ads

Breaking News

ସତ୍ୟବାଦୀ ବ୍ଳକ ଛକରେ କଂଗ୍ରେସ ଦଳ ପକ୍ଷରୁ ତିନି ଘଣ୍ଟା ରାସ୍ତା ରୋକ, ଶହଶହ ଗାଡ଼ି ମଟର ଅଟକିଥିଲା


ସାକ୍ଷୀଗୋପାଳ ---ଆଜି ନବ ନିର୍ମାଣ କୃଷକ ସଂଗଠନ ଓ କଂଗ୍ରେସ ଦଳ ତରଫରୁ ବିଜେପି ସରକାର ଙ୍କ ବିରୋଧରେ ଓଡ଼ିଶା ବନ୍ଦ ଡାକରା ଦେଇଥିଲେ। ଏହାକୁ ସମର୍ଥନ କରି ସତ୍ୟବାଦୀ ର ପୂର୍ବତନ ବିଧାୟକ ପ୍ରସାଦ ହରିଚନ୍ଦନ ଙ୍କ ନିର୍ଦ୍ଦେଶ କ୍ରମେ ସତ୍ୟବାଦୀ ବ୍ଳକ ସଭାପତି ତଥା କାଦୁଆ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ସୁବାଷ ମହାପାତ୍ର ଙ୍କ ତତ୍ୱାବଧାନରେ  ଲିପି ରଞ୍ଜନ ପ୍ରଧାନ, ଲୋକନାଥ ନାୟକ, ସନ୍ତୋଷ କୁମାର ନାୟକ, ଅମୂଲ୍ୟ ରତ୍ନ ଜେନା, ମହେନ୍ଦ୍ର ଭାରତୀ, କୃଷ୍ଣଚନ୍ଦ୍ର ଦାଶ,ଜବାନ ମହାପାତ୍ର ଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ମାନେ ୩୧୬ନଂ ଜାତୀୟ ରାଜପଥ ର ସତ୍ୟବାଦୀ ବ୍ଳକ ଛକ ଆଗରେ ତିନି ଘଣ୍ଟା ଧରି ଡବଲ ଇଞ୍ଜିନ ସରକାର ଙ୍କ ବିରୋଧରେ ବିଭିନ୍ନ ନାରାବାଜି ଦେଇ ରାସ୍ତା ରୋକ କରିଥିଲେ। ଯାହା ଫଳରେ କି ରାସ୍ତା ଉପରେ ଗାଡି ମଟର ଗୁଡ଼ିକ ଲମ୍ବା ଲାଇନ୍ ରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। ସେହିପରି ଆନ୍ଦୋଳନ ଜାରି ରହିଥିବା ସମୟରେ ବିଜେଡିର ନେତା ଆତୁନ ସବ୍ୟସାଚୀ ପୁରୀ ଗସ୍ତ ସମୟରେ ସତ୍ୟବାଦୀ ବ୍ଳକ ଛକରେ ଆନ୍ଦୋଳନ ରେ ସାମିଲ ହେବା ସହ ଏହି ଆନ୍ଦୋଳନ କୁ ବିଜେଡି ଦଳ ସମର୍ଥନ କରୁଛି ବୋଲି କହିଥିଲେ। ଧାନ କିଣିବା ସମୟରେ କାଟେଣିଛାଟେଣି ବନ୍ଦ କରାଯାଉ, ବିଦ୍ୟୁତ ବିଭାଗ ପକ୍ଷରୁ ସ୍ମାର୍ଟ ମିଟର ବନ୍ଦ କରାଯାଉ ଓ ଗାଡ଼ି ମଟର ଗୁଡ଼ିକ ରୁ  ପଲିସନ  ନାମରେ ଅର୍ଥ ଲୁଟ ବନ୍ଦ କରାଯାଉ ବୋଲି ଦାବି ରହିଛି ବୋଲି ସତ୍ୟବାଦୀ ବ୍ଳକ କଂଗ୍ରେସ ସଭାପତି ଶ୍ରୀ ମହାପାତ୍ର କହିଛନ୍ତି। ଏହି ଆନ୍ଦୋଳନ ବା ରାସ୍ତା ରୋକ୍ ଖବର ପାଇ ଘଟଣାସ୍ଥଳରେ ସତ୍ୟବାଦୀ ଥାନା ଅଧିକାରୀ ସୈମ୍ୟରଞ୍ଜନ ମହାଲିକା ଦୁଇ ପ୍ଳାଟୁନ ଫୋର୍ସ ସହିତ ଆନ୍ଦୋଳନ କାଳିଆଙ୍କ ସହିତ ଆଲୋଚନା କରି ରାସ୍ତା ର ଏକ ପାଖିଆ ରାସ୍ତା ରେ ଗାଡି ମଟର ଚଳାଚଳ କରାଇଥିଲେ। ଏହି ଖବର ପାଇ ଏସଡିପିଓ ଦେବାଶିଷ ମିଶ୍ର,ଅତିରିକ୍ତ ଏସପି ସୈମ୍ୟରଞ୍ଜନ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ରାସ୍ତାରୋକ ହଟାଇଥିଲେ। ରାସ୍ତା ରୋକ୍ ହଟିବା ସମୟରେ ପୁରୀ ଏସପି ପ୍ରତୀକ ଗୀତା ସିଂ ସେଠାରେ ପହଞ୍ଚି ଥିଲେ। ସେହିପରି ଆନ୍ଦୋଳନ କାରୀମାନେ ସତ୍ୟବାଦୀ ବିଡ଼ିଓ ଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୮/୧/୨୦୨୬---୭,୨୫ Sakhigopal News,28/1/2026

ads

Blog Archive

Popular Posts