ଆତ୍ମରକ୍ଷା ଶିବିର ଉଦ୍ଯାପିତ
ଜଟଣୀ :--ଜଟଣୀ ମହାବିଦ୍ୟାଳୟରେ +୩ ପ୍ରଥମବର୍ଷ ଛାତ୍ରୀମାନଙ୍କର ଆତ୍ମରକ୍ଷା ଶିବିର ଉଦ୍ଯାପିତ ହୋଇଯାଇଛି । ଜାନୁଆରୀ ୧୬ତାରିଖରୁ ୨୮ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ତାଲିମ ଶିବିରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସ୍ଵପ୍ନ ମଲ୍ଲିକଙ୍କ ସଭାପତିତ୍ବ କରିଥିଲେ । ମହାବିଦ୍ୟାଳୟର ଅଧ୍ୟାପିକା ଶ୍ରୀମତୀ ପରମିତା ପ୍ରହରାଜ, ପୁଷ୍ପାଞ୍ଜଳି ସାମଲ, ପ୍ରଭାସିନୀ ଦଳେଇ,ସୁଶ୍ରୀ ସଂଗୀତା ସାହୁ ଶିବିର ପରିଚାଳନା କରିଥିଲେ । ପ୍ରଶିକ୍ଷିକା ପୂଜା ସେଠୀ ଏବଂ ଲିପିକା କରଡ଼ା+୩ ପ୍ରଥମବର୍ଷର ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳ ସମ୍ବନ୍ଧରେ ତାଲିମ ପ୍ରଦାନ କରିଥିଲେ ।ଦୁଇଶହରୁ ଉର୍ଦ୍ଧ୍ଵ ଛାତ୍ରୀ ଏହି ଆତ୍ମରକ୍ଷା ଶିବିରରେ ଯୋଗଦେଇ ତାଲିମ ଗ୍ରହଣ କରିଥିଲେ । ଆତ୍ମରକ୍ଷାଶିବିରରେ ଯୋଗଦେଇଥିବା ସମସ୍ତ ଛାତ୍ରୀମାନଙ୍କୁ ତାଲିମ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩୦/୧/୨୦୨୬---୭,୨୫ Sakhigopal News,30/1/2026
