୍ବାରା ଚିକିତ୍ସାଲୟ ପରିସର ମଧ୍ୟରେ ଉଦଘାଟିତ ହୋଇ ଯାଇଅଛି। ଏହି ଅବସର ରେ ମନ୍ତ୍ରୀ କୁଚିଣ୍ଡା ଉପଖଣ୍ଡ ର ନିର୍ଯାତିତ ମହିଳା ମାନଙ୍କୁ ପାଖରେ ନ୍ୟାୟ ଓ ଉଚିତ୍ ସେବା ମିଳିପାରିବ ବୋଲି ଆଶା ବ୍ୟକ୍ତ କରିଥିଲେ । ସମାଜ ରେ ଘରୋଇ ହିଂସା, ନାରୀ ନିର୍ଯାତନା ଭଳି ଘଟଣା ରୁ ଦୂରେଇ ରହିବା ପାଇଁ ବ୍ୟାପକ ସଚେତନତା କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସର ରେ କୁଚିଣ୍ଡା ଉପ ଜିଲ୍ଲାପାଳ ଶ୍ରୀ ସି, ସରଭାନନ୍ ଙ୍କ ସଭାପତିତ୍ର ରେ ଆୟୋଜିତ ଉକ୍ତ ଉଦଘାଟିନ ଉତ୍ସବ ରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ସଂଯୁକ୍ତା ସାହୁ, ଶିଶୁ କଲ୍ୟାଣ ସମିତି ଅଧ୍ଯକ୍ଷ ଶ୍ରୀ ପ୍ରଶାନ୍ତ ପାଢ଼ୀ, ଉପଖଣ୍ଡ ଚିକିସାଳୟ କୁଚିଣ୍ଡା ର ଅକ୍ଷକ ସୁବୋଧ କୁମାର ନାଏକ୍, ସାଂସଦ ପ୍ରତିନିଧୂ ରୁଦ୍ର ପ୍ରତାପ ଦେଓ, ମହିଳା ସୁରକ୍ଷା ଅଧିକାରିଣୀ, ସମ୍ବଲପୁର, ଶ୍ରୀମତୀ ସରିତା ଦାଶ ଏବଂ ସାର୍କ ର ସମ୍ପାଦକ ଅଶୋକ କୁମାର ପାଣିଗ୍ରାହୀ ଯୋଗଦେଇ ଥିଲେ।
ଏହି ଅବସର ଓ.ଏସ.ସି, ଜ୍ଞାନ ଷ୍ଟପ୍ ସେଣ୍ଟର ର ପ୍ରାଚୀର ପତ୍ର ଏବଂ ଲିଫ୍ଲେଟ ଉନ୍ମୋଚନ କରିବା ସଙ୍ଗେ ସଙ୍ଗେ ଓ.ଏସ.ସି କୁଚିଣ୍ଡା ର ନୂତନ ନିଯୁକ୍ତ କର୍ମଚାରୀ ମାନଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମ ରେ ସମନ୍ବିତ ଶିଶୁ ବିକାଶ ଯୋଜନା ର ସମସ୍ତ ସି.ଡ଼ି.ପି.ଓ, ପର୍ଯ୍ୟବେକ୍ଷକ, ଅଙ୍ଗନୱାଡ଼ି ଓ ଆଶା କର୍ମୀ ତଥା ସ୍ୟୟନ୍ ସହାୟକ ଦଳ ର ସଦସ୍ୟା ଏବଂ ସଖୀ ସମ୍ବଲପୁର ର କର୍ମକର୍ତ୍ତା ଏବଂ ସାର୍କ ର କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ। ସଭା ଶେଷ ରେ କୁବିଣ୍ଡା ଜ୍ଞାନ ଷ୍ଟପ୍ ସେଣ୍ଟର ଜ୍ଞାନ ଷ୍ଟପ୍ ସେଣ୍ଟର ର ପ୍ରଶାସିକା ଜ୍ୟୋତି ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ସମ୍ବଲପୁର ରୁ ରାଜାରାମ ଷଡ଼ଙ୍ଗୀଙ୍କ ରିପୋର୍ଟ,୧୧/୧/୨୦୨୬---୭,୨୦ Sakhigopal News,11/1/2026
