ads

Breaking News

ପିିଏମ ଶ୍ରୀ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ୧୧୬ ତମ ବାର୍ଷିକ ଉସôବ ଅନୁଷ୍ଠିତ . ବହୁ ଶିଘ୍ର ବିଦ୍ୟାଳୟର ମାନଜିତ୍ର ବଦଳିବ ବୋଲି ବିଧାୟକ ଘୋଷଣା କଲେ


 ସାକ୍ଷୀଗୋପାଳ---  ପୁରୀ ଜିଲ୍ଲାର ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ହାତରେ ପ୍ରତିଷ୍ଠିତ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ତଥା ସତ୍ୟବାଦୀ ବନ ବିଦ୍ୟାଳୟ ଭାବେ ପରିଚିତ ଥିଲା । ଏବେ ପିଏମ ଶ୍ରୀ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ନାମରେ ନାମିତ ହୋଇଛି ।  ସୋମବାର ଦିନ ବିଦ୍ୟାଳୟର ୧୧୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସତ୍ୟବାଦୀ ବିଧାୟକ ଓମ ପ୍ରକଶ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ  ବିଦ୍ୟାଳୟ ପରିସରରେ ଥିବା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିବା ସହବାର୍ଷିକ ଉତ୍ସବ କାର୍ଯ୍ୟକ୍ରମକୁ  ୍ରଆନୁଷ୍ଠୀନିକଭାବେ ଉଦଘାଟନ କରିଥିଲେ । ବିଧାୟକ ଶ୍ରୀ ମିଶ୍ର ତାଙ୍କ ଭାଷଣରେ କହିଥିଲେ ଯେ ଚାରିଦିନ ତଳେ ଉତ୍କଳମଣି ଗୋପବନ୍ଧୁ ସ୍କୃତି ମହାବିଦ୍ୟାଳୟର ବାର୍ଷିକ ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲି । ସେଠାରେ ଊପସ୍ଥିତ ଥିବା ଛାତ୍ରଛାତ୍ରୀ ମାନଙ୍କୁ  ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ନାମ ପଚାରିଲେ କେହି  ଜାଣି ନାହାନ୍ତି ଏହା ଠାରୁ ବଡ ଦୁଖଃ କଥା ହୋଇପାରେ ବୋଲି ବିଧାୟକ କହିଥିଲେ ।  ସେହିପରି ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ରୂପରେଖ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଧେଷକ୍ରମେ  ସତ୍ୟବାଦୀ ଇତିହାସରେ ଏକ ନୂିନ ୍ରଅଧ୍ୟାୟ ସୃଷ୍ଟି କରିବ ବୋଲି କହିଥିଲେ ।  ଅନ୍ୟ ମାନଙ୍କ ମଧ୍ୟରେ ଅତିଥଭାବେ ସାମ୍ବାଦିକ, ତଥା ସାମଜସେବୀ ଓ ଗୋପବନ୍ଧୁଙ୍କ ଦାୟଦ ଭାବେ ପରିଚିତ ଧିରେନନାଥ ଦାସ ଯୋଗ ଦେଇ ବିଧାୟକ ତାଙ୍କ ବକ୍ୱ୍ୟରେ ଯାହା କହିଲେ ଯଦି ତାଙ୍କ ସମୟରେ ଏହି ବିଦ୍ୟାଳୟର କାର୍ଯ୍ୟ କରାଯିବ ତାହା ସତ୍ୟବାଦୀର ନାମ ବିଭିନ୍ନ ଇତିହାସରେ ଲିପିବଦ୍ଧ ହୋଇ ରହିବ ବୋଲି କହିଥିଲେ ।  ଅନ୍ୟ ମାନଙ୍କ ମଧ୍ୟରେ ପ୍ର, ଶତୁଘ୍ନ ପ୍ରାଣିଗ୍ରାହୀ କୁଳପତି ଓଡିଆ ବିଶ୍ୱବିଦ୍ୟାଳୟ, ସତ୍ୟବାଦୀ ବିଡିଓ ଦେବାଶିଷ  ନାୟକ,  ମଣ୍ଡଳ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ପାଢ଼ୀ, ବିଦ୍ୟାଳୟର ଆଳୁମିନିର ସଭାପତି କିଶୋର ଚନ୍ଦ୍ର ମହାପାତ୍ର, ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଚକ୍ରଧର ମହାରଣା ସରକାରୀ ବାଳିକା ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ନିରଞ୍ଜନ କର ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଅତିଥି ମାନଙ୍କ ଦାରା ରନ୍ନଚିରା ପୁସ୍ତକ ଉନେ୍‌ାମଚିତ ହୋଇଥିଲା । କାର୍ଯ୍ୟକ୍ରମରେ ଶିକ୍ଷୟତ୍ରୀ ଗିତାରାଣି ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଶିକ୍ଷୟତ୍ରୀ ବୈଜୟନ୍ତୀ ମିଶ୍ର ବିଦ୍ୟାଳୟର ବାର୍ଷିକ ବିବରଣି ପାଠ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅମିତାି ସେନାପତି ସଭାପତିତ୍ୱ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ପୁରାତନ ଛାତ୍ରମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ଛାତ୍ର ମାନଙ୍କୁ ଅତିଥି ମାନେ ସମ୍ମାନୀତ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।  ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୨/୧/୨୦୨୬----୮,୨୫ Sakhigopal News,12/1/2026

ads

Blog Archive

Popular Posts