ads

Breaking News

ଏଖାରଜାତମାହାଲ ଜମି ସମସ୍ୟା ସମାଧାନ ପାଇଁ ଅଣ୍ଟାଭିଡ଼ିଲେ ବାସିନ୍ଦା


ଜଟଣୀ :- ଜଟଣୀ ତହସିଲ ଅନ୍ତର୍ଗତ ୮ଟି ମୌଜାରେ ଦୀର୍ଘ ୧୩ ବର୍ଷ ଧରି ଏଖାରଜାତ ମାହାଲ ଜମି ସମସ୍ୟାଲାଗି ରହିଛି । ଏସବୁ ମୌଜାର ହଜାର ହଜାର ସ୍ଥିତିବାନ ସମ୍ପତ୍ତିର ରୟତ ବା ଜମି ମାଲିକ ମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାର ସମାଧାନପାଇଁ ବହୁବାର ଆପତ୍ତି ଅଭିଯୋଗ କରିବା ସହ ଆନ୍ଦୋଳନ ମଧ୍ୟ କରିଛନ୍ତି। ହେଲେ ସମସ୍ୟା ଦୂର ହୋଇପାରିନାହିଁ । ତେଣୁ ପୁନଃ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ମୌଜା ବାସିନ୍ଦା ଏକାଠି ହୋଇଛନ୍ତି । ବୈଠକ କରିବା ସହ ମୌଜର ବିଭିନ୍ନ ଗ୍ରାମକୁ ଯାଇ ଦସ୍ତଖତ ସଂଗ୍ରହ ଆରମ୍ଭ କରିଛନ୍ତି ।ବାପୁଜୀ ଆମ୍ବେଦକର ରୟତ ସୁରକ୍ଷା କମିଟିର ସମ୍ପାଦକ ପଦ୍ମଚରଣ ସୁବୁଦ୍ଧିଙ୍କ ଆବାହକତ୍ବରେ ସ୍ଥାନୀୟ ରଥିପୁର ସାକ୍ଷୀଗୋପୀନାଥ ମନ୍ଦିର ପ୍ରାଙ୍ଗଣରେ ଗତ ୨୫ ତାରିଖରେ ଏକ ବୈଠକ ହୋଇଥିଲା। ଏଥିରେ ୮ଟି ମୌଜାର ଅନେକ ରୟତ ଯୋଗ ଦେଇଥିଲେ । ସମସ୍ୟା ସମାଧାନପାଇଁ ଆଠଟି ମୌଜାର ହଜାର ହଜାର ରୟତଙ୍କ ଦସ୍ତଖତ ସମ୍ବଳିତ ଦରଖାସ୍ତ ମୁଖ୍ୟମନ୍ତଙ୍କୁ ପ୍ରଦାନପାଇଁ ନିଷ୍ପତ୍ତି ନେଇଥିଲେ । ରୟତ ସୁରକ୍ଷା କମିଟିର କର୍ମକର୍ତା ଓ ସଦସ୍ୟମାନେ ଚାଲି ଚାଲି ବିଭିନ୍ନ ଗ୍ରାମ ବୁଲି ବୁଲି ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ କରିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ ୨୦୧୨-୧୩ ମସିହାରେ ଉପରୋକ୍ତ ମୌଜାର ସ୍ଥିତିବାନ୍ ଜମିକୁ ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେଙ୍କ ନାମରେ ରେକର୍ଡ କରିଦିଆ ଯାଇଥିଲା ଯାହାକି ରୟତଙ୍କ ଅଗୋଚରରେ l ପିଢ଼ି ପରେ ପିଢ଼ି ଗୋସେଇଁ ବାପା ଅମଳରୁ ରହିଆସୁଥ‌ିବା ତଥା ପଟ୍ଟାଧାରୀ ସ୍ଥିତିବାନ୍ ରୟତଙ୍କ ଜମିର ରେକର୍ଡ ପରିବର୍ତ୍ତନ ହୋଇଯିବା ପରେ ସେମାନେ ଏକପ୍ରକାର ଭୂମିହୀନ ପରି ରହୁଥିବା କହିଛନ୍ତି । ମାଲିକାନା ପରିବର୍ତ୍ତନ ହୋଇଯିବା ଦ୍ଵାରା ଜମିର କ୍ରୟବିକ୍ରୟ କରିପାରୁ ନାହାନ୍ତି। ସରକାରୀ ଯୋଜନା କାର୍ଯ୍ୟକାରୀ ହେବାରେ ସମସ୍ୟା ଉପୁଜୁଛି। ବ୍ୟାଙ୍କରୁ ଋଣ ମଧ୍ୟ ମିଳିପାରୁନି। ରାଜସ୍ବ ବିଭାଗଚିଠି ନଂ ୩୨୪୩୫/ତା-୨୯.୧.୨୧ ଅନୁଯାୟୀ ରାଜ୍ୟ ସରକାର ଏହା ଉପରେ ଦୃଷ୍ଟି ଦେବାକୁ ରୟତମାନେ କହିଛନ୍ତି। ବିଭାଗର ଏହି ଚିଠିରେ ଥ‌ିବା ବିବରଣୀରେ ରୟତଙ୍କ ସ୍ଵତ୍ତ୍ଵ ନେଇ ଅନେକ ତଥ୍ୟ ରହିଥ‌ିବା ସୂଚନା ଦେଇଛନ୍ତି।୧୯୭୪ ମସିହାରେ ଜମିଦାରୀ ଉଚ୍ଛେଦହୋଇ ସରକାରଙ୍କ ନିକଟରେ ଏହା ଭେଷ୍ଟିଙ୍ଗ ହୋଇଛି। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିକୁ ସରକାର ଏହାର କ୍ଷତିପୂରଣ ଦେଇସାରିଥିବା ରୟତମାନେ ଯୁକ୍ତିରେ ଦର୍ଶାଇଛନ୍ତି । ସମସ୍ୟା ଦୂରକରିବାକୁ ଦସ୍ତଖତ ସମ୍ବଳିତ ଦରଖାସ୍ତ  ସେମାନେ ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜସ୍ଵ ଓ ଆଇନ ମନ୍ତ୍ରୀଙ୍କୁ ପ୍ରଦାନ କରିବେ ବୋଲି କହିଛନ୍ତି। ବୈଠକରେ ପ୍ରସନ୍ନ ମହାରଥୀ, ଭଗବାନ ପାତ୍ର, ସୁନୀଲରାଉତରାୟ, ନିରୂପମା ପାତ୍ର, ଭୀମସେନ ଭୂଜବଳ, ଦେବରାଜ ବେହେରା, ମନୋଜ ବେହେରାଙ୍କ ସମେତ ଅନେକ ସାମିଲ ଥିଲେ। ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩୦/୧/୨୦୨୬--୭,୪୫ Sakhigopal News,30/1/2026

ads

Blog Archive

Popular Posts