ads

Breaking News

ମୁଜାଗଡ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପିଏମ୍ ଶ୍ରୀ ବାର୍ଷିକ କ୍ରୀଡା ମହୋତ୍ସବ

 
ଭଞ୍ଜନଗର ---  ଭଞ୍ଜନଗର ମୁଜାଗଡ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ପିଏମ୍ ଶ୍ରୀ ବାର୍ଷିକ କ୍ରୀଡା ମହୋତ୍ସବ ମହାଡମ୍ବରରେ ଅନୁଷ୍ଠିତ ହେଇଯାଇଛି l ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ବୈଜୟନ୍ତୀମାଳା ପ୍ରିୟଦର୍ଶିନୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ଶ୍ରୀ ମୋଚିରାମ ରଣସିଂହ, ଅବସରପ୍ରାପ୍ତ ଶିକ୍ଷକ ଡ଼. ସନ୍ତୋଷ କୁମାର ଆପଟ ଯୋଗଦେଇଥିଲେ । ମୁଖ୍ୟବକ୍ତା, ସଂମ୍ମାନିତ ଅତିଥିଭାବେ ଶ୍ରୀ ସୁଭାଷ ଚନ୍ଦ୍ର ଗୌଡ଼, ଶ୍ରୀ ପ୍ରବୀଣ କୁମାର ଖାଡ଼ଙ୍ଗା ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେବା ସହିତ ବିଜେତା ମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ l ବିଦ୍ୟାଳୟ ଶିକ୍ଷୟତ୍ରୀ ଶ୍ରୀମତୀ ଉଷାରଣୀ ଦାସ ଏହି କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ l ଛାତ୍ରଛାତ୍ରୀମାନେ ଏହି ଅବସରରେ ବିଭିନ୍ନ ସାଂସ୍କୃତିକ ନୃତ୍ୟ ପରିବେଷଣ କରିଥିଲେ l ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ସଫଳତା ଅର୍ଜନ କରି ଚାମ୍ପିୟନ ହୋଇଥିବା ଶ୍ରୀ ବବୁଲ୍ ପ୍ରଧାନ, ବିଶ୍ୱନାଥ ବେହେରା, ଯସ୍ମିନ ବେହେରା, ବିଜ୍ଞାନ୍ସୁ ବିଶ୍ୱାଳ, ଦୀପାଞ୍ଜଳି ମୁଦୁଲି ଓ ରାଜେଶ୍ୱରୀ ନାୟକ ଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ l କ୍ରୀଡା ମାଧ୍ୟମରେ ଛାତ୍ରଛାତ୍ରୀମାନେ କିପରି ସୁସ୍ଥ, ଶୃଙ୍କଳିତ ଓ ନିରାମୟ ଜୀବନଯାପନ କରିପାରିବେ ସେ ବିଷୟରେ ଅତିଥିମାନେ ମତ ରଖିଥିଲେ l ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନ କରିବାରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମିନାକ୍ଷୀ ପ୍ରଧାନ, ନିହାରିକା ମାଝୀ, ଧନୁର୍ଯୟ ଦଳବେହେରା, ସନ୍ତୋଷିନୀ ନନ୍ଦ, ଭାବିନୀ ସାହୁ, ନିରଞ୍ଜନ ଦିଗାଲ, ମଞ୍ଜୁଲତା ନାୟକ, ଆଶାକିରଣ ନାୟକ, ସଂଜିତ କୁମାର କଂହର, ଚିନ୍ମୟ ସାହୁ, ବିଭୁ ପ୍ରସନ୍ନ ମେହେର, ସୁରଜ କୁମାର ଗୌଡ଼, ସସ୍ମିତା ବିଶ୍ୱାଳ, ଶୁଭଶ୍ରୀ ପାଣିଗ୍ରାହୀ, ନିଶାରାଣୀ ଦାସ, ସାଗର ମହାରଣା, ସୁଲୋଚନା ପ୍ରଧାନ, ସ୍ଵାଗତିକା ପାତ୍ର ତଥା ବିଦ୍ୟାଳୟ କର୍ମଚାରୀ ରଘୁନାଥ ରାଉଳ, ପ୍ରମୋଦ କୁମାର ପ୍ରଧାନ, ପ୍ରଶାନ୍ତ କୁମାର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ ,୧୧/୧/୨୦୨୬-- Sakhigopal News,11/1/2026

ads

Blog Archive

Popular Posts